ରାଜ୍ୟରୁ ହଟିଲା ସମ୍ପୂର୍ଣ୍ଣ ଲକ୍ଡାଉନ୍ : ଶିକ୍ଷାନୁଷ୍ଠାନ ଖୋଲିବାକୁ କ୍ୟାବିନେଟ୍ ନେଲା ନିଷ୍ପତ୍ତି
ଦେଶର ପ୍ରଥମ ରାଜ୍ୟ ତେଲେଙ୍ଗାନା ଯେଉଁଠାରେ ଲକ୍ଡାଉନକୁ ସମ୍ପୂର୍ଣ୍ଣ ଭାବେ ହଟାଯାଇଛି
ତେଲେଙ୍ଗାନା: ଦେଶର ପ୍ରଥମ ରାଜ୍ୟ ତେଲେଙ୍ଗାନା ଯେଉଁଠାରେ ଲକ୍ଡାଉନକୁ ସମ୍ପୂର୍ଣ୍ଣ ଭାବେ ହଟାଯାଇଛି । ତେଲେଙ୍ଗାନା ସରକାର ଶନିବାର ଠାରୁ ସାରା ରାଜ୍ୟରେ ସମ୍ପୂର୍ଣ୍ଣ ଲକ୍ଡାଉନ୍ ହଟାଇଛନ୍ତି । ତେବେ ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ କମିବା ସହ ଆକ୍ଟିଭ ସଂଖ୍ୟା ମଧ୍ୟ କମ୍ ରହିଛି । ଏନେଇ ରାଜ୍ୟ କ୍ୟାବିନେଟ୍ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟ କ୍ୟାବିନେଟ୍ର ସୂଚନା ଅନୁସାରେ ଅନ୍ୟ ରାଜ୍ୟ ତୁଳନାରେ ତେଲେଙ୍ଗାନା ଖୁବ୍ଶୀଘ୍ର କରୋନାକୁ ରୋକିବାରେ ସଫଳ ହୋଇଛି ।

ରାଜ୍ୟ ସହିତ ସାରା ଦେଶରେ ଓ ପଡ଼ୋଶୀ ରାଜ୍ୟଗୁଡ଼ିକରେ ମଧ୍ୟ ସଂକ୍ରମଣ କମିଥିବାରୁ ଲକ୍ଡାଉନ୍ ହଟାଇବାକୁ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ତେଲେଙ୍ଗାନା ସରକାର । ସେପଟେ ଲକ୍ଡାଉନ ହଟାଇବା ସହିତ ରାଜ୍ୟରେ ଶିକ୍ଷା ବିଭାଗକୁ ସକ୍ରିୟ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ଏନେଇ ଜୁଲାଇ 1 ଠାରୁ ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବାକୁ ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଲକ୍ଡାଉନ ହଟାଇବା ସହିତ ରାଜ୍ୟବାସୀଙ୍କୁ କରୋନା ଗାଇଡ୍ଲାଇନ୍ ମାନିବାକୁ ନିବେଦନ କରିଛନ୍ତି ସରକାର । ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ପାଳନ କରିବାକୁ ରାଜ୍ୟବାସୀଙ୍କୁ ଅପିଲ କରିଛନ୍ତି ତେଲେଙ୍ଗାନା ସରକାର ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications