କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ , ୭ ଶ୍ରମିକ ମୃତ, ୧୦ ଆହତ

ପଶ୍ଚିମବଙ୍ଗର ବୀରଭୂମ ଜିଲାର ଳୋକପୁର ଥାନା ଅଞ୍ଚଳରେ ଥିବା ଏକ କୋଇଲା ଖଣିରେ ବିସ୍ଫୋରଣ ଘଟି ୭ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୧୦ରୁ ଅଧିକ ଶ୍ରମିକ ଆହତ ହୋଇଥିବା ସୂଚନା ମିଳିଛି। ସେମାନଙ୍କୁ ଉଦ୍ଧାର କରି ନିକଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

West Bengal

ସୂଚନା ଅନୁସାରେ, ଗଙ୍ଗାରାମଚକ ମାଇନିଂ ପ୍ରାଇଭେଟ ଲିମିଟେହ କୋଲିୟରି(ଜିଏମପିଏଲ) ଖଣିରେ ସୋମବାର ଖନନ ଚାଲିଥିଲା। ଏହି ସମୟରେ ହଠାତ ବିସ୍ଫୋରଣ ଘଟିଥିଲା। କୋଇଲା ଖନନ ପାଇଁ ବ୍ୟବହୃତ ବିସ୍ଫୋରକରେ ଅଚାନକ ବିସ୍ଫୋରଣ ଘଟିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଖବରପାଇ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଶ୍ରମିକଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇବା ସହିତ ଉଦ୍ଧାରକାର୍ଯ୍ୟ ଜାରି ରଖିଛି। ଏହା ସହିତ ପ୍ରାଣ ହରାଇଥିବା କର୍ମଚାରୀମାନଙ୍କ ପରିଚୟ ଖୋଜିବାକୁ ପୁଲିସ ଉଦ୍ୟମ ଚଳାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+