For Quick Alerts
Turn On Notification  
For Daily Alerts
Oneindia App Download

ରାଜ୍ୟରୁ ହଟିଲା ସମ୍ପୂର୍ଣ୍ଣ ଲକ୍‌ଡାଉନ୍ : ଶିକ୍ଷାନୁଷ୍ଠାନ ଖୋଲିବାକୁ କ୍ୟାବିନେଟ୍ ନେଲା ନିଷ୍ପତ୍ତି

ଦେଶର ପ୍ରଥମ ରାଜ୍ୟ ତେଲେଙ୍ଗାନା ଯେଉଁଠାରେ ଲକ୍‌ଡାଉନକୁ ସମ୍ପୂର୍ଣ୍ଣ ଭାବେ ହଟାଯାଇଛି

|

ତେଲେଙ୍ଗାନା: ଦେଶର ପ୍ରଥମ ରାଜ୍ୟ ତେଲେଙ୍ଗାନା ଯେଉଁଠାରେ ଲକ୍‌ଡାଉନକୁ ସମ୍ପୂର୍ଣ୍ଣ ଭାବେ ହଟାଯାଇଛି । ତେଲେଙ୍ଗାନା ସରକାର ଶନିବାର ଠାରୁ ସାରା ରାଜ୍ୟରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍ ହଟାଇଛନ୍ତି । ତେବେ ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ କମିବା ସହ ଆକ୍ଟିଭ ସଂଖ୍ୟା ମଧ୍ୟ କମ୍‌ ରହିଛି । ଏନେଇ ରାଜ୍ୟ କ୍ୟାବିନେଟ୍ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟ କ୍ୟାବିନେଟ୍‌ର ସୂଚନା ଅନୁସାରେ ଅନ୍ୟ ରାଜ୍ୟ ତୁଳନାରେ ତେଲେଙ୍ଗାନା ଖୁବ୍‌ଶୀଘ୍ର କରୋନାକୁ ରୋକିବାରେ ସଫଳ ହୋଇଛି ।

ଲକଡାଉନ୍

ରାଜ୍ୟ ସହିତ ସାରା ଦେଶରେ ଓ ପଡ଼ୋଶୀ ରାଜ୍ୟଗୁଡ଼ିକରେ ମଧ୍ୟ ସଂକ୍ରମଣ କମିଥିବାରୁ ଲକ୍‌ଡାଉନ୍ ହଟାଇବାକୁ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ତେଲେଙ୍ଗାନା ସରକାର । ସେପଟେ ଲକ୍‌ଡାଉନ ହଟାଇବା ସହିତ ରାଜ୍ୟରେ ଶିକ୍ଷା ବିଭାଗକୁ ସକ୍ରିୟ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ଏନେଇ ଜୁଲାଇ 1 ଠାରୁ ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବାକୁ ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଲକ୍‌ଡାଉନ ହଟାଇବା ସହିତ ରାଜ୍ୟବାସୀଙ୍କୁ କରୋନା ଗାଇଡ୍‌ଲାଇନ୍‌ ମାନିବାକୁ ନିବେଦନ କରିଛନ୍ତି ସରକାର । ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ପାଳନ କରିବାକୁ ରାଜ୍ୟବାସୀଙ୍କୁ ଅପିଲ କରିଛନ୍ତି ତେଲେଙ୍ଗାନା ସରକାର ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Telangana Ends Covid Lockdown Removes All Covid Restrictions
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X