ନିର୍ବାଚନ ଇସ୍ତାହାରରେ ବଡ ଘୋଷଣା କଲେ ତେଜସ୍ୱୀ , ରାଜ୍ୟ ବାସିଙ୍କୁ ଦେଲେ ଏହି ପ୍ରତିଶୃତି
ପାଟନା : ବିହାରରେ ଲୋକସଭା ନିର୍ବାଚନ ଲାଗି ଆରଜେଡି ନିଜର ମନିଫେଷ୍ଟୋ ପ୍ରକାଶ କରିଛି । ଏହି ମନିଫେଷ୍ଟୋରେ ତେଜସ୍ୱୀ ଯାଦବ ଏକ କୋଟି ଚାକିରି ପାଇଁ ରଜ୍ୟ ବାସୀଙ୍କୁ ପ୍ରତିଶୃତି ଦେଇଛନ୍ତି । କେବଳ ଏତିକି ନୁହେଁ ସେ ଭଉଣୀମାନଙ୍କୁ ଏକ ଲକ୍ଷ ଟଙ୍କା ଦେବାକୁ ମଧ୍ୟ ପ୍ରତିଶୃତି ଦେଇଛନ୍ତି । ଏପରିକି ଏମଏସପି ଅର୍ଥାତ୍ ୧୦ ଫସଲ ପାଇଁ ସର୍ବନିମ୍ନ ସହାୟତା ମୂଲ୍ୟ ପ୍ରଦାନ କରିବାକୁ ନିଶ୍ଚିତତା ଦିଆଯାଇଛି ।
ତେଜସ୍ୱୀ ଯାଦବ ନୀତିଶଙ୍କ ସାତଟି ସଂକଳ୍ପ ପରି ଆରଜେଡର ମନିଫେଷ୍ଟୋରେ ୨୪ ଟି ପ୍ରତିଶୃତି ଦେଇଛନ୍ତି । ବିହାରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବାର ପ୍ରତିଶୃତି ମଧ୍ୟ ଏଥିରେ ରହିଛି । ୧୫ ଅଗଷ୍ଟରେ ଦେଶରୁ ବେରୋଜଗାର ହଟିବ ଏବଂ ୧୫ ଅଗଷ୍ଟରୁ ହିଁ ଦେଶରେ ସରକାରୀ ନିଯୁକ୍ତି ଦେବା କାମ ଆରମ୍ଭ ହେବ । ଆଗକୁ ଆସୁଥିବା ରାକ୍ଷୀ ପୂର୍ଣ୍ଣମୀରେ ଗରିବ ପରିବାରର ମହିଳାଙ୍କୁ ୧ ଲକ୍ଷ ଟଙ୍କାର ଆର୍ôଥକ ସହାୟତା ଦେବାକୁ ଘୋଷଣା କରାଯାଇଛି ।
ଗ୍ୟାସ ସିଲିଣ୍ଡରର ଦର ୫୦୦ ଟଙ୍କା, ପୁରୁଣା ପେନସନ ଯୋଜନା ଲାଗୁ, ବିହାରକୁ ସ୍ୱତନ୍ତ୍ର ରାଜ୍ୟର ଦର୍ଜା ସହ ୧ ଲକ୍ଷ ୬୦ ହଜାର କୋଟିର ସ୍ୱତନ୍ତ୍ର ପ୍ୟାକେଜ ମଧ୍ୟ ଦିଆଯିବାକୁ ଘୋଷଣା କରିଛନ୍ତି ତେଜସ୍ୱୀ । ସେହିଭଳି ବିହାରରେ ଲୋକଙ୍କୁ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ଏବଂ ୧୦ଟି ଫସଲ ଉପରେ ଏମଏସପି ଦିଆଯିବା ସହ ସ୍ୱାମୀନାଥନ କମିଟି ରିପୋର୍ଟ ଲାଗୁ କରାଯିବା ନେଇ ଘୋଷଣା କରିଛି ଆରଜେଡି ।

ଏହି ଅବସରରେ ରାଜ୍ୟସଭା ସାଂସଦ ମନୋଜ ଝା, ରାଜ୍ୟ ସଭାପତି ଜଗଦାନନ୍ଦ ସିଂ ମଧ୍ୟ ଉପସ୍ଥିତ ଥିଲେ । ଏହାପୂର୍ବରୁ ତେଜସ୍ୱୀ ସୋସିଆଲ ମିଡିଆ ପ୍ଲାଟଫର୍ମରେ କେନ୍ଦ୍ର ସରକାରଙ୍କୁ ଆକ୍ରମଣ କରିଥିଲେ କହିଥିଲେ ଯେ, ସେମାନଙ୍କୁ କେବଳ ନିଜର ଭାବନା ପ୍ରକାଶ କରିବାକୁ ପଡିବ । ସେ ଆହୁରି ମଧ୍ୟ କହିଛନ୍ତି, 'ସେ ୧୦ ବର୍ଷ ମଧ୍ୟରେ ବିହାରକୁ କଣ ଦେଇଥିଲେ? ତୁମେ ତୁମର ପ୍ରତିଜ୍ଞା କାହିଁକି ପୂରଣ କଲ ନାହିଁ?
ସେମାନେ ଏହି ପ୍ରସଙ୍ଗରେ କଥାବାର୍ତ୍ତା କରନ୍ତି ନାହିଁ, ସେମାନେ କେବଳ ବିଷୟଗୁଡ଼ିକରୁ ଧ୍ୟାନକୁ ଦୂରେଇ ରଖିବା ପାଇଁ ଅନ୍ୟ ଜିନିଷ ବିଷୟରେ କଥାବାର୍ତ୍ତା କରନ୍ତି । ବିହାରର ଲୋକମାନେ ବହୁତ ବୁଦ୍ଧିମାନ । ଆମେ ଆପଣଙ୍କୁ କହିବୁ ଯେ ଆରଜେଡିର ଲୋକସଭାରେ କୌଣସି ସାଂସଦ ନାହାଁନ୍ତି । ଗତ ନିର୍ବାଚନରେ ଦଳ ଗୋଟିଏ ବି ଆସନ ପାଇନଥିଲା ।












Click it and Unblock the Notifications