ତେଜସ୍ୱୀ ଯାଦବଙ୍କ ବଡ଼ ଦାବି, କହିଲେ ଭୋଟର ଲିଷ୍ଟରେ ନାହିଁ ମୋ ନାମ
ଚଳିତ ବର୍ଷ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ଭୋଟର ତାଲିକାର ସଠିକତା ଏବଂ ନିରପେକ୍ଷତାକୁ ସୁନିଶ୍ଚିତ କରିବା ପାଇଁ ଏକମାସ ଧରି ବିହାରରେ ଭୋଟର ତାଲିକା ସଂଶୋଧନ ଅଭିଯାନ (ଏସଆଇଆର) କରାଯାଇଥିଲା। ଅଗଷ୍ଟ ୧ ତାରିଖରେ ନିର୍ବାଚନ କମିସନ ଉକ୍ତ ଭୋଟର ତାଲିକାର ଚିଠା ପ୍ରକାଶ କରିଛନ୍ତି। ଏହି ଚିଠା ପ୍ରକାଶ ପାଇବା ପରେ ରାଷ୍ଟ୍ରୀୟ ଜନତା ଦଳ (ରାଜଦ) ନେତା ତେଜସ୍ବୀ ଯାଦବ ଦାବି କରି କହିଛନ୍ତି, 'ମୁଁ ମୋର ନାମ ଏସଆଇଆର ଅଭିଯାନ ସମୟରେ ଗଣନା ଫର୍ମ ପୂରଣ କରିଥିଲି ।

କିନ୍ତୁ ଗତକାଲି ନିର୍ବାଚନ କମିସନ ଜାରି କରିଥିବା ଭୋଟର ତାଲିକାର ଚିଠାରେ ମୋର ନାମ ନାହିଁ। ମୁଁ ଆଗାମୀ ନିର୍ବାଚନ କେମିତି ଲଢ଼ିବି? ମୁଁ ନିର୍ବାଚନ କମିସନଙ୍କ ପୋର୍ଟାଲରେ ଆରଏବି୨୯୧୬୧୨୦ ନମ୍ବର ଭର୍ତ୍ତି କରି ସର୍ଚ୍ଚ କରିଥିଲି। କିନ୍ତୁ ଉତ୍ତର ଆସିଥିଲା ନୋ ରେକର୍ଡ ଫାଉଣ୍ଡ।' ଆଗକୁ ନିର୍ବାଚନ କମିଶନଙ୍କୁ ଟାର୍ଗେଟ କରି ତେଜସ୍ବୀ କହିଛନ୍ତି, ନିର୍ବାଚନ ପୂର୍ବରୁ ଆପଣ ସ୍ଥିର କରିସାରିଛନ୍ତି କିଏ ସରକାର ଗଢ଼ିବ । ତେବେ ନିର୍ବାଚନ କାହିଁକି କରାଯାଉଛି ।
ବିହାରରେ ପ୍ରତିବର୍ଷ ୩ ଲକ୍ଷ ଶ୍ରମିକ କାମ ପାଇଁ ବାହାରକୁ ଯାଇଥାନ୍ତି । ସେମାନଙ୍କ ଫିଜିକାଲ ଭେରିଫିକେଶନ ହୋଇଛି କି ? ନାଁ କାଟିବା ପୂର୍ବରୁ ମତଦାତାଙ୍କୁ ଏହାର ସୂଚନା ଦିଆଯାଇଥିଲା କି ନାହିଁ ? ୬୫ ଲକ୍ଷ ମତଦାତାଙ୍କୁ ନୋଟିସ୍ ଦିଆଯାଇଥିଲା କି ? ସେମାନଙ୍କୁ ନିଜ ପକ୍ଷ ରଖିବାକୁ ସୁଯୋଗ ଦିଆଯାଇଛି କି ନାହିଁ ବୋଲି ତେଜସ୍ବୀ ପ୍ରଶ୍ନ କରିଛନ୍ତି । ଏହାସହ ନିର୍ବାଚନ ଆୟୋଗ ଟାର୍ଗେଟେଡ କାମ କରୁଛନ୍ତି ଓ ତଥ୍ୟ ଲୁଚାଉଛନ୍ତି ।
ତେଜସ୍ବୀ ଯାଦବଙ୍କ ଏଭଳି ଦାବିର ଉତ୍ତର ଦେଇ ନିର୍ବାଚନ କମିସନ ଏକ ସୂଚୀର ପୋଷ୍ଟ ଜାରି କରି କହିଛନ୍ତି, ' ତେଜସ୍ବୀ ଯାଦବ ଭଲଭାବେ ତାଲିକା ଦେଖନ୍ତୁ। ଯେଉଁଥିରେ ଆପଣ ନାମ ନମ୍ବର ନାମ, ବୟସ, ବାପାଙ୍କ ନାମ ଓ କୋଠା ସଂଖ୍ୟା ସିରିଏଲ ନମ୍ବର ୪୧୬ରେ ଉଲ୍ଲେଖ ରହିଛି।'












Click it and Unblock the Notifications