'ଭାରତର ସୀମା ଅନବରତ ରକ୍ଷା କରୁଛି ୧୦ ସାଟେଲାଇଟ୍'
ଭାରତ-ପାକିସ୍ତାନ ଉତ୍ତେଜନା ଭିତରେ ଭାରତ ମହାକାଶ ଗବେଷଣା ସଂସ୍ଥା ( ଇସ୍ରୋ) ମୁଖ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ରାଷ୍ଟ୍ରା ସୁରକ୍ଷା ତଥା ମହାକାଶରୁ ଶତ୍ରୁ ପକ୍ଷର ଚଳନ ବିଷୟରେ ଜଣାଇବା ଲାଗି ୧୦ ସାଟେଲାଇଟ ଅହରାତ୍ରୀ କାମ କରୁଛନ୍ତି ବୋଲି କହିଛନ୍ତି ଇସ୍ରୋ ମୁଖ୍ୟ ଭି ନାରାୟଣନ୍। ଆଗକୁ ୭୦୦୦ କିଲୋମିଟର ସାମୁଦ୍ରିକ ସୀମାକୁ ସୁରକ୍ଷା ଦେବା ଲାଗି ଆମକୁ ଆହୁରି ଅଧିକ ସେଟେଲାଟ୍ର ଆବଶ୍ୟକତା ରହିଛି ବୋଲି ସେ କହିବା ସହ ଡ୍ରୋନ ଏବଂ ସେଟେଲାଟ୍ ବିନା ଆମେ ଅନେକ ଜିନିଷ ହାସଲ କରିପାରିବା ନାହିଁ ବୋଲି ସେ କହିଛନ୍ତି।
ଅପରେସନ୍ ସିନ୍ଦୂର ସମୟରେ ଭାରତର ସଠିକ ସାଟେଲାଇଟ୍ ସିଗ୍ନାଲ ଦ୍ୱାରା ପାକିସ୍ତାନର ୧୧ଟି ଏୟାରବେସ୍କୁ ନିର୍ଦ୍ଧାରିତ ଢଙ୍ଗରେ ଆକ୍ରମଣ କରାଯାଇପାରିଥିଲା। କେବଳ ସେତିକି ନୁହେଁ, ଜନ ଗହଳି ଭିତରେ ଥାଇ ମଧ୍ୟ ପାକିସ୍ତାନର ଆତଙ୍କୀ ଶିବିରକୁ ଭାରତୀୟ ସେନା ତୀକ୍ଷଣ୍ ଭାବେ ଆକ୍ରମଣ କରି ୧୦୦ ଆତଙ୍କୀ ଓ ୯ ଆତଙ୍କୀ ଶିବିରକୁ ଧ୍ୱଂସ କରିବାରେ ସକ୍ଷମ ହୋଇପାରିଥିଲା।

ଏହାହିଁ ଏକମାତ୍ର କାରଣ ରହିଥିଲା ଯେଉଁଥିଲାଗି ପାକିସ୍ତାନ ଭାରତକୁ ଶାନ୍ତି ପାଇଁ ଗୁହାରି କରିଥିଲା। ଏବଂ ଦୁଇ ଦେଶ ମଧ୍ୟରେ ଡିଜିଏମ୍ଓ ଆଲୋଚନା ଲାଗି ସ୍ଥିର ହୋଇ ଯୁଦ୍ଧ ବିରତି ଘୋଷଣା କରାଯାଇପାରିଛି।












Click it and Unblock the Notifications