ଇଡିର ସମନ ପରେ ବି ହାଜିର ହେବେନି ତେଜସ୍ୱୀ!
ପାଟନା: ଜାନୁଆରୀ ୫ ରେ ଇଡି କାର୍ଯ୍ୟାଳୟରେ ହାଜିର ହେବା ପାଇଁ ବିହାର ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ପବର୍ତ୍ତନ ନିର୍ଦ୍ଦେଶାଳୟ ସମନ କରିଥିଲା । ଚାକିରି ଦେବା ବଦଳରେ ଜମି ଅର୍ଥ ହେର ଫେର ମାମଲାରେ ଦ୍ୱିତୀୟ ସମନ ଜାରି କରାଯାଇଥିଲା । କିନ୍ତୁ ଏକ ସୂତ୍ରରୁ ଖବର ଅନୁଯାୟୀ ତେଜସ୍ୱୀ ଯାଦବ ଆସନ୍ତାକାଲି ଇଡିରେ ହାଜର ହେବେ ନାହିଁ ।
ବିହାରରେ ସରକାରୀ କାର୍ଯ୍ୟକ୍ରମରେ ବ୍ୟସ୍ତ ଥିବାରୁ ତେଜସ୍ୱୀ ଇଡି କାର୍ଯ୍ୟାଳୟରେ ହାଜର ହେବେ ନାହିଁ । ଏହାପୂର୍ବରୁ, ୨୨ ଡିସେମ୍ବର ୨୦୨୩ ଏବଂ ୨୭ ଡିସେମ୍ବର ୨୦୨୩ ରେ, ଡେପୁଟି ସିଏମ୍ ତେଜସ୍ୱୀ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ପଚରାଉଚରା ପାଇଁ ଦିଲ୍ଲୀର କାର୍ଯ୍ୟାଳୟକୁ ଡାକିଥିଲେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ , କିନ୍ତୁ ଉଭୟ ଲାଲୁ ଏବଂ ତେଜସ୍ୱୀଙ୍କୁ ସମନ ପଠାଇବା ପରେ ମଧ୍ୟ ଦିଲ୍ଲୀ ଯାଇ ନଥିଲେ ।

ଜମି ବଦଳରେ ଚାକିରି ଦେବା ପ୍ରସଙ୍ଗରେ ଆରଜେଡି ସୁପ୍ରିମୋ ଲାଲୁ ଯାଦବ ଏବଂ ତେଜସ୍ୱୀ ଯାଦବଙ୍କୁ ପଚରାଉଚରା କରିବାକୁ ଇଡି ଚାହୁଁଛି । ଲାଲୁ ଯାଦବ ୨୦୦୪-୨୦୦୯ରେ ରେଳ ମନ୍ତ୍ରୀ ଥିବାବେଳେ ଚାକିରି ଦେବା ବଦଳରେ ଲୋକଙ୍କଠାରୁ ଜମି ନେଇଥିବା ଅଭିଯୋଗ ହୋଇଛି । ପୂର୍ବରୁ ଲାଲୁ ଓ ତେଜସ୍ୱୀଙ୍କ ସମେତ ଲାଲୁ ପରିବାରର ଅନେକ ସଦସ୍ୟଙ୍କୁ ଅନୁସନ୍ଧାନକାରୀ ସଂସ୍ଥା ପଚରାଉଚରା କରିସାରିଛନ୍ତି, କିନ୍ତୁ ଏହି ମାମଲାରେ କିଛି ଦିନ ପୂର୍ବରୁ ଏଭଳି ଅଭିଯୁ୍ତଙ୍କ ବିବୃତ୍ତି ରେକର୍ଡ କରାଯାଇଛି ଯିଏ କି ଲାଲୁଙ୍କ ପରିବର ସହିତ ଅତି ନିକଟତର ଏବଂ ସେମାନଙ୍କ ବିବୃତ୍ତି ଆଧାରରେ, ଲାଲୁ- ତେଜସ୍ୱୀଙ୍କୁ ପଚରାଉଚରା କରିବାକୁ ଚାହୁଁଛି ଇଡ଼ି ।












Click it and Unblock the Notifications