ନିର୍ବାଚନ ପୂର୍ବରୁ ତେଜସ୍ୱୀଙ୍କ ବଡ଼ ପ୍ରତିଶ୍ରୁତି, କହିଲେ SHG ମହିଳାଙ୍କୁ ....
ରାଷ୍ଟ୍ରୀୟ ଜନତା ଦଳ (RJD) ନେତା ତେଜସ୍ୱୀ ଯାଦବ ବିହାରରେ ଏକ ବଡ଼ ନିର୍ବାଚନ ପ୍ରତିଶ୍ରୁତି ଦେଇଛନ୍ତି। ସେ କହିଛନ୍ତି ଯେ ସ୍ୱୟଂ ସହାୟକ ଗୋଷ୍ଠୀରେ କାମ କରୁଥିବା ମହିଳା, ଯେଉଁମାନେ 'ଜୀବିକା ଦିଦି' ଭାବରେ ଜଣାଶୁଣା, ସେମାନଙ୍କୁ ସ୍ଥାୟୀ ସରକାରୀ ଚାକିରି ଦିଆଯିବ। ସେମାନଙ୍କର ମାସିକ ଦରମା ବୃଦ୍ଧି କରାଯାଇ ୩୦,୦୦୦ ଟଙ୍କା କରାଯିବ। ପାଟନାରେ ଏକ ସାମ୍ବାଦିକ ସମ୍ମିଳନୀରେ ତେଜସ୍ୱୀ ଏହି ଘୋଷଣା କରିଛନ୍ତି। ଏହା ଜୀବିକା ଦିଦିମାନଙ୍କର ଦୀର୍ଘ ଦିନର ଦାବି ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ, ମହାଗଠବନ୍ଧନ (RJD, କଂଗ୍ରେସ, ବାମ ଦଳ ଓ ଭିଆଇପି) ମଧ୍ୟରେ ସିଟ୍ ବୁଝାମଣାକୁ ନେଇ ଦେଖାଦେଇଥିବା ସମସ୍ୟାକୁ ସମାଧାନ କରିବା ପାଇଁ ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହଲଟ ପାଟନା ପହଞ୍ଚିଛନ୍ତି। ସେ ତେଜସ୍ୱୀ ଯାଦବଙ୍କୁ ଭେଟି ଦୁଇ ଦଳ ମଧ୍ୟରେ ଥିବା ମତଭେଦକୁ ଦୂର କରିବେ। ମିଳିତ ଭାବେ ଏକତା ବାର୍ତ୍ତା ଦେବା ସହ କଂଗ୍ରେସ ତେଜସ୍ୱୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ସମର୍ଥନ କରିପାରେ ବୋଲି ସୂଚନା ରହିଛି। ବିହାରରେ ନଭେମ୍ବର ୬ ଏବଂ ୧୧ ତାରିଖରେ ଭୋଟ୍ ଗ୍ରହଣ ହେବ ଓ ଫଳାଫଳ ନଭେମ୍ବର ୧୪ରେ ପ୍ରକାଶ ପାଇବ।












Click it and Unblock the Notifications