ସନ୍ଦିଗ୍ଧଙ୍କ ବିସ୍ଫୋରଣ ଯୋଜନା ପଣ୍ଡ କଲା ପୋଲିସ୍, ୨ ଜଣ ହେଲେ ବନ୍ଧା
ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶ ପୁଲିସ ଏକ ମିଳିତ ଅପରେସନ୍ରେ ୨ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛନ୍ତି। ଏମାନେ ବୋମା ବିସ୍ଫୋରଣ ପାଇଁ ଯୋଜନା କରୁଥିଲେ ବୋଲି ଜଣାପଡିଛି। ପୁଲିସ ଠାରୁ ମିଳିଥିବା ସୂଚନାନୁସାରେ ୨ ଜଣଙ୍କ ମଧ୍ୟରୁ ଜଣେ ହାଇଦ୍ରାବାଦ ନିବାସୀ। ଏମାନେ ବିସ୍ଫୋରଣର ପରୀକ୍ଷଣ କରିବା ପାଇଁ ଯୋଜନା କରୁଥିଲେ ।
ଯେପରି ବିସ୍ଫୋରଣକୁ ସୁନିଶ୍ଚିତ ରୂପ ଦେଇପାରିବେ। ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ସମୀର ଓ ସିରାଜ୍ ଓରଫ ରହମାନ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଏମାନେ ଆଇଏସଆଇଏସ ସହ ଜଡିତ ବୋଲି ପୁଲିସ ସନ୍ଦେହ କରୁଛି। ସିରାଜ ଏହାର ମାଷ୍ଟରମାଇଣ୍ଡ ଥିବା ବେଳେ ସମୀର ତା'ର ସହଯୋଗୀ।

ଅନ୍ଲାଇନ୍ରୁ ସିରାଜ୍ ବିସ୍ଫୋରଣ ପାଇଁ ଆବଶ୍ୟକ ସାମଗ୍ରୀ କିଣିଥିଲା ବୋଲି ସୂଚନା ମିଳିଛି । ୨ ଅଭିଯୁକ୍ତ ବିଜୟନଗରମ୍ର ବାହାର ଅଞ୍ଚଳରେ ବିସ୍ଫୋରଣ କରିବା ନେଇ ଯୋଜନା କରୁଥିଲେ। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ପୁଲିସ ଅଭିଯୁକ୍ତଙ୍କ ଯୋଜନାକୁ ପଣ୍ଡ କରିବା ସହ ଉଭୟଙ୍କୁ ଗିରଫ କରି ସାରିଛି। ସେମାନଙ୍କ ନିକଟରୁ ବିସ୍ଫୋଟକ ସହ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଜବତ କରିଛି।












Click it and Unblock the Notifications