କେଜ୍ରୱାଲଙ୍କ ବଡ଼ ବୟାନ, କହିଲେ ତେଜସ୍ୱୀ ଯାଦବ ହୋଇପାରନ୍ତି ଗିରଫ
ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ମେ ୨୫ରେ ଦିଲ୍ଲୀର ସାତୋଟି ଆସନରେ ମତଦାନ ଅନୁଷ୍ଠିତ ହେବ । ସେପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ବଡ ଦାବି କରିଛନ୍ତି । ଆମ୍ ଆଦମୀ ପାର୍ଟିର ସଂଯୋଜକ କେଜ୍ରିୱାଲ ବୁଧବାର କହିଛନ୍ତି ଯେ ମୋ ସହିତ ଯାହା ଘଟିଲା ତାହା ସମଗ୍ର ବିରୋଧୀଙ୍କ ପାଇଁ ଏକ ବାର୍ତ୍ତା ।
ଆପ ନେତା କହିଛନ୍ତି ଯେ ଯଦି ସେମାନେ (ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର) ଲୋକସଭା ନିର୍ବାଚନ ମଧ୍ୟରେ ମୋତେ ଗିରଫ କରିପାରନ୍ତି, ତେବେ ସେମାନେ କାହାକୁ ବି ଗିରଫ କରିପାରିବେ । ଏହି ସମୟରେ ସେ ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି । ଦିଲ୍ଲୀରେ ଓକିଲମାନଙ୍କର ଏକ ବୈଠକରେ ସମ୍ବୋଧିତ କରିବାବେଳେ କେଜ୍ରିୱାଲ କହିଛନ୍ତି ଯେ ଗୋଟିଏ ଦେଶ, ଜଣେ ନେତା - ପ୍ରଧାନମନ୍ତ୍ରୀ ଏହି ସ୍ୱତନ୍ତ୍ର ମିଶନରେ କାମ କରୁଛନ୍ତି ।

ସେ କହିଛନ୍ତି ଯେ ଏହି ମିଶନ ଅଧୀନରେ ସେମାନେ ସେହି ଲୋକଙ୍କୁ ଗିରଫ କରିବେ ଯେଉଁମାନେ ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରୁଛନ୍ତି । କେଜ୍ରିୱାଲ କହିଛନ୍ତି ଯେ ସେ (ମୋଦୀ) ମୋତେ ଗିରଫ କରିଛନ୍ତି । ହେମନ୍ତ ସୋରେନ, ମନୀଷ ସିସୋଡିଆ, ସତ୍ୟେନ୍ଦ୍ର ଜୈନ, ସଞ୍ଜୟ ସିଂଙ୍କ ସହ ମମତା ବାନାର୍ଜୀ ଏବଂ ଏମ.କେ ଷ୍ଟାଲିନଙ୍କ ବହୁ ମନ୍ତ୍ରୀଙ୍କୁ ଗିରଫ କରାଯାଇଛି ।
ଏହି ସମୟରେ କେଜ୍ରିୱାଲ କେରଳ ମୁଖ୍ୟମନ୍ତ୍ରୀ ଏବଂ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ଯେ ସେ ( ମୋଦୀ) ପି ବିଜୟନ ଏବଂ ତେଜସ୍ୱୀ ଯାଦବଙ୍କ ବିରୋଧରେ ମଧ୍ୟ ଅନେକ ମାମଲା ଦାୟର କରିଛନ୍ତି । ଉଭୟଙ୍କୁ ମଧ୍ୟ ଯେକୌଣସି ସମୟରେ ଗିରଫ କରାଯାଇପାରେ ବୋଲି କଜ୍ରିୱାଲ କହିଛନ୍ତି ।












Click it and Unblock the Notifications