ଭୟଙ୍କର ଅଗ୍ନିକାଣ୍ଡ , ନିଆଁରେ ପୋଡି ଗୋଟିଏ ପରିବାରର ୪ ଜଣ ଜୀବନ୍ତ ଦଗ୍ଧ

ହୁ ହୁ ହୋଇ ଜଳିଗଲା ଘର। ନିଆଁରେ ପୋଡି ଜୀବନ୍ତ ଦଗ୍ଧ ହୋଇଗଲେ ଗୋଟିଏ ପରିବାରର ୪ ଜଣ। ଏଭଳି କିଛି ଭୟଙ୍କର ଅଗ୍ନିକାଣ୍ଡ ଘଟଣା ଘଟିଛି ମଧ୍ୟପ୍ରଦେଶରେ।ମଧ୍ୟପ୍ରଦେଶର ଦେବାସ ସହରର ନୟାପୁର ଅଞ୍ଚଳରେ। ଏଠାରେ ଏକ ଘରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ସ୍ୱାମୀ-ସ୍ତ୍ରୀ ଓ ସେମାନଙ୍କ ଦୁଇ ପିଲା ଅଛନ୍ତି।

fire

ସେପଟେ ଖବର ପାଇ ଅଗ୍ନିଶମ ବାହିନୀ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଯେଉଁ ଘରେ ଅଗ୍ନିକାଣ୍ଡ ଘଟିଛି ତା'ର ତଳ ମହଲାରେ ଏକ କ୍ଷୀର ଫ୍ୟାକ୍ଟ୍ରି ଥିଲା। ପ୍ରଥମେ ଏହି ଫ୍ୟାକ୍ଟ୍ରିରେ ହିଁ ନିଆଁ ଲାଗିଥିଲା। ଏହାପରେ ଦେଖୁ ଦେଖୁ ଏହି ନିଆଁ ପୂରା ବିଲ୍ଡିଂକୁ ବ୍ୟାପି ଯାଇଥିଲା।

ଫଳରେ ଦ୍ୱିତୀୟ ମହଲାରେ ରହୁଥିବା ସ୍ୱାମୀ-ସ୍ତ୍ରୀ ଓ ଦୁଇ ପିଲାଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଦିନେଶ, ତାଙ୍କ ପତ୍ନୀ ଗାୟତ୍ରୀ, ଝିଅ ଇସିକା ଓ ପୁଅ ଚିରାଗ। ଦିନେଶ ପେସାରେ ଜଣେ କାରପେଣ୍ଟର ଥିଲେ। ଏଥିସହ ଘରର ତଳ ମହଲାରେ କ୍ଷୀର ଫ୍ୟାକ୍ଟ୍ରି ଚଳାଉଥିଲେ। ତେବେ କେଉଁ କାରଣରୁ ତାଙ୍କ ପ୍ୟାକ୍ଟ୍ରିୀରେ ନିଆଁ ଲାଗିଲା ସେ ନେଇ କିଛି ସୂଚନା ମିଳିନାହିଁ। ଶର୍ଟସର୍କିଟ୍‌ ଯୋଗୁ ନିଆଁ ଲାଗିଥାଇପାରେ ବୋଲି ସନ୍ଦେହ କରାଯାଉଛି। ପୁଲିସ ପୂରା ଘଟଣାର ତଦନ୍ତ ଜାରି ରଖିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+