ପିକେଙ୍କ ଉପରେ ବର୍ଷିଲେ ତେଜସ୍ୱୀ, କହିଲେ.....
ପାଟନା: ଆସନ୍ତା ବର୍ଷ ବିହାରରେ ହେବ ବିଧାନସଭା ନିର୍ବାଚନ । ଏହି ନିର୍ବାଚନ ଲାଗି ରାଜ୍ୟରେ ସମସ୍ତ ରାଜନୈତିକ ଦଳ ଗୁଡ଼ିକ ଜୋରଦାର ପସ୍ତୁତ ଆରମ୍ଭ କରି ଦେଇଛନ୍ତି । ରାଷ୍ଟ୍ରିୟ ଜନତା ଦଳର ନେତା ତେଜସ୍ୱୀ ଯାଦବ ଆଜି ବିଜେପି , ନୀତୀଶ କୁମାର, ଏବଂ ପ୍ରଶାନ୍ତ କିଶୋରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ୧୭ ମାସ ମଧ୍ୟରେ ଆମେ ୫ ଲକ୍ଷ ଚାକିରି ଯୋଗାଇଛୁ।
ନୀତୀଶ ଜି କହୁଥିଲେ ସେ କେଉଁଠାରୁ ଚାକିରି ଦେବେ? ତୁମେ ଏହାକୁ ଘରୁ ଆଣିଛ । ଯେତେବେଳେ ଆମେ ସରକାରରୁ ହଟିଯାଇଥିଲୁ, ସେତେବେଳେ ଚାକିରି ମିଳିବା ବନ୍ଦ ହୋଇଗଲା। ଆମେ ୧୭ ମାସରେ କାମ କଲୁ । ୧୭ ବର୍ଷରେ ଏନଡିଏ ସରକାର କିଛି କରି ନାହିଁ । ବିହାରରେ ବ୍ରିଜ୍ ଭାଙ୍ଗିପଡୁଛି। ଏଥିପାଇଁ କିଏ ଦାୟୀ? କାହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି?
ଏହାସହ ସେ ପ୍ରଶାନ୍ତ କିଶୋରଙ୍କ ବିଷୟରେ କହିଛନ୍ତି ଯେ ସେ ଟଙ୍କା ନେଇ ରାଜନୀତି କରୁଛନ୍ତି। କୌଣସି ସ୍ପଷ୍ଟ ଉଦ୍ଦେଶ୍ୟ ନାହିଁ । ବିଜେପି ପାଇଁ କାମ କରୁଛନ୍ତି । କୌଣସି ନୀତି ନାହିଁ । ଟଙ୍କା ଦେଇ ଲୋକଙ୍କୁ କିଣୁଛନ୍ତି । ତେଜସ୍ୱୀ ଯାଦବ କହିଛନ୍ତି ତାଙ୍କର ପ୍ରକୃତ ଶକ୍ତି ହେଉଛି ଜନତା । ସମସ୍ତେ ଲାଲୁ-ତେଜସ୍ୱୀଙ୍କ ବିପକ୍ଷରେ ଅଛନ୍ତି। ଯଦି ଆମେ କ୍ଷମତାକୁ ଆସିବୁ, ସମସ୍ତେ ସମ୍ମାନ ପାଇବେ ।

ବିରୋଧୀ ଦଳର ନେତା କହିଛନ୍ତି ଯେ ୱାକଫ ବୋର୍ଡ ବିଲରେ ଆମେ ଆମର ସାଂସଦମାନଙ୍କୁ ସ୍ପଷ୍ଟ ଭାବେ କହିଛୁ ଯେ ଏହି ବିଲ୍ ପାରିତ ହେବା ଉଚିତ ନୁହେଁ। ଆଜି ଏହି ବିଲ୍ ପାରିତ ହୋଇନାହିଁ। ବିରୋଧୀ ଶକ୍ତିଶାଳୀ ବୋଲି ମୋଦୀ ବୁଝିସାରିଲେଣି । ପ୍ରଥମ ଥର ପାଇଁ ଏକ ବିଲ୍ ଜେପିସିକୁ ଯାଇଛି । ଲାଲୁ ଜୀ କ୍ଷମତା ପାଇଁ କଦାପି ଆପୋଷ ବୁଝାମଣା କରିନଥିଲେ। ଇଡି-ସିବିଆଇ ସେମାନଙ୍କ ମାଲିକଙ୍କ ନିର୍ଦ୍ଦେଶରେ ଆମକୁ ହଇରାଣ କରୁଛି, କିନ୍ତୁ ଆମେ ମୁଣ୍ଡ ନୁଆଁଇବୁ ନାହିଁ।
ନୀତୀଶ କୁମାର ଆମ ସହିତ ବିଶ୍ୱାସଘାତକତା କରିଥିଲେ। ଯେତେବେଳେ ଦେଶର ବିଭିନ୍ନ ରାଜ୍ୟରେ ସରକାର ହଟାଯାଉଥିଲା, ଆମେ ନୀତୀଶଙ୍କୁ ଆମ ପାଖରେ ରଖିଥିଲୁ, କିନ୍ତୁ ସେ ବିଜେପି ସହ ଯାଇଥିଲେ। ୨୦୦୫ ପର୍ଯ୍ୟନ୍ତ ବିହାରରେ ବିଜେପି ଦୁର୍ବଳ ଥିଲା, କିନ୍ତୁ ୨୦୦୫ ପରେ ନୀତୀଶ କୁମାର ବିଜେପି ଏବଂ ଆରଏସଏସକୁ ମଜବୁତ କରିଥିଲେ ଏବଂ ଆଜି ଦଙ୍ଗା ଘଟୁଛି।












Click it and Unblock the Notifications