Get Updates
Get notified of breaking news, exclusive insights, and must-see stories!

ରାଘୋପୁରରୁ ପ୍ରାର୍ଥୀ ହେଲେ ତେଜସ୍ୱୀ , ଦାଖଲ କଲେ ପ୍ରାର୍ଥୀପତ୍ର

ବିହାର ବିଧାନସଭା ନିର୍ବାଚନକୁ ନେଇ ରାଜ୍ୟରେ ଜାରି ହଲଚଲ ମଧ୍ୟରେ ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ ବୁଧବାର ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଓ ମା ରାବଡୀ ଦେବୀଙ୍କ ସହ ଯାଇ ତେଜସ୍ୱୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏହି ପ୍ରାର୍ଥୀପତ୍ର ଦାଖଲ କାଳରେ ତେଜସ୍ୱୀଙ୍କ ସହ ତାଙ୍କ ପିତାମାତା ଓ ଭଉଣୀ ମିସା ଭାରତୀ ଉପସ୍ଥିତ ଥିଲେ।

tejashwi

ରାଘୋପୁର ଆସନରୁ ତେଜସ୍ୱୀ ୨୦୧୫ ଓ ୨୦୨୦ ନିର୍ବାଚନରେ ବିଜୟୀ ହୋଇଥିଲେ। ଏଣୁ ପ୍ରାର୍ଥୀପତ୍ର ଦାଖଲ କାଳରେ ତେଜସ୍ୱୀଙ୍କ ସମର୍ଥକ ଭିଡ ଦେଖିବାକୁ ମିଳିଛି। ଏପଟେ ପାର୍ଟି ନେତାଙ୍କ ସୂତ୍ରରୁ ମିଳୁଥିବା ସୂଚନାରେ ତେଜସ୍ୱୀ ବିଧାନସଭା ନିର୍ବାଚନ ପାଇଁ ପ୍ରତ୍ୟେକ ଦିନ ଅନୁନ୍ୟ ୧୫ଟି ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ। ଆରଜେଡିର ତେଜସ୍ୱୀ ଏକମାତ୍ର ନେତା ଯିଏ ନା କେବଳ ନିଜ ଦଳ ବରଂ ସହଯୋଗୀ ଦଳଙ୍କ ମଧ୍ୟରେ ସବୁଠୁ ଅଧିକ ଲୋକପ୍ରିୟ। ଏଣୁ ଆରଜେଡିର ସବୁ ସହଯୋଗୀ ଦଳଙ୍କ ପ୍ରାର୍ଥୀମାନେ ନିଜନିଜ ବିଧାନସଭା କ୍ଷେତ୍ରରେ ତେଜସ୍ୱୀଙ୍କ ଅନୁନ୍ୟ ଗୋଟିଏ ନିର୍ବାଚନୀ ସଭା ଚାହୁଁଛନ୍ତି।

ସେହିପରି ରାଜ୍ୟରେ ମହାମେଣ୍ଟର ଅଗ୍ରଣୀ ହୋଇଥିବା କାରଣରୁ ତେଜସ୍ୱୀଙ୍କ ନିର୍ବାଚନ ପ୍ରଚାର ରଣନୀତି ମଧ୍ୟ ଆରଜେଡି ସେହିପ୍ରକାର ପ୍ରସ୍ତୁତ କରୁଛି, ଯେପରି ବିରୋଧୀ ଦଳ ନେତା ନିଜ ପାର୍ଟି ସହ ସହଯୋଗୀ ପାର୍ଟିଙ୍କ ଅଧିକତମ ବିଧାନସଭା ନିର୍ବାଚନମଣ୍ଡଳିକୁ ଯାଇ ନିର୍ବାଚନ ପ୍ରଚାର କରିପାରିବେ। ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ନିର୍ବାଚନ ଘୋଷଣା ହୋଇ ସାରିଥିଲେ ମଧ୍ୟ ମହାମେଣ୍ଟରେ ଆସନ ବୁଝାମଣା ଶେଷ ହୋଇ ନାହିଁ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+