Bihar Election: ଇସ୍ତାହାର ଘୋଷଣା କଲା ମହାଗଠବନ୍ଧନ,ପ୍ରତି ପରିବାରକୁ ସରକାରୀ ଚାକିରି
ବିହାର ବିଧାନସଭା ନିର୍ବାଚନ(Bihar Election) ପୂର୍ବରୁ ବିରୋଧୀ ମେଣ୍ଟ ବା ମହାଗଠବନ୍ଧନ ପକ୍ଷରୁ ଆଜି ନିର୍ବାଚନ ଇସ୍ତାହାର ଜାରି କରାଯାଇଛି। ମହାଗଠବନ୍ଧନ କ୍ଷମତାକୁ ଆସିଲେ ଲୋକଙ୍କ ପାଇଁ କ'ଣ ସବୁ କରିବ, ତା'ର ପ୍ରତିଶ୍ରୁତି ଏହି ଇସ୍ତାହାରରେ ଉଲ୍ଲେଖ କରାଯାଇଛି। ପ୍ରତି ପରିବାରର ଜଣଙ୍କୁ ସରକାରୀ ଚାକିରି ଠାରୁ ଆରମ୍ଭ କରି ଅନେକ ପ୍ରତିଶ୍ରୁତି ମେଣ୍ଟ ପକ୍ଷରୁ ଦିଆଯାଇଛି।

୧-ପ୍ରତ୍ୟେକ ପରିବାର ପାଇଁ ୨ ଶହ ୟୁନିଟ୍ ମାଗଣା ବିଦ୍ୟୁତ୍..
୨-ଗରିବ ପରିବାର ପାଇଁ ୫ଶହ ଟଙ୍କାରେ ଗ୍ୟାସ ସିଲିଣ୍ଡର...
୩-ତୃଟିପୂର୍ଣ୍ଣ ସ୍ମାର୍ଟ ମିଟର ସିଷ୍ଟମରୁ ଉପୁଜିଥିବା ସମସ୍ୟାର ସମାଧାନ କରାଯିବ ଏବଂ ମାମଲା ପ୍ରତ୍ୟାହାର କରାଯିବ...
୪-ଜୁବ୍ବା ସାହାଣୀ ପୁରସ୍କାର ଘୋଷଣା...
୫-ନିର୍ଦ୍ଦିଷ୍ଟ ନିଶା ନିୟନ୍ତ୍ରଣ ପାଇଁ କଠୋର ଆଇନ ପ୍ରଣୟନ କରାଯିବ ଏବଂ ଏକ ସ୍ୱତନ୍ତ୍ର ଜନସଚେତନତା ଅଭିଯାନ ଆରମ୍ଭ କରାଯିବ...
୬-ୱାକଫ ସଂଶୋଧନ ବିଲ୍ ନିଷିଦ୍ଧ କରାଯିବ...
୭-ଧାର୍ମିକ ପ୍ରତିଷ୍ଠାନ କିମ୍ବା ସ୍ଥାନ ଗୁଡ଼ିକ ଉପରେ ଆକ୍ରମଣ ରୋକିବା ପାଇଁ କଠୋର ପଦକ୍ଷେପ ନିଆଯିବ...
୮-ଭିନ୍ନକ୍ଷମଙ୍କ ପାଇଁ ମାସିକ ୩ହଜାର ଟଙ୍କା ଭତ୍ତା...
୯-ବିଧବା ଏବଂ ବୃଦ୍ଧଙ୍କ ପାଇଁ ମାସିକ ୧୫୦୦ ଟଙ୍କା ଭତ୍ତା...
୧୦-ଭୂମିହୀନ ଏବଂ ବାସହୀନ ପରିବାରକୁ ୫ ଡେସିମିଲ ଜମି କିମ୍ବା ସ୍ଥାୟୀ ଘର ଏବଂ ସହରାଞ୍ଚଳରେ ୩ ଡେସିମିଲ ଜମି ଯୋଗାଇବାର ପ୍ରତିଶ୍ରୁତି...
୧୧-ମନରେଗା ମଜୁରୀ ୩୦୦ ଟଙ୍କାକୁ ବୃଦ୍ଧି କରାଯିବ...












Click it and Unblock the Notifications