ମଧ୍ୟପ୍ରଦେଶରେ ଆତଙ୍କ ; ଗଧିଆ ଆକ୍ରମଣରେ ଗୋଟିଏ ପରିବାରର ୫ ଗୁରୁତର

ରାତି ଅଧରେ ହମଲା କଲା ଗଧିଆ, ଗୋଟିଏ ପରିବାରର ୫ ଗୁରୁତର ତ୍ତରପ୍ରଦେଶର ବହରାଇଚରେ ଗଧିଆ ଆତଙ୍କ ଜାରି ରହିଥିବା ବେଳେ ଏବେ ମଧ୍ୟପ୍ରଦେଶରେ ଘଟିଛି ସମାନ ଘଟଣା ।

wolf attack

ମଣିଷ ଖିଆ ଗଧିଆର ଆତଙ୍କ ଥମିବା ନାଁ ଧରୁନି। ଯାହାକୁ ପାରୁଛି ତାକୁ କରୁଛି ଟାର୍ଗେଟ। ଉତ୍ତରପ୍ରଦେଶର ବହରାଇଚରେ ଗଧିଆ ଆତଙ୍କ ଜାରି ରହିଥିବା ବେଳେ ଏବେ ମଧ୍ୟପ୍ରଦେଶରେ ଘଟିଛି ସମାନ ଘଟଣା । ଗଧିଆ ଆକ୍ରମଣରେ ଗୋଟିଏ ପରିବାରର ୫ ଜଣ ଗୁରୁତର ଆହତ ହୋଇଛନ୍ତି।

ଏପରି ଘଟଣା ମଧ୍ୟପ୍ରଦେଶର ଖଣ୍ଡୱାର ଆଦିବାସୀବହୁଳ ଅଞ୍ଚଳ ମାଲଗାଁରେ ଘଟିଛି। ଗତ ରାତିରେ ଏକ ପରିବାରର ୫ ସଦସ୍ୟ ଘର ବାହାରେ ଶୋଇଥିଲେ। ଉକ୍ତ ସମୟରେ ଏକ ଗଧିଆ ପହଞ୍ଚି ସେମାନଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲା। ଗଧିଆ ଆକ୍ରମଣରେ କାହା ମୁଣ୍ଡ ତ କାହା ହାତରେ ଗଭୀର କ୍ଷତ ସୃଷ୍ଟ ହୋଇଛି।

କିଛି ସମୟ ମଧ୍ୟରେ ପରିବାର ସଦସ୍ୟ ଗଧିଆଟିକୁ ପିଟି ପିଟି ମାରିଦେଇଥିଲେ। ଏହାପରେ ଗ୍ରାମବାସୀ ତୁରନ୍ତ ସମସ୍ତ ପରିବାର ସଦସ୍ୟଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ସେମାନେ ଚିକିତ୍ସାଧୀନ ଥିବା ଜଣାଯାଇଛି।

ଖବର ପାଇ ବନ ବିଭାଗ ଅଧିକାରୀ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ମାଲଗାଁ ପାଖରେ ଘଞ୍ଚ ଜଙ୍ଗଲ ଥିବାରୁ ସେଠାରୁ ବେଳେବେଳେ ପଶୁମାନେ ଶିକାର ଉଦ୍ଦେଶ୍ୟରେ ଗାଁକୁ ପଶି ଆସନ୍ତି ବୋଲି ଅଧିକାରୀ କହିଛନ୍ତି। ଏହି ଘଟଣା ପରେ ମାଲଗାଁ ବାସିନ୍ଦାଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+