ଉତ୍ତରପ୍ରଦେଶରରେ ଭୟଙ୍କର ସଡ଼କ ଦୁର୍ଘଟଣା, ୪ ମୃତ
ଉତ୍ତରପ୍ରଦେଶର ଶାମଲି ଜିଲ୍ଲା ଅନ୍ତର୍ଗତ ବାବ୍ରି ପୁଲିସ୍ ଷ୍ଟେସନ୍ ଅଞ୍ଚଳରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଦେଖିବାକୁ ମିଳିଛି। ରିପୋର୍ଟ ଅନୁସାରେ ପାନିପତ୍-ଖାତିମା ରାଜପଥର ବୁଟ୍ରାଡା ଫ୍ଲାଏଓଭର ନିକଟରେ ଏକ ଦ୍ରୁତଗାମୀ କାର୍ ଭାରସାମ୍ୟ ହରାଇ ରାସ୍ତା ପାଶ୍ୱର୍ରେ ଛିଡା ହୋଇଥିବା ଏକ ଟ୍ୟାଙ୍କର ଟ୍ରକ୍କୁ ଧକ୍କା ଦେଇଛି। ଧକ୍କା ଏତେ ଜୋରରେ ଥିଲା ଯେ କାର୍ରେ ଥିବା ୪ ଜଣଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଛି। ସେହିପରି କାର୍ଟି ମଧ୍ୟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।
ସମସ୍ତ ମୃତକ ହରିଆଣାର ସୋନିପତ୍ ବରୋଦା ଗ୍ରାମର ସ୍ଥାୟୀ ନିବାସୀ ଏବଂ ଗୋଟିଏ ପରିବାରର ହୋଇଥିବା ବେଳେ ଏମାନଙ୍କ ମଧ୍ୟରେ ସାମିଲ ଥିବା ଜଣେ ଯୁବକଙ୍କର ନିକଟରେ ବିବାହ ସ୍ଥିର ହୋଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ଦୁର୍ଘଟଣା ପ୍ରାୟ ରାତି ପ୍ରାୟ ୧ଟା ସମୟରେ ଘଟିଥିଲା।

ଚରଖି ଦାଦରୀ ଅଞ୍ଚଳର ଏକ ସ୍ୱିଫ୍ଟ କାର (ନମ୍ବର ଏଚ୍ଆର୍-୧୯ କେ-୮୦୦୪)ରେ ୪ ଯୁବକ ମୁଜାଫରନଗର ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ପୁଲିସ୍ ଘଟଣାସ୍ଥଳରେ ପହଞ୍ôଚ କଟର ସହାୟତାରେ କାର୍ ଡୋରଗୁଡ଼ିକୁ କାଟି ମୃତଦେହଗୁଡ଼ିକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଥିବା ପୁଲିସ୍ କହିଛି। କାର ଭିତରୁ କିଛି ମଦ ବୋତଲ ମଧ୍ୟ ଉଦ୍ଧାର କରାଯାଇଛି।












Click it and Unblock the Notifications