ଦିଲ୍ଲୀ ମଦ ଦୁର୍ନୀତି: ଗିରଫ ହେଲେ କେସିଆରଙ୍କ ଝିଅଙ୍କ ପୂର୍ବତନ ସିଏ
ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ଝିଅ କେ. କବିତାଙ୍କ ପୂର୍ବତନ ଚାଟାର୍ଡ ଆକାଉଣ୍ଟାଣ୍ଟ ବୁଚି ବାବୁଙ୍କୁ ଗିରଫ କରିଛି ସିବିଆଇ । ଦିଲ୍ଲୀ ଅବକାରୀ ନୀତିରେ ହୋଇଥିବା ଦୁର୍ନୀତି ମାମଲାରେ ତାଙ୍କର ସମ୍ପୃକ୍ତି ଥିବା ନେଇ ତାଙ୍କୁ ଗିରଫ କରାଯାଇଛି ।

ତଦନ୍ତରେ ଅସହୋଯୋଗ କରିବା ସହିତ ସଠିକ୍ ଉତ୍ତର ନ ଦେବା ପରେ ତାଙ୍କୁ ମଙ୍ଗଳବାର ସନ୍ଧ୍ୟାରେ ଗିରଫ କରାଯାଇଛି ବୋଲି ସୂଚନା ଦେଇଛି ସିବିଆଇ । ଆଜି ତାଙ୍କୁ ଦିଲ୍ଲୀର ଏକ ସ୍ୱତନ୍ତ୍ର କୋର୍ଟରେ ହାଜର କରାଯିବ ।
ସେହିପରି ସାଉଥ୍ ଗ୍ରୁପ୍ ନାମକ କମ୍ପାନୀ ଦ୍ୱାରା ଲାଞ୍ଚ ଦିଆଯାଇ ଦିଲ୍ଲୀର ଅବକାରୀ ନୀତିକୁ ସଂଶୋଧର କରାଯିବା ପାଇଁ ଚେଷ୍ଟା କରାଯାଉଥିଲା ବୋଲି ଅଭିଯୋଗ କରାଯାଇଛି । ସିଏ ବୁଚି ବାବୁ 'ସାଉଥ୍ ଗ୍ରୁପ'ର ପ୍ରତିନିଧିତ୍ୱ କରୁଥିଲେ ବୋଲି ସୂଚନା ଦେଇଛି ସିବିଆଇ ।
ସୂଚନାଥାଉ ଯେ, ଡିସେମ୍ବର ୧୨ରେ ପୂର୍ବତନ ସାଂସଦ କବିତାଙ୍କୁ ହାଇଦ୍ରାବାଦରେ ସିବିଆଇ ୭ ଘଣ୍ଟାରୁ ଅଧିକ ସମୟ ପାଇଁ ପଚରାଉଚରା କରିଥିଲା । ଦିଲ୍ଲୀ ଅବକାରୀ ନୀତି ଲାଗୁ କରିବା ନିମନ୍ତେ 'ସାଉଥ୍ ଗ୍ରୁପ୍'ର ଭୂମିକାକୁ ନେଇ ସନ୍ଦେହ ସୃଷ୍ଟି ହେବା ପରେ ଯାଞ୍ଚ ଆରମ୍ଭ କରିଥିଲା ସିବିଆଇ । ଏହି ମାମଲାରେ କବିତାଙ୍କ ସମ୍ପୃକ୍ତି ରହିଛି ବୋଲି ସିବିଆଇ ସୂଚନା ଦେଇଥିଲା ।












Click it and Unblock the Notifications