ନିର୍ବାଚନ ପ୍ରଚାର ବେଳେ ବିଆରଏସ୍ ସାଂସଦଙ୍କୁ ଛୁରାମାଡ଼

Telengana Election 2023: ତେଲେଙ୍ଗାନା ସାଂସଦ ତଥା ବିଧାନସଭା ନିର୍ବାଚନ ପ୍ରାର୍ଥୀ କୋଠା ପ୍ରଭାକର ରେଡ୍ଡି ସୋମବାର (30 ଅକ୍ଟୋବର) ପ୍ରଚାର କରୁଥିବା ସମୟରେ ତାଙ୍କ ଉପରେ ଛୁରା ମାଡ଼ କରାଯାଇଛି । ଦୌଲତାବାଦ ମଣ୍ଡଳର ସୁରମ୍ପଲ୍ଲୀ ଗ୍ରାମରେ ନିର୍ବାଚନ ପ୍ରଚାର ବେଳେ ଜଣେ ଅଜଣା ବ୍ୟକ୍ତି ତାଙ୍କ ପେଟକୁ ଛୁରୀରେ ଆକ୍ରମଣ କରିଥିଲେ । ଏଥିରେ ତାଙ୍କ ପେଟରେ ଗଭିର ଆଘାତ ଲାଗିଥିଲା ଯାହା ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

 BRS MP

ଆସନ୍ତା ୩୦ ତାରିଖରେ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବା ପାଇଁ ଯାଉଛି । ଯେଉଁଥି ପାଇଁ ଏବେଠୁ ପ୍ରଚାର ପ୍ରସାରରେ ଲାଗି ପଡିଛନ୍ତି ସମସ୍ତ ରାଜନୈତିକ ଦଳ । ତେବେ ସିଡ୍ଡିପେଟ୍ ଜିଲ୍ଲାରେ ପ୍ରଚାର କରିବା ପାଇଁ ପହଞ୍ଚିଥିଲେ ବିଆରଏସ୍ ସାଂସଦ ପ୍ରଭାକର ରେଡ୍ଡି ଯେଉଁ ସମୟରେ ଜଣେ ଅଜଣା ବ୍ୟକ୍ତି ତାଙ୍କ ସହ ହାତ ମିଳାଇବା ପାଇଁ ଆସି ଛୁରାମାଡ଼ କରିଥିବା ନେଇ ସୂଚନା ରହିଛି ।

ଆକ୍ରମଣକାରୀଙ୍କୁ ଧରି ପ୍ରଥମେ ବିଆରଏସ୍ କର୍ମୀ ମାଡ଼ ମାରିଥିଲେ ପରେ ଘଟଣାସ୍ଥଳରେ ପହଞ୍ଚି ପୋଲିସ ଅଭିଯୁକ୍ତକୁ ନ୍ୟାୟିକ ହେପାଜତକୁ ନେବା ସହ ତଦନ୍ତ ଆରମ୍ଭ କରଛି । ହାଇ ପ୍ରୋଫାଇଲ୍ ମାମଲାକୁ ଦୃଷ୍ଟିରେ ରଖି ପୋଲିସ ମଧ୍ୟ ଘଟଣାର ତଦନ୍ତ ଆରମ୍ଭ କରିଛି। ପୋଲିସ ପ୍ରତ୍ୟେକ ଦିଗରୁ ମାମଲାର ତଦନ୍ତ କରୁଛି। ଏହି ଆକ୍ରମଣର କାରଣ ଖୁବ୍ ଶୀଘ୍ର ସ୍ପଷ୍ଟ ହେବ ବୋଲି ସୂଚନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+