ଏହି ରାଜ୍ୟରେ ବର୍ଷକ ପାଇଁ ବ୍ୟାନ୍ ହେଲା ତମାଖୁ
Telangana Bans Gutka And Pan Masala: ତେଲେଙ୍ଗାନାରାରେ ପାନ ମସଲା, ଗୁଟଖା,ତମାଖୁ ବିକ୍ରି ଉପରେ ଏକ ବର୍ଷ ପାଇଁ ଲାଗିଲା ରୋକ୍ । ରାଜ୍ୟ ସରକାରଙ୍କ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି । ଆସନ୍ତା ଏକ ବର୍ଷ ପାଇଁ ରାଜ୍ୟରେ ଏହି ନିୟମ ବଳବତ୍ତର ରହିବା ନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି ।
ରାଜ୍ୟ ଖାଦ୍ୟ ସୁରକ୍ଷା ଆୟୋଗଙ୍କ ଦ୍ୱାରା ଜାରି କରାଯାଇଥିବା ସୂଚନା ଅନୁସାରେ, ଗୁଟଖା, ପାନ ମସଲାକୁ ଆସନ୍ତା ଏକ ବର୍ଷ ପାଇଁ ବ୍ୟାନ୍ କରାଯାଇଛି । ଏହି ଆଦେଶକୁ ତୁରନ୍ତ ଲାଗୁ କରାଯିବ ବୋଲି ସ୍ପଷ୍ଟ କରାଯାଇଛି । ତେବେ ତମାଖୁ, ଗୁଟୁଖାରେ ଥିବା ନିକୋଟିନ୍ ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟଧିକ ଖରାପ ଏପରିକି ଅନେକ ଲୋକ ଏଥିପାଇଁ କ୍ୟାନ୍ସର ପରି ଗୁରୁତର ରୋଗର ଶିକାର ମଧ୍ୟ ହେଉଛନ୍ତି ଏବଂ ପ୍ରତି ବର୍ଷ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି ।

ତେବେ ତାମିଲନାଡୁରେ ଖାଦ୍ୟ ସୁରକ୍ଷା ମାନବ ଅଧିନିୟମ ୨୦୦୬ ଅନୁସାରେ, ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି । ଏହା ପୂର୍ବରୁ ମଧ୍ୟ ୨୦୨୪ରେ ତେଲେଙ୍ଗାନାରେ ତମାଖୁ, ଗୁଟୁଖାକୁ ବ୍ୟାନ୍ କରାଯାଇଥିଲା । ଯାହାକୁ ବିରୋଧ କରି ତମାଖୁ ଉତ୍ପାଦକ କମ୍ପାନୀ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ହେଲେ ବିକ୍ରେତା ଉପରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସୁପ୍ରିମକୋର୍ଟ ମନାକରି ଦେଇଥିଲେ । ଏପରିକି ୨୦୨୩ରେ ମଧ୍ୟ ରାଜ୍ୟରେ ତମାଖୁ ବ୍ୟାନ୍ କରାଯାଇଥିଲା, ହେଲେ ଏବେ ମଧ୍ୟ ରାଜ୍ୟରା ତମାଖୁ ସାମଗ୍ରୀ ବିକ୍ରି ଜାରି ରହିଛି ।












Click it and Unblock the Notifications