Telengana Rain:ତେଲେଙ୍ଗାନାରେ ବର୍ଷାର ବିତ୍ପାତ, ଦୁଇ ଦିନ ପାଇଁ ସ୍କୁଲ ବନ୍ଦ
Telengana Rain:ତେଲେଙ୍ଗାନାରେ ବର୍ଷାର ବିତ୍ପାତ । ପ୍ରବଳ ବର୍ଷା କାରଣରୁ ତେଲେଙ୍ଗାନା ସରକାର ଆଗାମୀ ଦୁଇ ଦିନ ପାଇଁ ସମସ୍ତ ସ୍କୁଲ ବନ୍ଦ କରିଦେଇଛନ୍ତି । ଟୁଇଟ କରି ତେଲେଙ୍ଗାନା ଶିକ୍ଷା ମନ୍ତ୍ରୀ ସବିତା ଇନ୍ଦ୍ର ରେଡ୍ଡୀ ଏନେଇ ସୂଚନା ଦେଇଛନ୍ତି ।
ରାଜ୍ୟରେ ଗୁରୁବାର ଏବଂ ଶୁକ୍ରବାର ଦିନ ସ୍କୁଲ ବନ୍ଦ ରହିବ। ଭାରତ ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଦିଲାବାଦ, କୋମାରାମ ଭୀମ ଅସୀଫାବାଦ, ଜଗଟିଆଲ୍, ରଜନନା ସିର୍କିଲା, କରିମନଗର, ପେଡାପାଲ୍ଲୀ ଏବଂ ଜୟଶଙ୍କର ଭୁପାଲପାଲି ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା ଅତି ପ୍ରବଳ ବର୍ଷାରେ ହେବାର ପୂର୍ବାନୁମାନ କରାଯାଇଛି ।

ଦକ୍ଷିଣ-ପଶ୍ଚିମ ମୌସୁମୀର ପ୍ରଭାବରେ ତେଲେଙ୍ଗାନାରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି । କିଛି ଜିଲ୍ଲାରେ ଏବେବି ବର୍ଷା ଜାରି ରହିଛି । କିଛି ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି । ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ କାମ ନଥିଲେ ବାହାରକୁ ନ ବାହାରିବା ପାଇଁ ସଚେତନ କରାଯାଇଛି । ଶିକ୍ଷା ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି ଯେ , ରାଜ୍ୟରେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ କେ.ସି.ଆର.ଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନକୁ ଦୁଇ ଦିନ ପାଇଁ ଛୁଟି ଘୋଷଣା କରାଯାଇଛି ।
ପରିସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ବିଦ୍ୟାଳୟଗୁଡ଼ିକ ଖୋଲିବ ବୋଲି ତେଲେଙ୍ଗାନା ଶିକ୍ଷା ବିଭାଗ କହିଛି। ଛାତ୍ର, ବିଦ୍ୟାଳୟର କର୍ମଚାରୀ ଏବଂ ଅଭିଭାବକମାନେ ଏହି ଘୋଷଣା ପ୍ରତି ଧ୍ୟାନ ଦେବାକୁ କୁହାଯାଇଛି। ପ୍ରବଳ ବର୍ଷା ହେତୁ ଗୋଦାବରୀ ନଦୀର ଜଳ ସ୍ତର ବଢିବାରେ ଲାଗିଛି । ଗୁରୁବାର ସକାଳ 9 ଟାରେ ଗୋଦାବରୀର ଜଳ ସ୍ତର 40 ଫୁଟରେ ପ୍ରବାହିତ ହେଉଥିବାବେଳେ 8,05,158 କ୍ୟୁସେକ୍ ଜଳ ତଳମୁଣ୍ଡରେ ଛଡାଯାଇଥିବା ନେଇ ସୂଚନା ରହିଥିଲା । ଆଗାମୀ ଦୁଇ ଦିନ ପାଇଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।












Click it and Unblock the Notifications