ତେଜସ୍ବୀଙ୍କୁ ପୁଣି ରୋହିଣୀଙ୍କ ଟାର୍ଗେଟ, କହିଲେ ଯାହାଙ୍କ.....
ଲାଲୁ ପ୍ରସାଦ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ଆଉ ଏକ ଭିଡିଓ ଜାରି କରିଛନ୍ତି। ସେ କହିଛନ୍ତି, ପୁଅମାନେ କାହିଁକି ଲାଲୁ ଯାଦବଙ୍କୁ କିଡନୀ ଦେଲେ ନାହିଁ। ଏହା ସହ ସେ ବହୁତ କିଛି ଲେଖିଛନ୍ତି। ରୋହିଣୀ ଲେଖିଛନ୍ତି, କିଡନୀ ଦେବା ସମୟରେ ପୁଅମାନେ ପଳାଇଲେ, ବିବାହିତ ଭଉଣୀଠାରୁ କାହିଁକି କିଡନୀ ନେଲେ ?
ତେଜସ୍ବୀ ଓ ସଞ୍ଜୟ ଯାଦବଙ୍କୁ ଟାର୍ଗେଟ କରି ରୋହିଣୀ ଟ୍ବିଟ୍ କରିଛନ୍ତି, ଯେଉଁ ଲୋକ ଲାଲୁ ଜୀଙ୍କ ନାଁରେ କିଛି କରିବାକୁ ଚାହାଁନ୍ତି ତେବେ ଏଭଳି ଲୋକଙ୍କୁ ମିଛ ସହାନୁଭୂତି ଦେଖାଇବା ବନ୍ଦ କରନ୍ତୁ। ହସ୍ପିଟାଲରେ ଥିବା ଲକ୍ଷାଧିକ ଗରିବ ଯାହାଙ୍କୁ କିଡନୀ ଦରକାର ତାଙ୍କୁ ଦିଅନ୍ତୁ। ଲାଲୁଜୀଙ୍କ ନାଁରେ ସେମାନେ ନିଜ ନିଜର କିଡନୀ ଦାନ କରନ୍ତୁ। କିଡନୀ ଦେବା ସମୟରେ ପୁଅମାନେ କାହିଁକି ପଳାଇଲେ। ବିବାହିତ ଭଉଣୀଠାରୁ କାହିଁକି କିଡନୀ ନେଲେ ?
ବିବାହିତ ଭଉଣୀକୁ ଭୁଲ କହୁଥିବା ଲୋକ ଖୋଲା ମଞ୍ଚରେ ଖୋଲା ବିତର୍କ କରୁ। ଦରକାରୀ ଲୋକଙ୍କୁ କିଡନୀ ଦେବାର ମହାଦାନ ସେମାନେ ପ୍ରଥମେ କରନ୍ତୁ, ଯେଉଁମାନେ ଝିଅର କିଡନୀକୁ ଖରାପ ବୋଲି କହୁଛନ୍ତି। ଏହାପରେ ହରିୟାଣୀ ମହାପୁରୁଷ କରିବେ, ଚାଟୁକାର ସାମ୍ବାଦିକ କରନ୍ତୁ ଓ ହରିୟାଣୀ ଭକ୍ତ ଟ୍ରୋଲର୍ସ କରନ୍ତୁ, ଯେଉଁମାନେ ମୋତେ ଭୁଲ କହି ଗାଳି ଦେଉଛନ୍ତି। ଗୋଟେ ବୋତଲ ରକ୍ତ ଦେବାକୁ କହିଲେ, ଯାହାଙ୍କ ରକ୍ତ ଶୁଖିଯାଏ, ସେମାନେ କିଡନୀ ଦେବା ଉପରେ ଉପଦେଶ ଦେଉଛନ୍ତି ?
ଉଲ୍ଲେଖନୀୟ ଯେ, ଏହା ପୂର୍ବରୁ ମଧ୍ୟ ରୋହିଣୀ ସୋସିଆଲ ମିଡିଆରେ ତେଜସ୍ବୀ ତାଙ୍କୁ ଗାଳି ଦେବା ଏବଂ ମାରିବାକୁ ଚପଲ ଉଠାଇଥିବା କଥା କହିଥିଲେ। ଏପରିକି କହିଥିଲେ, ମୁଁ ମୋର ଭାଇଠାରୁ ଅଲଗା ହୋଇଛି, କିନ୍ତୁ ମୋର ବାପା-ମା ଏବଂ ଭଉଣୀଙ୍କ ସହ ଅଛି। ମୋର ବାପା-ମା' ବି କାନ୍ଦୁଥିଲେ। ମୋର ସୌଭାଗ୍ୟ ମୋତେ ଏଭଳି ବାପା-ମା' ମିଳିଛନ୍ତି, ଯେଉଁମାନେ ସବୁବେଳେ ମୋର ସାଥ୍ ଦେଇଛନ୍ତି। ସୋସିଆଲ ମିଡିଆରେ ମୁଁ କହିସାରିଛି ଚପଲ କିଏ ଉଠାଇଥିଲା ମାରିବାକୁ ?

ତାହା ତେଜସ୍ବୀ, ସଞ୍ଜୟ ଯାଦବ ଓ ରମିଜଙ୍କୁ ପଚାରନ୍ତୁ। ' ବିହାର ବିଧାନସଭା ନିର୍ବାଚନ ଫଳାଫଳରେ ୧୪ ନଭେମ୍ବରରେ ଆସିଥିଲା। ଏହାର ଠିକ୍ ଦିନକ ପରେ ୧୫ ନଭେମ୍ବରରେ ରୋହିଣୀ ସୋସିଆଲ ମିଡିଆରେ ରାଜନୀତି ଛାଡିବାର ଘୋଷଣା କରିଥିଲେ। ଏହା ସହ ପରିବାର ସହ ସମ୍ପର୍କ ତୁଟାଇଥିବା କଥା ମଧ୍ୟ କରିଥିଲେ।












Click it and Unblock the Notifications