ତେଲେଙ୍ଗାନାରେ ବର୍ଷାର ବିତ୍ପାତ: ୧୪ ମୃତଦେହ ଉଦ୍ଧାର

Telengana Rain: ତେଲେଙ୍ଗାନାରେ ବର୍ଷାର ବିତ୍ପାତ । ୧୪ ମୃତଦେହ ଉଦ୍ଧାର ହୋଇଥିବା ବେଳେ ବର୍ଷାଜନିତ ମୃତ୍ୟୁ ସଂଖ୍ୟା ୨୩କୁ ବୃଦ୍ଧି । ରାଜ୍ୟ ମୁଲୁଗୁ ଜିଲ୍ଲାରେ ସର୍ବାଧିକ ୬୪୯.୮ ମିମି ବର୍ଷା ରେକର୍ଡ ହୋଇଛି । ୨୦୦୪ ପରଠୁ ସବୁଠୁ ଅଧିକ ବର୍ଷା ହୋଇଥିବା ନେଇ ସୂଚନା ।

Telangana

ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଦେଖାଦେବା ସହ ସ୍ଥିତି ସଙ୍ଗୀନ ହୋଇପଡିଛି । ବହୁ ଅଞ୍ଚଳ ବନ୍ୟା ଜଳରେ ବୁଡ଼ି ରହିବା ସହ ବନ୍ୟା ଜଳରେ ବହୁ ଲୋକ ଫସିରହିଛନ୍ତି ଯାହାଙ୍କୁ ଏନଡିଆରଏଫ୍ ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ତେଲେଙ୍ଗାନା ଭୁପାଲପାଲି ଜିଲ୍ଲା ଅଧିନସ୍ଥ ମୋରଂଚ ପାଲି ଗାଁର ସ୍ଥିତି ନିୟନ୍ତ୍ରଣ ବାହାରେ ।

ପ୍ରବଳ ବର୍ଷା ପାଣି ଜମି ରହିଥିବାରୁ ଟ୍ରାକ୍ଟରରେ ବୁଲି ସ୍ଥିତି ସମୀକ୍ଷା କରିଛନ୍ତି ପ୍ରଶାସନିକ ଅଧିକାରୀ । ପ୍ରବଳ ବର୍ଷା ଯୋଗୁଁ ଓ ବନ୍ୟା ସ୍ଥିତିକୁ ନଜରରେ ରଖି ରାଜ୍ୟର ସମସ୍ତ ସ୍କୁଲ କଲେଜକୁ ଶୁକ୍ରବାର ଦିନ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରାଯାଇଛି ।

ବନ୍ୟା ଓ ବର୍ଷା ଜନିତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ମୁଲୁଗୁ ଜିଲ୍ଲାରେ କୋଣ୍ତାଇ ଗାଁରୁ ୮ଟି ମୃତଦେହ ଉଦ୍ଧାର କରାଯାଇଛି । ଏହି ଅଞ୍ଚଳରେ ବୟୁସେନା ଓ ଏନଡିଆରଏଫ୍ ଟିମ ନିୟୋଜିତ କରାଯାଇଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ରେଡ ଅଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+