ସଡ଼କ ଦୁର୍ଘଟଣାରେ ବିଧାୟିକାଙ୍କ ମୃତ୍ୟୁ

Telangana BRS MLA Lasya Nanditha Dies: ଭାରତ ରାଷ୍ଟ୍ର ସମିତି (ବିଆରଏସ) ବିଧାୟକ ଜି ଲସ୍ୟା ନନ୍ଦିତାଙ୍କର ଶୁକ୍ରବାର (ଫେବୃଆରୀ 23) ରେ ଏକ କାର ଦୁର୍ଘଟଣାରେ ମୃତ୍ୟୁ ଘଟିଛି ।ମୃତ୍ୟୁ ବେଳକୁ ଲସ୍ୟା ନନ୍ଦିତାଙ୍କୁ 37 ବର୍ଷ ବୟସ ହୋଇଥିଲା । ଗତ ମାସରେ ତାଙ୍କ ପିତାଙ୍କର ଦେହାନ୍ତ ହୋଇଥିଲା। ଲସ୍ୟା ତେଲେଙ୍ଗାନାର ସିକନ୍ଦରାବାଦ କେଣ୍ଟ ସିଟରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ ।

Telangana BRS MLA Lasya Nanditha Dies

ଫେବ୍ରୁଆରୀ 23 ସାଙ୍ଗେରେଡିରେ ଏକ କାର ଦୁର୍ଘଟଣାରେ ଲସ୍ୟା ନନ୍ଦିତାଙ୍କର ମୃତ୍ୟୁ ଘଟିଛି। ସାଙ୍ଗେରେଡି ଜିଲ୍ଲାର ଅମିନପୁର ମଣ୍ଡଳର ସୁଲତାନପୁର ଆଉଟର୍ ରିଙ୍ଗ ରୋଡ୍ (ଓଆରଆର) ରେ ଏହି ଦୁର୍ଘଟଣା ଘଟିଛି। ଲସ୍ୟା ନନ୍ଦିତା ସେକନ୍ଦରାବାଦ କେଣ୍ଟ ସିଟରୁ BRS ବିଧାୟକ ଥିଲେ।

37 ବର୍ଷିୟ ଲସ୍ୟା ନନ୍ଦିତା ଏକ ଏସୟୁଭିରେ ଯାତ୍ରା କରୁଥିବାବେଳେ ଭାରସାମ୍ୟ ହରାଇ ଡିଭାଇଡରରେ ଗାଡ଼ିଟି ପିଟି ହୋଇଥିଲା । ଏହା ପରେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଦୁର୍ଘଟଣାରେ ଡ୍ରାଇଭର ଗୁରୁତର ଆହତ ହୋଇ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି।
ସିଏମ୍ ରେଭାନ୍ଥ ରେଡ୍ଡୀ ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିଛନ୍ତି ।

ଜି ଲସ୍ୟା ନନ୍ଦିତାଙ୍କ ପିତା ଜି ସାୟାନ୍ନା ସିକନ୍ଦରାବାଦର କେଣ୍ଟ ସିଟରୁ 5 ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଗଲ ବର୍ଷ ଫେବ୍ରୁଆରୀରେ ତାଙ୍କର ମୃତ୍ୟୁ ହୋଇଥିଲା । ଯାହା ପରେ ନନ୍ଦିତା ନିର୍ବାଚନୀ ମୈଦାନରେ ପାଦ ଦେଇଥିଲେ । ସେ ବିଜେପି ପ୍ରାର୍ଥୀଙ୍କୁ 17 ହଜାର ଭୋଟରେ ପରସ୍ତ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+