Assembly Election Result: ତେଲେଙ୍ଗାନାରେ କଂଗ୍ରେସ ଆଗୁଆ,ଜାଣନ୍ତୁ କିଏ ହେବେ ମୁଖ୍ୟମନ୍ତ୍ରୀ
Assembly Election Result: ରବିବାର ଦିନ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗଣନା ଜାରି ରହିଛି । କଂଗ୍ରେସ ବର୍ତ୍ତମାନ ଲିଡ୍ କରୁଥିବାରୁ ପ୍ରାର୍ଥୀଙ୍କ ମଧ୍ୟ ଉତ୍ସାହ ଦେଖିବା ପାଇଁ ମିଳୁଛି । କେସିଆର୍ ଙ୍କ BRS କୁ ପଛରେ ପକାଇ କଂଗ୍ରେସ ଆଗୁଆ ରହିଛି । କଂଗ୍ରେସ ଗୋଟିଏ ଆସନରେ ବିଜୟୀ ହୋଇ 64 ଆସନରେ ଆଗୁଆ ରହିଛି । ବି ଆର୍ ଏସ୍ 41 ଆସନରେ ଓ ବିଜେପି 9 ଆସନରେ ଆଗୁଆ ରହିଛି ।
ଖବର ଲେଖିବା ସମୟରେ କଂଗ୍ରେସ 59 ଟି ଆସନରେ, 37 ଟିରେ BRS, 9 ରେ ବିଜେପି, AIMIM-1 ଏବଂ CPI-1 ଆସନରେ ଆଗୁରେ ଥିଲା । ବର୍ତ୍ତମାନ କଂଗ୍ରେସ କର୍ମୀମାନେ ତେଲେଙ୍ଗାନାରେ ଉତ୍ସବ ପାଳନ କରି କଂଗ୍ରେସ ସଂସଦୀୟ ଦଳର ସଭାପତି ସୋନିଆ ଗାନ୍ଧି, ଦଳର ସାଂସଦ ରାହୁଲ ଗାନ୍ଧି ଏବଂ ରାଜ୍ୟ ଦଳର ମୁଖ୍ୟ ରେଭାଣ୍ଟ ରେଡ୍ଡୀଙ୍କ ପୋଷ୍ଟରରେ କ୍ଷୀର ଢାଳି ଅଭିଷେକ କରିଛନ୍ତି ।
ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ, ଯଦି ତେଲେଙ୍ଗାନାରେ କଂଗ୍ରେସ ଜିତୁଛି ତେବେ କିଏ ହେବେ ମୁଖ୍ୟମନ୍ତ୍ରୀ ପ୍ରର୍ଥୀ । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ପ୍ରାଥମିକ ଟ୍ରେଣ୍ତ ଅନୁସାରେ ପିସିସି ସଭାପକି ତଥା କଂଗ୍ରେସ ପ୍ରାର୍ଥୀ ରେଭାନ୍ତ ରେଡ୍ଡି କାମାରେଡ୍ଡି ବିଧାନସଭା ଆସନରୁ ଆଗୁଆ ଅଛନ୍ତି ଏପରିକି ଦ୍ୱିତୀୟ ରାଉଣ୍ତରେ ମଧ୍ୟ ସେ ଆଗୁଆ ଥିଲେ ।

ଖବର ଲେଖିବା ସମୟରେ ମଧ୍ୟ କୋଡଙ୍ଗଲରେ ଆଗରେ ଥିଲେ ରେଭାନ୍ତ ରେଡ୍ଡି । ମୁଖ୍ୟମନ୍ତ୍ରୀ କେକିଆଲ କାମାରେଡ୍ଡିରେ ପଛରେ ଚାଲିଥିବା ବେଳେ ଗଜୱେଲ୍ ଆସନରେ ମଧ୍ୟ ସେ କଡ୍ଡା ଟକ୍କରର ସମ୍ମୁଖୀନ ହେଉଛନ୍ତି । ତେବେ ଯଦି ତେଲେଙ୍ଗାନାରେ କଂଗ୍ରେସ ବିଜୟ ହେଉଛି ତେବେ ମୁଖ୍ୟମନ୍ତ୍ରୀ ଆସନ ପାଇପାରନ୍ତି ରେଭାନ୍ତ ରେଡ୍ଡି । ଦଳରେ ତାଙ୍କର ଦବଦମା ରହିଛି । ୬ ବର୍ଷ ମଧ୍ୟରେ ସେ ପାର୍ଟିର ରଙ୍ଗ ରୂପ ବେଶ ଭଲ ଭାବେ ବଦଳାଇବା ସହ ଷ୍ଟାର କ୍ୟାମ୍ପେନର ସାଜିଛନ୍ତି । ତେବେ ଏହା ମଧ୍ୟ କୁହାଯାଏ ସେ ରେଡ୍ଡି କମ୍ୟୁନିଟିର ବୋଲି ତାଙ୍କର ବେଶ୍ ଅଧିକ ଫ୍ୟାନ ଫଲୋଇଙ୍ଗ୍ ରହିଛି ।
ଅନ୍ୟଟେ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର କର୍ମୀଙ୍କୁ ସହଯୋଗ କରିବା ପାଇଁ ହାଇଦ୍ରାବାଦରେ ପହଞ୍ଚିଛନ୍ତି । ଏକଜିଟ୍ ପୋଲ ଆକଳନ ପରେ କଂଗ୍ରେସ ହାଇକମାଣ୍ତ ତେଲେଙ୍ଗାନାର ଦାୟିତ୍ୱ ନେଇଥିଲେ । ବର୍ତ୍ତମାନ ସେ ସମସ୍ତ ପ୍ରସ୍ତୁତି ସହ ପାର୍ଥୀଙ୍କ ସାଥ ଦେବା ପାଇଁ ତେଲେଙ୍ଗାନାରେ ପହଞ୍ଚିଛନ୍ତି ।












Click it and Unblock the Notifications