ରମଜାନକୁ ନେଇ ତେଲେଙ୍ଗାନା ସରକାରଙ୍କ ବଡ ଘୋଷଣା
ମୁସଲମାନମାନଙ୍କ ପବିତ୍ର ମାସ ରମଜାନକୁ ନେଇ ତେଲେଙ୍ଗାନା ସରକାର କରିଛନ୍ତି ବଡ ଘୋଷଣା। ରମଜାନ ସମୟରେ ବିଭିନ୍ନ ସରକାରୀ ସଂସ୍ଥା, ସର୍ବଜନୀନ କ୍ଷେତ୍ର ଓ ଶିକ୍ଷା ସଂସ୍ଥାନ ଗୁଡିକରେ କାର୍ଯ୍ୟ କରୁଥିବା ମୁସଲିମ୍ ସମ୍ପ୍ରଦାୟର ଲୋକମାନେ ନିଜ କାର୍ଯ୍ୟକ୍ଷେତ୍ରରୁ ଜଲଦି ଘରକୁ ଯାଇପାରିବେ ବୋଲି ନୂଆ ନିୟମ ଆସିଛି।

ଏହି ନୂଆ ନିୟମ ରାଜ୍ୟରେ ଆସନ୍ତା ମାର୍ଚ୍ଚ ୨ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଲାଗୁ ରହିବ। ଏହି ନୂଆ ନିୟମ ଅନୁଯାୟୀ ମୁସଲିମ କର୍ମଚାରି ମାନେ ପ୍ରତିଦିନ ଭଳି ୫ ଟାରେ ଛୁଟି ନନେଇ ୪ଟାରେ ଛୁଟି ନେଇ ପାରିବେ ବୋଲି ଜଣା ପଡିଛି। ଏନେଇ ତେଲେଙ୍ଗାନାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଷ୍ପତ୍ତି ଦ୍ୱାରା ରମଜାନ ମାସରେ ଉପବାସ କରୁଥିବା ମୁସଲିମ୍ କର୍ମଚାରିମାନଙ୍କୁ ସେମାନଙ୍କ ଧାର୍ମିକ କର୍ମ ଓ ପାର୍ଥନା କରିବାରେ ସହାୟକ ହେବ।












Click it and Unblock the Notifications