Telangana Exit Poll 2023: ତେଲେଙ୍ଗାନାରେ କିଏ ଗଢିବ ସରକାର, BRSକୁ ଲାଗିପାରେ ଝଟକା, ଜାଣନୁ କ'ଣ କହୁଛି ଏକଜିଟ୍ ପୋଲ୍
Telangana Exit Poll 2023: ତେଲେଙ୍ଗାନାରେ ଭୋଟ୍ ସମାପ୍ତ ହେବା ପରେ ଏକଜିଟ୍ ପୋଲ୍ ପ୍ରକାଶ ପାଇଛି । ଟିଭି9 ଏକ୍ଜିଟ୍ ପୋଲ ଫଳାଫଳ ଅନୁସାରେ ଶାସକ ଦଳ ବିଆରଏସକୁ ଲାଗିଛି ଝଟକା । ରିପୋର୍ଟ ଅନୁସାରେ କଂଗ୍ରେସ ଏହି ନିର୍ବାଚନରେ ବାଜିମାତ କରିବ । ହେଲେ ଉଭୟ ଦଳ ମଧ୍ୟ କଡା ଟକ୍କର ହେବାର ଆଶଙ୍କା ରହିଛି ।
ଡିସେମ୍ବର 3 ନିର୍ବାଚନ ଫଳାଫଳ ବାହାରିବା ମାତ୍ରେ ଏହା ମଧ୍ୟ ସ୍ପଷ୍ଟ ହୋଇଯିବ । ଏଥର ଇତିହାସକୁ ବଦଳାଇବା ପାଇଁ ତେଲେଙ୍ଗାନା ସତେ ଯେପରି ମନ ବନାସାରିଛି । କାରଣ ଏହି ସମୟ KCR ସରକରାଙ୍କ ପାଇଁ ଜିତିବା ଏତେ ସହଜ ନୁହେଁ । ଏକଜିଟ୍ ପୋଲରେ କଂଗ୍ରେସ ଆଗରେ ରହିଛି। BRS କୁ ହରାଇବାର ସମ୍ଭାବନା ଖୁବ୍ ଅଧିକ ରହିଛି । ଏଥର ନିର୍ବାଚନରେ ବିଆରଏସକୁ କଂଗ୍ରେସ କଡା ଟକ୍କର ଦେଉଥିବା ଦେଖିବା ପାଇଁ ମିଳୁଛି । ତେବେ ବିଜେପି ଏଥର କିଛି ଭଲ ପ୍ରଦର୍ଶକ କରୁ ନଥିବାର ପରିଲିକ୍ଷିତ ହେଉଛି । କଂଗ୍ରେସ ଚମତ୍କାର ପ୍ରଦର୍ଶନ କରି ରାଜ୍ୟରେ ଆଗରେ ରହିଛି ।

TV9-Pollstrat ଏକଜିଟ୍ ପୋଲ୍ ଅନୁସାରେ ତେଲେଙ୍ଗାନାର ମୋଟ 119 ଟି ସିଟ୍ ମଧ୍ୟରୁ କଂଗ୍ରେସ 49 ରୁ 59 ଟି ସିଟ୍ ପାଇବ, BRS 48 ରୁ 58 ଟି ସିଟ୍ ଏହଂ ଏହା ବ୍ୟତୀତ, ଓୱେସିଙ୍କ ପାର୍ଟି AIMIM କିଙ୍ଗମେକର ହୋଇପାରେ । ଏକଜିଟ୍ ପୋଲ ଅନୁସାରେ AIMIM 6 ରୁ 8 ଟି ସିଟ ହାତେଇ ପାରେ ସେହିପରି ବିଜେପି 5 ରୁ 10 ସିଟ୍ ମଧ୍ୟରେ ରହିବାର ଅନୁମାନ କରାଯାଉଛି ।
ସେହିପରି ସିଏନ୍ଏନ୍ ନ୍ୟୁଜ୍ 18 ଏକଜିଟ୍ ପୋଲ୍ ଅନୁଯାୟୀ, ତେଲେଙ୍ଗାନାରେ କଂଗ୍ରେସ 56ଟି ସିଟ୍, BRS 48, ବିଜେପି 10 ଏବଂ AIMIM 5 ଟି ଆସନ ପାଇବାର ଆଶଙ୍କା ରହିଛି ।












Click it and Unblock the Notifications