Get Updates
Get notified of breaking news, exclusive insights, and must-see stories!

ନୀତିଶ, ତେଜସ୍ୱୀ, ପ୍ରଶାନ୍ତ ନା... ମୁଖ୍ୟମନ୍ତ୍ରୀ ରେସରେ କିଏ ସବୁଠୁ ଆଗରେ? ତାଜା ସର୍ଭେ ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ.....

ନିର୍ବାଚନ ଯେତିକି ପାଖଉଛି ବିହାର ରାଜନୀତି ସେତିକି ସରଗରମ ହେଉଛି । ବୟାନବାଜି, ଦଳ ଡିଆଁ ରାଜନୀତି ଭିତରେ କିଏ ହେବେ ବିହାର ମୁଖ୍ୟମନ୍ତ୍ରୀ ସେନେଇ ଆସିଛି ଏକ ସର୍ଭେ ରିପୋର୍ଟ । ଏନଡିଏରୁ ମୁଖ୍ୟମନ୍ତ୍ରୀ ଚେହେରା ନୀତିଶ କୁମାର କୁହାଯାଉଥିବା ବେଳେ ଇଣ୍ଡିଆ ଆଲାଏନ୍ସରୁ ତେଜସ୍ୱୀ ଯାଦବ ମୁଖ୍ୟମନ୍ତ୍ରୀ ହେବେ ବୋଲି ନିଶ୍ଚିତ ହୋଇଛି, କିନ୍ତୁ ସି-ଭୋଟରର ତାଜା ସର୍ଭେ ରିପୋର୍ଟରୁ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି । କିଏ ପିନ୍ଧିବ ମୁଖ୍ୟମନ୍ତ୍ରୀ ମୁକୁଟ ନିର୍ବାଚନ ପରେ ତାହା ସ୍ପଷ୍ଟ ହେବ, କିନ୍ତୁ ଜନସାଧାରଣଙ୍କ ମନୋଭାବ ଅନେକ କଥା ସ୍ପଷ୍ଟ କରୁଛି । ତାଜା ସର୍ଭେରୁ ଯାହା ସାମ୍ନାକୁ ଆସିଛି, ତେଜସ୍ୱୀ ଯାଦବ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଆଗରେ ଅଛନ୍ତି ।

Tejashwi Yadav

ଜୁନ୍ ୨୦୨୫ର ସି-ଭୋଟର ସର୍ଭେ ଅନୁଯାୟୀ, ୩୫ ପ୍ରତିଶତ ଲୋକଙ୍କ ପସନ୍ଦ ସହିତ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଆରଜେଡି ନେତା ତେଜସ୍ୱୀ ଯାଦବ ଶୀର୍ଷରେ ଅଛନ୍ତି । ଫେବୃଆରୀରେ ତାଙ୍କର ଲୋକପ୍ରିୟତା ୪୧% ଥିଲା, ଏପ୍ରିଲରେ ୩୬% ଥିଲା ଏବଂ ଏବେ ଜୁନ୍ ମାସରେ ଏହା ୩୫%କୁ ହ୍ରାସ ପାଇଛି ।

ଅନ୍ୟପକ୍ଷରେ ଜନ ସୂରଜର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ଏହି ସର୍ଭେରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ଫେବୃଆରୀରେ ତାଙ୍କର ଲୋକପ୍ରିୟତା ୧୫ ପ୍ରତିଶତ ଥିଲା, ତା'ପରେ ଏପ୍ରିଲରେ ଏହା ୧୭ ଏବଂ ଜୁନରେ ୧୮% ହୋଇଗଲା । ଏହାର ଅର୍ଥ ହେଉଛି ପ୍ରଶାନ୍ତ କିଶୋର ମଧ୍ୟ ଏହି ନିର୍ବାଚନରେ ବହୁତ କିଛି କରିପାରିବେ ।

ଏହା ସହିତ ପ୍ରଶାନ୍ତ କିଶୋର ମୁଖ୍ୟମନ୍ତ୍ରୀ ଦୌଡ଼ରେ ଜନସାଧାରଣଙ୍କ ଦ୍ୱିତୀୟ ପସନ୍ଦ ପାଲଟିଛନ୍ତି । ଲୋକ ଜନଶକ୍ତି ପାର୍ଟି ନେତା ଏବଂ କେନ୍ଦ୍ରମନ୍ତ୍ରୀ ଚିରାଗ ପାଶୱାନ ବିହାରରୁ ନିର୍ବାଚନ ଲଢ଼ିବା ମୁଡରେ ଅଛନ୍ତି । ଏହି ସମୟରେ, ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ଲୋକପ୍ରିୟତାରେ ଚିରାଗଙ୍କ ପ୍ରତି ସମର୍ଥନ ବଢ଼ିଥିବା ଦେଖିବାକୁ ମିଳିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+