ଟେଲିକମ୍ ବିଲକୁ ମିଳିଲା ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ଦିଲ୍ଲୀ:ଟେଲିକମ୍ ବିଲ୍‌, ୨୦୨୩ ରାଷ୍ଟ୍ରପତିଙ୍କ ସହମତି ଗ୍ରହଣ କରିଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂତନ ଟେଲିକମ୍ ବିଲ୍ ୨୦୨୩ କୁ ଅନୁମୋଦନ କରିଛନ୍ତି । ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହା ବର୍ତ୍ତମାନ ଏକ ଆଇନରେ ପ୍ରଣୟନ ହୋଇଛି । ଏହି ବିଲ ନାଗରିକ ତଥା ଜାତୀୟ ନିରାପତ୍ତା ଦୃଷ୍ଟିରୁ ଯେକୌ ଣସି ଟେଲିକମ୍ ସେବା କିମ୍ବା ନେଟୱାର୍କକୁ ସରକାର ନିୟନ୍ତ୍ରଣ କରିବାକୁ ଅନୁମତି ଦେଇଛି । , ଏହି ବିଲ ୧୩୮ ବର୍ଷର ପୁରୁଣା ଟେଲିଗ୍ରାଫ୍ ଆକ୍ଟର ସ୍ଥାନ ନେଇଛି ।

ଏହି ବିଲରେ ଗ୍ରାହକଙ୍କୁ ନଜରରେ ରଖିବା ସହ ସେମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆଇନରେ ବ୍ୟବସ୍ଥା କରାଯାଇଛି । ଯଦି କୌଣସି ବ୍ୟକ୍ତି ଜାଲିଆତି କରି ଏକ ସିମ୍ ନିଅନ୍ତି ତେବେ ସେଠାରେ ୩ ବର୍ଷ ଜେଲ ଦଣ୍ଡ ଏବଂ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ବ୍ୟବସ୍‌ଥା କରାଯାଇଛି । ଫୋନ୍ ନମ୍ବରର ଅନ୍ୟାନ୍ୟ ଅପବ୍ୟବହାର ପାଇଁ ମଧ୍ୟ ସମାନ ବ୍ୟବସ୍ଥା କରାଯାଇଛି ।

ଯଦି କେହି ଜାତୀୟ ନିରାପତ୍ତା, ଅନ୍ୟ ଦେଶ ସହ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ତଥା ବେଆଇନ ଭାବେ ଟେଲି ଯୋଗାଯୋଗଉପକରଣ ବ୍ୟବହାର କରନ୍ତି ତେବେ ତାଙ୍କୁ ତିନି ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ କିମ୍ବା ୨ କୋଟି ଟଙ୍କା ଜୋରିମାନା କରାଯାଇପାରେ । କିମ୍ବା ଉଭୟ ଦଣ୍ଡା ଦେଶ ଲଗାଯାଇପାରିବ । ଯଦି କେନ୍ଦ୍ର ସରକାର ସଠିକ୍ ଲାଗିବ, ତେବେ ସେଭଳି ବ୍ୟକ୍ତିଙ୍କ, ଟେଲି ଯୋଗାଯୋଗ ସେବା ସ୍ଥଗିତ କିମ୍ବା ବନ୍ଦ କରାଯାଇପାରିବ । ଏହାସହ, ଟେଲିକମ୍ ଯୋଗାଯୋଗ ଭିତ୍ତିଭୂମି ବ୍ୟତୀତ ଟେଲିକମ୍ ନେଟୱାର୍କରେ କ୍ଷତି ଘଟାଉଥିବା ବ୍ୟକ୍ତିଙ୍କୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାର ଉତ୍ତର ଦାୟୀ ରହିବ ।

pesident of india

ଏହି ବିଲ୍‌ରେ ଦର୍ଶାଯାଇଛି ଯେ କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁମୋଦିତ ଯେକୌଣସି ଅଧିକାରୀ ଯେକୌଣସି ବିଲଡିଂ, ଯାନ, ଜାହାଜ, ବିମାନ କିମ୍ବା ସ୍ଥାନରେ ଯାଞ୍ଚ କରିପାରିବେ । ଯେଉଁଠାରେ ସେମାନଙ୍କୁ ଲାଗିବ କୌଣସି ଅନଧିକୃତ ଟେଲି ଯୋଗାଯୋଗ ନେଟୱାର୍କ କିମ୍ବା ଟେଲି ଯୋଗାଯୋଗ ଉପକରଣ କିମ୍ବା ରେଡିଓ ଉପକରଣ ରଖାଯାଉଛି କିମ୍ବା ଲୁଚାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+