ଯମୁନା ଏକ୍ସପ୍ରେସୱେରେ ଭୟଙ୍କର ଦୁର୍ଘଟଣା, ୪ମୃତ ୧୦୦ରୁ ଅଧିକ ଆହତ

ମଥୁରାର ଯମୁନା ଏକ୍ସପ୍ରେସୱେରେ କୁହୁଡ଼ି ଯୋଗୁଁ ସାତଟି ବସ୍ ଏବଂ ତିନୋଟି କାର ପରସ୍ପର ସହ ଧକ୍କା ହୋଇଥିବା ନେଇ ଖବର ସାମ୍ନାକୁ ଆସୁଛି । ଦୁର୍ଘଟଣା ପରେ ବସ୍ ଏବଂ କାରଗୁଡ଼ିକରେ ନିଆଁ ଲାଗିଯାଇଥିଲା। ଏହି ଭୟଙ୍କର ଦୁର୍ଘଟଣାରେ ଚାରି ଜଣ ପୋଡ଼ି ମୃତ୍ୟୁ ହୋଇଥିବା ସୂଚନା ରହିଛି।

Yamuna Expressway

ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ପ୍ରାୟ ୧୫୦ ଜଣଙ୍କୁ ୨୦ଆମ୍ବୁଲାନ୍ସରେ ହସ୍ପିଟାଲ ପଠାଯାଇଥିଲା। ଜିଲା ମାଜିଷ୍ଟ୍ରେଟ୍ ଏପର୍ଯ୍ୟନ୍ତ ଚାରି ଜଣଙ୍କ ମୃତ୍ୟୁ ନିଶ୍ଚିତ କରିଛନ୍ତି, ଯେତେବେଳେ ୧୦୦ ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମଙ୍ଗଳବାର ଭୋର ୪ ଟାରେ ବଳଦେବ ପୋଲିସ ଷ୍ଟେସନ ଅଞ୍ଚଳର ମଲ୍ ଷ୍ଟୋନ୍ ୧୨୭ ରେ ଏହି ଦୁର୍ଘଟଣା ଘଟିଛି। ଜିଲା ମାଜିଷ୍ଟ୍ରେଟ୍ (ଡିଏମ୍) ଏବଂ ପୋଲିସ ସୁପରିଣ୍ଟେଣ୍ଡେଣ୍ଟ୍ (ଏସ୍ପି) ସମେତ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଉଦ୍ଧାର କାର୍ଯ୍ୟ ଚାଲିଛି । ପୋଲିସ, ଅଗ୍ନିଶମ ବାହିନୀ ଏବଂ ଏସଡିଆରଏଫ୍ କର୍ମଚାରୀମାନେ ନିଆଁ ଲିଭାଇବା ଏବଂ ଆହତମାନଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରିବା ପାଇଁ କାମ କରୁଛନ୍ତି ।

ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ଗୁଳି ଫୁଟିବା ପରି ଶବ୍ଦ କରି ଅନେକ ଗାଡ଼ି ଧକ୍କା ହୋଇଥିଲା। ଜୋରରେ ବିସ୍ଫୋରଣ ହୋଇଥିଲା। ସମଗ୍ର ଗାଁ ଘଟଣାସ୍ଥଳକୁ ଦୌଡ଼ି ଆସି ତୁରନ୍ତ ସହାୟତା ପ୍ରଦାନ କରିଥିଲା। ଆମ୍ବୁଲାନ୍ସ କର୍ମଚାରୀ ଅମିତ କୁମାର କହିଛନ୍ତି ଯେ ମୃତାହତଙ୍କ ସଂଖ୍ୟା ବର୍ତ୍ତମାନ ଅଜଣା।ପରବର୍ତ୍ତି ସମୟରେ ମୃତାହତ ଏବଂ ଆହତଙ୍କ ସଂଖ୍ୟା ଜଣାପଡିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+