Get Updates
Get notified of breaking news, exclusive insights, and must-see stories!

ବିହାର ନିର୍ବାଚନରେ ​​ଏହି ଆସନରେ ହେବ ଆକର୍ଷଣୀୟ ଲଢ଼େଇ, ଆରଜେଡି ବିରୋଧରେ ପ୍ରଚାର କରିବେ ତେଜସ୍ୱୀ ଯାଦବ!

ବିହାରରେ ବିରୋଧୀ ମେଣ୍ଟ ଗଠନ କରିଥିବା ମହାଗଠବନ୍ଧନରେ ଦେଖା ଯାଇଥିବା ଦ୍ୱନ୍ଦ୍ୱ ଓ ଅସହମତି ଏବେ ସାଂଘାତିକ ସ୍ଥିତି ସୃଷ୍ଟି କରିଛି। ଦରବଙ୍ଗା ଜିଲ୍ଲାର ଗୋଟିଏ ବିଧାନସଭା ନିର୍ବାଚନ(Bihar Election) ମଣ୍ଡଳୀରେ ସ୍ଥିତି ଏପରି ହୋଇଛି ଯେ ଆରଜେଡି ନେତା ତେଜସ୍ୱୀ ଯାଦବ ତାଙ୍କ ଦଳର ଚିହ୍ନରେ ଲଢ଼ୁଥିବା ଜଣେ ପ୍ରାର୍ଥୀଙ୍କ ବିରୋଧରେ ପ୍ରଚାର କରିବେ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ମହାଗଠବନ୍ଧନରେ ଏମିତି କିଛି ଘଟିଛି।

ସିଟ ଶେୟାରିଂ ଆଲୋଚନା ବେଳେ ମହାଗଠବନ୍ଧନରେ ଥିବା ଦଳଗୁଡ଼ିକ ମଧ୍ୟରେ ସହମତି ହୋଇ ପାରିନ ଥିଲା। ଶେଷ ମୁହୂର୍ତ୍ତରେ ମହାଗଠବନ୍ଧନରେ ଥିବା ଦଳଗୁଡ଼ିକ ନିଜ ନିଜର ଆଶାୟୀମାନଙ୍କୁ ଟିକେଟ ଦେଇଥିଲେ। ଏଥିପାଇଁ ବିହାରର ଅନେକ ଆସନରେ ଏବେ ବନ୍ଧୁତ୍ୱପୂର୍ଣ୍ଣ ଲଢ଼େଇ ହେବାକୁ ଯାଉଛି। ମହାଗଠବନ୍ଧନରେ ଥିବା ଦଳଗୁଡ଼ିକ ପରସ୍ପର ବିରୋଧରେ ପ୍ରାର୍ଥୀ ଦେଇଛନ୍ତି।

କିନ୍ତୁ ଦରଭଙ୍ଗାର ଗୌରା ବୌରାମ ଆସନ ପାଇଁ ଚାଲିଥିବା ଟଣାଓଟରା ଗୋଟିଏ ରୋଚକ ସ୍ଥିତି ସୃଷ୍ଟି କରିଛି। ବିରୋଧୀ ମେଣ୍ଟରେ ସିଟ ଶେୟାରିଂ ଫର୍ମୁଲା ଚୂଡ଼ାନ୍ତ ହେବା ପୂର୍ବରୁ ଆରଜେଡି ନିଜ ଦଳର ନେତା ଅଫଜଲ ଅଲୀ ଖାନଙ୍କୁ ଗୌରା ବୌରାମ ଆସନରୁ ପ୍ରାର୍ଥୀ କରିବ ବୋଲି ନିଷ୍ପତ୍ତି ନେଇଥିଲା। ଦଳ ପକ୍ଷରୁ ଅଫଜଲଙ୍କୁ ଆବଶ୍ୟକ ଦଳୀୟ ଚିହ୍ନ ଓ କାଗଜପତ୍ର ଦିଆଯାଇଥିଲା। ସେ ଆରଜେଡିର ପ୍ରାର୍ଥୀ ହୋଇଥିଲେ।

ଏହାପରେ ଉତ୍ସାହିତ ଅଫଜଲ ପାଟନା ଠାରୁ ୪ ଘଣ୍ଟାର ଯାତ୍ରା ପରେ ପଡ଼ୁଥିବା ନିଜ ନିର୍ବାଚନ ମଣ୍ଡଳୀକୁ ବାହାରି ଯାଇଥିଲେ। ସେ ପ୍ରଚାର ଆରମ୍ଭ କରିବାକୁ ବେଶ ଉତ୍ସାହିତ ଥିଲେ। ଏସବୁ ଭିତରେ ଆରଜେଡି ଓ ମୁକେଶ ସାହାଣୀଙ୍କ ବିକାଶଶୀଳ ଇନସାନ ପାର୍ଟି(ଭିଆଇପି) ମଧ୍ୟରେ ସିଟ ଶେୟାରିଂ ଡିଲ୍‌ ଚୂଡ଼ାନ୍ତ ହୋଇଥିଲା।

ଡିଲ ଅନୁସାରେ, ଗୌରା ବୌରାମ ଆସନରେ ଭିଆଇପି ପାଖକୁ ଯାଇଥିଲା। ଏଥିସହ ମହାଗଠବନ୍ଧନରେ ଥିବା ସମସ୍ତ ଦଳ ଭିଆଇପିର ସନ୍ତୋଷ ସାହାଣୀଙ୍କୁ ସମର୍ଥନ କରିବେ ବୋଲି ସହମତି ହୋଇଥିଲେ।

ଏହି ଖବର ଆରଜେଡିର ଅଫଜଲଙ୍କ ପାଖରେ ପହଞ୍ଚିଥିଲା। ତାଙ୍କୁ ଆରଜେଡିର ଟିକେଟ ଫେରାଇ ଦେବାକୁ କୁହାଯାଇଥିଲା। କିନ୍ତୁ ସେ ରାଜି ହୋଇ ନାହାନ୍ତି। ଅଫଜଲ ନିଜ ପୂର୍ବ ଯୋଜନା ଅନୁସାରେ ଆରଜେଡି ଟିକେଟ ଧରି ନାମାଙ୍କନ ଦାଖଲ କରିଛନ୍ତି। ଆରଜେଡି ନେତୃତ୍ୱବୃନ୍ଦ ନିର୍ବାଚନ ଅଧିକାରୀଙ୍କୁ ଅଫଜଜଲଙ୍କ ପ୍ରାର୍ଥିତ୍ୱକୁ ଦଳ ସମର୍ଥନ କରୁ ନଥିବା କଥା କହିଥିଲେ। ହେଲେ ସେ ଉପଯୁକ୍ତ ଦସ୍ତାବିଜ ସହ ନାମାଙ୍କନ ଦାଖଲ କରିଥିବାରୁ ଏହାକୁ ଖାରଜ କରାଯାଇ ପାରିବ ନାହିଁ ବୋଲି କହି ଦେଇଛନ୍ତି।

TEJASHWI

ତେଣୁ ଭୋଟ ବେଳେ ଅଫଜଲଙ୍କ ନାଁ ଆଗରେ ଆରଜେଡିର ଲଣ୍ଠନ ଚିହ୍ନ ରହିବ। ସେ ଲଣ୍ଠନ ଚିହ୍ନରେ ଭୋଟ ଦେବାକୁ ଲୋକଙ୍କୁ ଅନୁରୋଧ ମଧ୍ୟ କରୁଛନ୍ତି। କିନ୍ତୁ ଆରଜେଡି ଚିହ୍ନରେ ଲଢ଼ୁଥିବା ଅଫଜଲଙ୍କ ବିରୋଧରେ ତେଜସ୍ୱୀ(Tejashwi Yadav) ପ୍ରଚାର କରିବେ। ଆରଜେଡି ମହାଗଠବନ୍ଧନରେ ଥିବା ଭିଆଇପିର ସନ୍ତୋଷଙ୍କୁ ସମର୍ଥନ କରୁଛି। ଏପରି ସ୍ଥିତିରେ ଅଫଜଲ ଖାନ ଆରଜେଡି ଚିହ୍ନରେ ଲଢ଼ିବା ନିଶ୍ଚିତ ଭାବେ ନିର୍ବାଚନ(Bihar Elections 2025) ରେଜଲ୍ଟ ଉପରେ ପ୍ରଭାବ ପକାଇବ।

ଏହାପୂର୍ବରୁ ଲୋକସଭା ନିର୍ବାଚନ ବେଳେ ରାଜସ୍ଥାନର ବଂସୱାରାରେ ଏପରି ସ୍ଥିତି ସୃଷ୍ଟି ହୋଇଥିଲା। କଂଗ୍ରେସ ଏଠାରୁ ଅରବିନ୍ଦ ଦାମୋରଙ୍କୁ ଟିକେଟ ଦେଇଥିଲା। କିନ୍ତୁ ବିରୋଧୀ ମେଣ୍ଟ ପରବର୍ତ୍ତୀ ସମୟରେ ଭାରତ ଆଦିବାସୀ ପାର୍ଟିର ରାଜକୁମାର ରୋଅଟଙ୍କୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଥିଲା। କଂଗ୍ରେସ ବିରୋଧୀ ମେଣ୍ଟରେ ଥିବାରୁ ଅରବିନ୍ଦଙ୍କୁ ଦଳୀୟ ଚିହ୍ନ ଫେରାଇବାକୁ କୁହାଯାଇଥିଲା।

ହେଲେ ସେ ହଠାତ୍‌ କେଉଁ ଆଡ଼େ ଚାଲି ଯାଇଥିଲେ। ନାମାଙ୍କନ ପ୍ରତ୍ୟାହାର ଶେଷ ହେବା ପରେ ସେ ଫେରିଥିଲେ। ତାଙ୍କ ହାତ ଚିହ୍ନ କାଏମ ରହିଥିଲେ ହେଁ କଂଗ୍ରେସ ଅରବିନ୍ଦଙ୍କ ବିରୋଧରେ ପ୍ରଚାର କରିଥିଲା। ଏସବୁ ଭିତରେ ରାଜ କୁମାର ବିଜୟୀ ହୋଇଥିଲେ। ତଥାପି ‌ଅରବିନ୍ଦ ୬୦ ହଜାର ଭୋଟ ପାଇବାକୁ ସକ୍ଷମ ହୋଇଥିଲେ।

ବିହାରର ଗୌରା ବୌରାମ ସିଟ ୨୦୨୦ରେ ଭିଆଇପିର ସ୍ୱର୍ଣ୍ଣ ସିଂହ ଜିତିଥିଲେ। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ସେ ବିଜେପିକୁ ଚାଲି ଯାଇଥିଲେ। ୨୦୧୦ ଓ ୨୦୧୫ରେ ଏଠାରୁ ଜେଡିୟୁ ବିଜୟୀ ହୋଇଥିଲା।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+