ତେଲେଙ୍ଗାନା ଟନେଲ ଟ୍ରାଜେଡି: ୨୪ଦିନ ପରେ ବି ଉଦ୍ଧାର ହେଲେନି ଶ୍ରମିକ
ତେଲଙ୍ଗାନା ଶ୍ରୀସାଇଲାମ ବାମ କେନାଲ ବା ଏସଏଲବିସିରେ ଚାଲିଥିବା ରେସ୍କ୍ୟୁ ଅପରେସନ ପହଞ୍ଚିଛି 24 ଦିନରେ। ଅତ୍ୟାଧୁନିକ ରୋବୋଟିକ ଟେକ୍ନୋଲୋଜି ଜରିଆରେ ଅପରେସନ ଚାଲିଥିଲେ ବି ମିଳିନି ସୁଫଳ। ଅଟୋମେଟିକ ହାଇଡ୍ରୋଲିକ ପାୱାରଡ ରୋବୋଟ ଜରିଆରେ ଚାଲିଛି ଉଦ୍ଧାର କାର୍ଯ୍ୟ। ଏହା ସହ ଉଦ୍ଧାର କାର୍ଯ୍ଯରେ ନିୟୋଜିତ ହୋଇଛି ଲିକ୍ଯୁଡ ରିଙ୍ଗ ଭାକ୍ୟୁମ ପମ୍ପ। ରେସ୍କ୍ୟୁ ଅପରସେନ ଟିମ ସହ ଆଲୋଚନା କରିଛନ୍ତି ବିପର୍ଯ୍ୟୟ ପରିଚାଳନା ବିଭାଗ ସ୍ବତନ୍ତ୍ର ମୁଖ୍ୟ ସଚିବ ଅରବିନ୍ଦ କୁମାର।
ନିର୍ମାଣାଧୀନ ଏସଏଲବିସି ଟନେଲରେ ଫସି ରହିଥିବା ୮ ଜଣଙ୍କ ମଧ୍ୟରୁ ଜଣଙ୍କ ଶବ ଉଦ୍ଧାର କରାଯାଇଥିବା ବେଳେ ବାକି ୭ ଜଣଙ୍କ କୌଣସି ଖୋଜ୍ ଖବର ମିଳୁନି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଏବେବି ପ୍ରୟାସ ଜାରି ରହିଛି । ସେପଟେ ମାଟି ଖୋଳିବାକୁ ରୋବର୍ଟର ସାହାଯ୍ୟ ନିଆଯାଇଛି । ହାଇଡ୍ରୋଲିକ ଦ୍ବାରା ଚାଳିତ ରୋବର୍ଟ ମାଧ୍ୟମରେ ମାଟି କାଟି ଆଗକୁ ଆଗକୁ ଯିବାକୁ ପ୍ରୟାସ ଜାରି ରହିଛି ଆଉ ଫସିଥିବା ୭ ଜଣଙ୍କୁ ଜୀବିତ କିମ୍ବା ମୃତ ଅବସ୍ଥାରେ ଉଦ୍ଧାର କରିବାକୁ ଚେଷ୍ଟା କରାଯାଉଛି ।

ଗତ ଫେବ୍ରୁଆରୀ ୨୨ ତାରିଖରେ ସୁଡ଼ଙ୍ଗର ଏକ ଅଂଶ ଭୁଶୁଡ଼ି ପଡ଼ିବା ପରେ ୮ ଜଣ ସୁଡ଼ଙ୍ଗ ଭିତରେ ଫସି ରହିଛନ୍ତି । ଇତି ମଧ୍ୟରେ ଜଣଙ୍କ ମୃତଦେହ ମିଳିଥିବା ବେଳେ ଅନ୍ୟ ୭ ଜଣଙ୍କୁ ଉଦ୍ଧାର କରାଯିବାର ଆଶା ରହିଛି ।












Click it and Unblock the Notifications