ତେଲେଙ୍ଗାନା ସିକନ୍ଦରାବାଦରେ ଭୟାବହ ଅଗ୍ନିକାଣ୍ତ, ୬ ମୃତ
ତେଲେଙ୍ଗାନା ସିକନ୍ଦରାବାଦରେ ଭୟାବହ ଅଗ୍ନିକାଣ୍ତ । ମୃତକଙ୍କ ମଧ୍ୟରେ ୪ ବାଳିକା ଏବଂ ୨ ବାଳକ ଥିବା ନେଇ ସୂଚନା ରହିଛି । ୭ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ସର୍ଟସର୍କିଟରୁ ଅଗ୍ନିକାଣ୍ତ ହୋଇଥିବା ନେଇ ସନ୍ଦେହ କରାଯାଉଛି ।

ହାଇଦ୍ରାବାଦ: ରେସିଡେନ୍ସିଆଲ କମ୍ପଲେକ୍ସରେ ଅଗ୍ନିକାଣ୍ତ । ୬ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି । ତେଲେଙ୍ଗାନା ସିକନ୍ଦରାବାଦରେ ଭୟାବହ ଅଗ୍ନିକାଣ୍ତ । ମୃତକଙ୍କ ମଧ୍ୟରେ ୪ ବାଳିକା ଏବଂ ୨ ବାଳକ ଥିବା ନେଇ ସୂଚନା ରହିଛି । ୭ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ସର୍ଟସର୍କିଟରୁ ଅଗ୍ନିକାଣ୍ତ ହୋଇଥିବା ନେଇ ସନ୍ଦେହ କରାଯାଉଛି ।
ଗୁରୁବାର ସନ୍ଧ୍ୟାରେ ସିକନ୍ଦରାବାଦ କମ୍ପଲେକ୍ସରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା, ଅନେକ ଲୋକ ଏହି ବିଲ୍ଡିଂରେ ଫସି ରହିଥିଲେ।ବିଲଡିଂରେ ନିଆଁ ଲାଗିଯିବାରୁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀ ଏବଂ ଦମକଳ ଗାଡ଼ି ସହ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ସହ ଲୋକଙ୍କୁ କମ୍ପଲେକ୍ସ ମଧ୍ୟରୁ ବାହରକୁ ସୁରକ୍ଷିତ ଭାବେ ବାହାର କରିଥିଲେ । ଉଦ୍ଧାରକାରୀ ଦଳ ହାଇଡ୍ରୋଲିକ୍ କ୍ରେନ୍ ସାହାଯ୍ୟରେ ଲୋକଙ୍କୁ ବାହରକୁ ଆଣିଥିଲେ । ସୂଚନା ଅନୁଯାୟୀ, କମ୍ପଲେକ୍ସର ତୃତୀୟ ମହଲାରେ ଫସି ରହିଥିବା ୭ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା ।
ହେଲେ କିଛି ଲୋକ ବିଲ୍ଡିଂର ଚତୁର୍ଥ ଏବଂ ପଞ୍ଚମ ମହଲାରେ ମଧ୍ୟ ଫସି ରହିଥିଲେ। ଯେଉଁମାନଙ୍କୁ ସୁରକ୍ଷିତ ଭାବେ ବାହରକୁ ଆଣିବା ପାଇଁ ଚେଷ୍ଟା କରାଯାଇଥିଲା ଯାହା ପରେ ୬ଜଣଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରାଯାଇଥିଲା ସେମାନଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଇଥିଲା ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ସମସ୍ତ ୬ ଜଣଙ୍କର ଶ୍ୱାସରୁଦ୍ଧ କାରଣରୁ ମୃତ୍ୟୁ ହୋଇଥିବା ନେଇ ସ୍ପଷ୍ଟ ହୋଇଛି ।












Click it and Unblock the Notifications