ଭୟଙ୍କର ସଡ଼କ ଦୁର୍ଘଟଣା: ୫ ମୃତ, ୧୫ରୁ ଅଧିକ ଆହତ
Accident News: ଉତ୍ତରାଖଣ୍ଡର Pauri ଜିଲ୍ଲାରୁ ରହିଛି ଏକ ଦୁଃଖଦ ଖବର । ଶ୍ରୀନଗର ଯାଉଥିବା ଏକ ମିନି ବସ୍ ନିୟନ୍ତ୍ରଣ ହରାଇ ୧୦୦ ମିଟର ଗଭୀର ଘାଇ ଭିତରକୁ ଖସିବା ଫଳରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଏବଂ ପ୍ରଶାସନ ଦଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା ନେଇ ସୂଚନା ।
ଦୁର୍ଘଟଣାଗ୍ରସ୍ତ ହୋଇଥିବା ବସ୍ ନମ୍ବର UK12PB0177 । ଏହି ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ମୃତକଙ୍କ ପରିବାରକୁ ସମସ୍ତ ପ୍ରକାରର ସହାୟତା ପ୍ରଦାନ କରିଯିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି।

ଏହି ବସ୍ Pauri ସହରରୁ ଦେହଲଚୌରି ଅଭିମୁଖେ ଯାତ୍ରା କରୁଥିଲା । ସତ୍ୟଖାଲ ନିକଟରେ, ବସ୍ଟି ହଠାତ୍ ନିୟନ୍ତ୍ରଣ ହରାଇ ଘାଇ ଭିତରକୁ ଖସି ପଡିଥିଲା । ଦୁର୍ଘଟଣାରେ ବସ୍ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ସ୍ଥାନୀୟ ଲୋକ ଏବଂ ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ବସ୍ରେ ଯାତ୍ରୀମାନଙ୍କ ଚିତ୍କାର ଶୁଣିବା ପରେ ତୁରନ୍ତ ପୋଲିସକୁ ଖବର ଦିଆଯାଇଥିଲା ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା ।
ଦୁର୍ଘଟଣା ସମ୍ପର୍କରେ ସୂଚନା ମିଳିବା ମାତ୍ରେ SDRF, ପୋଲିସ ଏବଂ ପ୍ରଶାସନର ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ସ୍ଥାନୀୟ ଗ୍ରାମବାସୀ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରିଥିଲେ। ସମସ୍ତ ଆହତଙ୍କୁ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ହସ୍ପିଟାଲ ପଠାଯାଇଥିବା ବେଳେ ଗୁରୁତର ଆହତଙ୍କୁ ଉନ୍ନତ ଚିକିତ୍ସା ପାଇଁ ଅନ୍ୟ ଡାକ୍ତରଖାନାକୁ ପଠାଯାଇଛି।
ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ସମସ୍ତ ମୃତକଙ୍କ ପରିଚୟ ମିଳିସାରିଛି । ଆହତମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ନେଇ ସୂଚନା ରହିଛି । ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ।












Click it and Unblock the Notifications