ଭୟଙ୍କର ସଡ଼କ ଦୁର୍ଘଟଣା: ୮ ମୃତ, ୩ ଗୁରୁତର ଆହତ

Accident News: ବୁଧବାର ରାତି ପ୍ରାୟ ୧୧ଟା ସମୟରେ ଧାର ଜିଲ୍ଲାର ବଡନାୱର-ଉଜ୍ଜୈନ ଚାରି ଲେନରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଯେଉଁଥିରେ ଘଟଣାସ୍ଥଳରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ, ଭୁବ ପାର୍ଶ୍ୱରୁ ଆସିଥିବା ଏକ ପେଟ୍ରୋଲ ଟ୍ୟାଙ୍କର କାର ଏବଂ ଏକ ପିକଅପ୍ ଗାଡ଼ିକୁ ଧକ୍କା ଦେବା ଫଳରେ ଦୁର୍ଘଟଣା ଘଟିଥିଲା ।

ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୋଟ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କିଛି ଲୋକ କାର ଏବଂ ପିକଅପ୍ ଭିତରେ ଫସି ଯାଇଥିଲେ । କ୍ରେନ୍ ସାହାଯ୍ୟରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା।

ujjain road accident

ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ପେଟ୍ରୋଲ ଟ୍ୟାଙ୍କରଟି ଭୁଲ ପାର୍ଶ୍ୱରୁ ଦ୍ରୁତ ଗତିରେ ଆସୁଥିଲା ଏବଂ ପ୍ରଥମେ କାରକୁ ଧକ୍କା ଦେଇଥିଲା, ପରେ ପିକଅପ୍ ଗାଡ଼ି ସହିତ ଧକ୍କା ହୋଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ଗାଡ଼ିଗୁଡ଼ିକ ଭାଙ୍ଗି ଯାଇଥିଲା ଏବଂ ଘଟଣାସ୍ଥଳରେ ୮ ଜଣଙ୍କର ମୃତ୍ୟୁ ହୋଇଗଲା। ଘଟଣା ସମ୍ପର୍କରେ ସୂଚନା ମିଳିବା ମାତ୍ରେ ପୋଲିସ ଏବଂ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଦୁର୍ଘଟଣାରେ ପ୍ରାଣ ହରାଇଥିବା ଚାରି ଜଣ କାର ଯାତ୍ରୀ ମନ୍ଦସୌର ସ୍ଥିତ AU ସ୍ମଲ୍ ଫାଇନାନ୍ସ ବ୍ୟାଙ୍କର କର୍ମଚାରୀ ଥିବା ନେଇ ସୂଚନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+