ସତ୍ୟପାଠ ଦିଅନ୍ତୁ, ନଚେତ୍ ଦେଶକୁ କ୍ଷମା ମାଗନ୍ତୁ...’, ରାହୁଲ ଗାନ୍ଧୀଙ୍କୁ ସିଇସିଙ୍କ ଟାର୍ଗେଟ୍

ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ପରୋକ୍ଷରେ ଟାର୍ଗେଟ୍ କରି ବଡ଼ ବୟାନ ଦେଇଛନ୍ତି । ରାହୁଲ ଗାନ୍ଧୀଙ୍କ ନାଁ ନନେଇ କହିଛନ୍ତି ଯେ ନର୍ବାଚନ ଆୟୋଗ ଓ ମତଦାନ ସୂଚୀକୁ ନେଇ ସେ ଯେଉଁ ଅଭିଯୋଗ ଲଗାଇଛନ୍ତି, ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ମିଛ । ଯଦି ସେ କରୁଥିବା ଦାବିର ପ୍ରମାଣ ଅଛି, ତେବେ ସାତ ଦିନ ଭିତରେ ଶପଥପତ୍ର (ସତ୍ୟପାଠ) ଦିଅନ୍ତୁ, ନଚେତ୍ ସାରା ଦେଶଙ୍କୁ କ୍ଷମା ମାଗନ୍ତୁ ।

CEC

ଜ୍ଞାନେଶ କୁମାର କହିଛନ୍ତି, ମତଦାନ ସୂଚୀକୁ ସ୍ୱଚ୍ଛ ରଖିବା ଏକ ସାମୂହିକ ଦାୟିତ୍ୱ । ବିହାରରେ ଆମର ବୁଥ୍ ସ୍ତରର ଅଧିକାରୀ ବୁଥ୍ ସ୍ତରର ଏଜେଣ୍ଟ ଓ ରାଜନୈତିକ ଦଳ ସହ ମିଶି କାମ କରିଛନ୍ତି । ଏହି କାରଣରୁ ଅଗଷ୍ଟ ୧ ପରେ କୌଣସି ବି ରାଜନୈତିକ ଦଳ ଗୋଟିଏ ବି ଆପତ୍ତି ଉଠାଇନାହାନ୍ତି ।

ମୁଖ୍ୟ ନିର୍ବାଚ ଆୟୋଗ କହିଛନ୍ତି ଯେ ପିପିଟି ଦେଖାଇ, ଯେଉଁଥିରେ ନିର୍ବାଚନ ଆୟୋଗଙ୍କ ଡାଟା ନାହିଁ, ଭୁଲ ଭାବରେ ବିଶ୍ଲେଷଣ କରିବା ଓ କୌଣସି ମହିଳା ଦୁଇ ଥର ଭୋଟ ଦେଇଥିବା କହିବା ସଙ୍ଗୀନ ଅଭିଯୋଗ ଅଟେ । ସେ ଜୋର ଦେଇଛନ୍ତି ଯେ ବିନା ସତ୍ୟପାଠରେ ଏପରି ସଙ୍ଗୀନ ଅଭିଯୋଗ ଉପରେ ନିର୍ବାଚନ ଆୟୋଗ କୌଣସି ପଦକ୍ଷେପ ନେଇପାରିବେ ନାହିଁ, କାରଣ ଏହା ଉଭୟ ସମ୍ୱିଧାନ ଓ ନିର୍ବାଚନ ଆୟୋଗର ବିରୁଦ୍ଧ ଅଟେ ।

ରାହୁଲ ଗାନ୍ଧୀଙ୍କ ନାଁ ନନେଇ ସେ କହିଛନ୍ତି, 'ମୋର ସମସ୍ତ ଭୋଟରଙ୍କୁ ଅପରାଧୀ କରାଯିବା ଓ ନିର୍ବାଚନ ଆୟୋଗ ଶାନ୍ତ ରହିବ ? ଏହା ସମ୍ଭବ ନୁହେଁ । ସତ୍ୟପାଠ ଦେବାକୁ ପଡ଼ିବ, କିମ୍ୱା ଦେଶକୁ କ୍ଷମା ମାଗିବାକୁ ପଡ଼ିବ । ତୃତୀୟ ବିକଳ୍ପ ନାହିଁ । ଯଦି ସାତ ଦିନ ଭିତରେ ଶପଥପତ୍ର ନମିଳେ ତେବେ ଏହାର ଅର୍ଥ ଯେ ସବୁ ଅଭିଯୋଗ ଭିତ୍ତିହୀନ ଅଟେ ।'

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+