ମନ୍ଦିର ପିକନିକ୍ ସ୍ଥାନ ନୁହେଁ'; ମାଡ୍ରାସ ହାଇକୋର୍ଟ

ମା ହାଇକୋର୍ଟଙ୍କ ବଡ ନିଷ୍ପତ୍ତି । ତାମିଲନାଡୁର ପାଲାନି ମନ୍ଦିର ମାମଲାରେ ମାଡ୍ରାସ ହାଇକୋର୍ଟ କହିଛନ୍ତି ଅଣ-ହିନ୍ଦୁମାନଙ୍କୁ ଧ୍ୱଜସ୍ତମ୍ଭ ସମ୍ମୁଖରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇପାରିବ ନାହିଁ । ଏନେଇ ମନ୍ଦିରର ପ୍ରବେଶ ଦ୍ୱାରରେ ଏକ ବୋର୍ଡ ଲଗାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ସହିତ କୋର୍ଟ ମନ୍ଦିର ସହ ଜଡିତ ଅଧିକାରୀମାନଙ୍କୁ ମଧ୍ୟ ଏ ସମ୍ପର୍କିତ ନିର୍ଦ୍ଦେଶ ଦେଇଛନ୍ତି। ରୀତିନୀତି ଏବଂ ପ୍ରଥା ଅନୁଯାୟୀ ମନ୍ଦିରର ରକ୍ଷଣାବେକ୍ଷଣ କରାଯିବା ଉଚିତ ବୋଲି କୋର୍ଟ କହିଛନ୍ତି । ହାଇକୋର୍ଟ କହିଛନ୍ତି ମନ୍ଦିରଗୁଡିକ ସମ୍ବିଧାନର ଧାରା 15 ଅନୁଯାୟୀ ଆସେ ନାହିଁ । ଏଭଳି ପରିସ୍ଥିତିରେ ଅଣ-ହିନ୍ଦୁମାନଙ୍କ ପ୍ରବେଶ ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ଅନ୍ୟାୟ ବୋଲି ବିବେଚନା କରାଯାଇପାରିବ ନାହିଁ ।

Madras high court

କୋର୍ଟ କହିଛନ୍ତି ମନ୍ଦିରର ପ୍ରବେଶ ପଥରେ ଥିବା ଧ୍ୱଜସ୍ତମ୍ଭ ନିକଟରେ ଏକ ବୋର୍ଡ ଲଗାଯିବା ଉଚିତ ଯେ 'ଅଣ-ହିନ୍ଦୁମାନଙ୍କୁ ଏହାର ସମ୍ମୁଖ ଦେଇ ପ୍ରବେଶ କରିବାକୁ ଅନୁମତି ନାହିଁ'। ତାମିଲନାଡୁ ହାଇକୋର୍ଟର ମଦୁରାଇ ବେଞ୍ଚରେ ଜଷ୍ଟିସ ଏସ ଶ୍ରୀମତି ଏହି ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ମନ୍ଦିର ପିକନିକ ସ୍ଥାନ ନୁହେଁ ଯେଉଁଠାକୁ ବାହାର ଲୋକ କିମ୍ବା ଅନ୍ୟ ଧର୍ମର ଲୋକମାନେ ଯାଇପାରିବେ। ଏହି ଆଦେଶ ପୂର୍ବରୁ ମନ୍ଦିର ସ୍ଥିତି ବଜାୟ ରଖିବାକୁ ଦିଆଯାଇଥିଲା।

ସେ ନୋଟିସ ବୋର୍ଡ ପୁନଃସ୍ଥାପିତ କରିବାକୁ ନିର୍ଦ୍ଦେଶ ମାଗିଥିଲେ। ଶୁଣାଣି ପରେ ଜଷ୍ଟିସ ଶ୍ରୀମତିଙ୍କ ଏକକ ଜଜ ବେଞ୍ଚ ଏହାକୁ ପୁନଃସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଅଣ-ହିନ୍ଦୁ ତଥା ମନ୍ଦିର ପରିସରରେ ହିନ୍ଦୁ ବିଶ୍ୱାସକୁ ଅନୁସରଣ କରୁ ନ ଥିବା ଲୋକଙ୍କ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହି ପ୍ରତିବନ୍ଧକ କେବଳ ଧ୍ୱଜସ୍ତମ୍ଭ ପର୍ଯ୍ୟନ୍ତ ପ୍ରଯୁଜ୍ୟ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+