Get Updates
Get notified of breaking news, exclusive insights, and must-see stories!

ମୁଖ୍ୟମନ୍ତ୍ରୀ ହେବା ପରେ ନିଜ ପ୍ରତିଶ୍ରୁତି ପୂରଣ କଲେ ରେବନ୍ତ ରେଡ୍ଡୀ

Telangana CM Revanth Reddy: ଗୁରୁବାର ଦିନ ରେବନ୍ତ ରେଡ୍ଡୀ ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । ଏହା ସହ ଦକ୍ଷିଣ ଭାରତର ଆଉ ଏକ ରାଜ୍ୟରେ ସରକାର ଗଠନ କରିଛି କଂଗ୍ରେସ । ରେବନ୍ତ ରେଡ୍ଡୀ ଦାୟିତ୍ୱ ନେବା ପରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି । ଅକ୍ଟୋବରରେ ରେଡ୍ଡୀ ଜଣେ ଭିନ୍ନକ୍ଷମ ମହିଳାଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ କଂଗ୍ରେସ କ୍ଷମତାକୁ ଆସିବା ମାତ୍ରେ ତାଙ୍କୁ ଚାକିରି ଦିଆଯିବ। ଆଜି ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ ରେବନ୍ତ ରେଡ୍ଡୀ ତାଙ୍କ ପ୍ରତିଶ୍ରୁତି ପୂରଣ କରିବା ସହ ସମସ୍ତଙ୍କ ହୃଦୟ ଜିତିଛନ୍ତି।

ଅକ୍ଟୋବର 17 ରେ ଏନେଇ କଂଗ୍ରେସ କର୍ମୀ ଏନେଇ ଟ୍ୱିଟ୍ କରି ସୂଚନା ଦେଇଥିଲେ । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ ସେୟାର କରି କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ, ଯଦି କଂଗ୍ରେସ କ୍ଷମତାକୁ ଆସେ ତେବେ ଟିଆରପିସି ସଭାପତି ରେବନ୍ତ ରେଡ୍ଡୀ ନାମ୍ପଲିର ଜଣେ ଭିନ୍ନକ୍ଷମ ଝିଅ ରଜନୀଙ୍କୁ ପ୍ରଥମ ଚାକିରି ଦେବେ । ପୋଷ୍ଟ ଗ୍ରାଜୁଏଟ୍ ପାସ କରିସାରିଥିବା ରଜନୀ ରେବନ୍ତ ରେଡ୍ଡୀଙ୍କୁ ନିଜ ଦୁଃଖ ବଖାଣିଥିଲେ, ସେ କହିଥିଲେ ତାଙ୍କୁ ଏକ ପ୍ରାଇଭେଟ୍ ଅଫିସରେ ମଧ୍ୟ ଚାକିରି ମିଳିପାରୁ ନାହିଁ । ଯାହା ପରେ ରେବନ୍ତ ରେଡ୍ଡୀ ନିଜ ରଜନୀଙ୍କ ନାଁରେ କଂଗ୍ରେସ୍ ଗ୍ୟାରେଣ୍ଟି କାର୍ଡ ପୂରଣ କରିଥିଲେ।

Telangana CM Revanth Reddy

ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ସହିତ ଦୁଇଟି ଫାଇଲରେ ଦସ୍ତଖତ କରାଯାଇଥିଲା। ପ୍ରଥମ ଫାଇଲଟି ହେଉଛି ୬ଟି ନିର୍ବାଚନ ଗ୍ୟାରେଣ୍ଟି ଲାଗୁ କରିବା ଏବଂ ଦ୍ୱିତୀୟ ଫାଇଲ ହେଉଛି ଦିବ୍ୟାଙ୍ଗ ରଜନୀଙ୍କୁ ଚାକିରି ଯୋଗାଇବା । ତେଲେଙ୍ଗାନା ବିଧାନସଭା ନିର୍ବାଚନ 2023 ପାଇଁ କଂଗ୍ରେସ ଏହାର ନିର୍ବାଚନୀ ଇସ୍ତାହାରରେ ୬ ଟି ଗ୍ୟାରେଣ୍ଟି ଦେଇଥିଲା। ଏହି ୬ଟି ଗ୍ୟାରେଣ୍ଟି ହେଉଛି "ମହାଲକ୍ଷ୍ମୀ", "ରିଥୁ ଭରୋସା", "ଗୃହ ଜ୍ୟୋତି", "ଇନ୍ଦିରାମ୍ମା ଇନ୍ଦୁଲୁ", "ଯୁବ ବିକାଶ" ଏବଂ "ଚେୟୁଥା" ଭାବେ ଶ୍ରେଣୀଭୁକ୍ତ କରାଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+