ସଂସଦର ଆଦାନୀ ଝଡ଼,୧୦୦ କୋଟି ଟଙ୍କା ଫେରାଇଲେ ତେଲେଙ୍ଗାନା ସରକାର
ନୂଆଦିଲ୍ଲୀ: ପ୍ରଖ୍ୟାତ ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନି ପକ୍ଷରୁ ଭାରତରେ ଅଧିକାରୀଙ୍କୁ ଲାଞ୍ଚ ଦେଇଥିବା ଅଭିଯୋଗ ଆସିବା ପରେ ତାହାକୁ ନେଇ ରାଜନୈତିକ ପାଣିପାଗ ଗରମ ରହିଛି। ଏହାକୁ ନେଇ ଆଜିଠାରୁ ଆରମ୍ଭ ହୋଇଥିବା ସଂସଦର ଶୀତ ଅଧିବେଶନରେ ପ୍ରବଳ ହଟ୍ଟଗୋଳ ଦେଖାଦେଇଥିଲା । ପ୍ରବଳ ହଟ୍ଟଗୋଳ ପରେ ଲୋକସଭା ଆଜି ମୁଲତବୀ ହୋଇଯାଇଛି ।
ଆମେରିକାର କୋର୍ଟ ଗୌତମ ଆଦାନୀଙ୍କ ବିରୁଦ୍ଧରେ ଗିରଫ ୱାରେଣ୍ଟ ଜାରି କରିବା ପରେ ଆଦାନୀ ଗ୍ରୁପର ଦାନ ନେବାକୁ ବି ମନା କରିଦେଇଛନ୍ତି ତେଲାଙ୍ଗାନାର କଂଗ୍ରେସ ସରକାର। ୟଙ୍ଗ ଇଣ୍ଡିଆ ସ୍କିଲ୍ସ ୟୁନିଭରସିଟି ପାଇଁ ଆଦାନୀ ଗ୍ରୁପ୍ ଦେଇଥିବା ୧୦୦କୋଟି ଟଙ୍କାର ଅନୁଦାନକୁ ଫେରାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି ରେଭନ୍ତ ରେଡ୍ଡୀ ସରକାର। ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ କହିଛନ୍ତି, ଏହି ଦାନ ଗ୍ରହଣ କରାଯିବ ନାହିଁ। ଏଥିପାଇଁ ଆଦାନୀ ଗ୍ରୁପକୁ ଏକ ଚିଠି ଲେଖି ଜଣାଇ ଦିଆଯାଇଛି। ଆମେ ଆଦାନୀ ଗ୍ରୁପକୁ ଏକ ଚିଠି ଲେଖି କହିଛୁ ଯେ ରାଜ୍ୟ ସରକାର ଆଦାନୀ ଗ୍ରୁପ୍ ଦେଇଥିବା ୧୦୦ କୋଟି ଟଙ୍କାର ଅନୁଦାନ ଗ୍ରହଣ କରିବେ ନାହିଁ।

ସେ ଆହୁରି କହିଛନ୍ତି ଯେ, ୟଙ୍ଗ ଇଣ୍ଡିଆ ସ୍କିଲ୍ସ ୟୁନିଭରସିଟି ପାଇଁ ଅନେକ କମ୍ପାନୀ ଦାନ କରିଛନ୍ତି। କିନ୍ତୁ ସରକାର ନିଶ୍ଚିତ କରିବାକୁ ଚାହୁଁଛନ୍ତି ଯେ ଅନୁଦାନର ଉତ୍ସ ନୈତିକ ଏବଂ ସ୍ୱଚ୍ଛ ହେବା ଦରକାର। ବିବାଦୀୟ ବ୍ୟକ୍ତିବିଶେଷ କିମ୍ବା ଗୋଷ୍ଠୀରୁ ଟଙ୍କା ଗ୍ରହଣ କରିବା ରାଜ୍ୟ ନୀତି ବିରୁଦ୍ଧ ବୋଲି ତେଲାଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ କହିଛନ୍ତି।












Click it and Unblock the Notifications