ବାପା ମୋ ସୋ’ ଦେଖିବ... ୟୁଟ୍ୟୁବରେ ଏୟାର ଶୋ'ର ଭିଡିଓ ସର୍ଚ୍ଚ କରୁଥିଲେ ବାପା, ଖବର ଆସିଲା ତେଜସ କ୍ରାସ ହୋଇଛି,
ଶୁକ୍ରବାର ଦିନ ଦୁବାଇରେ ଆୟୋଜିତ ଏୟାର ସୋ'ରେ ତେଜସ୍ ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ନମାଂଶ ସ୍ୟାଲ୍ ସହିଦ ହୋଇଥିଲେ। ଏହି ଘଟଣା ପରେ ଚାରିଆଡେ ଏହି ଖବର ପ୍ରସାରି ହୋଇଥିଲା। ହେଲେ ତାଙ୍କ ବାପା ପ୍ରଥମେ ଏହି ଦୁଃଖଦ ଘଟଣା ବିଷୟରେ YouTube ମାଧ୍ୟମରେ ଜାଣିବାକୁ ପାଇଥିଲେ ବୋଲି ଜଣାପଡ଼ିଛି। ହିମାଚଳ ପ୍ରଦେଶର କାଙ୍ଗଡ଼ାର ବାସିନ୍ଦା ଜଗନ ନାଥ ସିଆଲ ଏକ ଏୟାର ଶୋ'ର ଭିଡିଓ ଦେଖୁଥିଲେ, ହଠାତ୍ ସେ ତେଜସ୍ ଦୁର୍ଘଟଣାର ଖବର ଦେଖିଲେ ଏବଂ କିଛି ମୁହୂର୍ତ୍ତ ମଧ୍ୟରେ ତାଙ୍କ ଜୀବନ ସମ୍ପୂର୍ଣ୍ଣ ବଦଳିଗଲା । ନମନଙ୍କ ବାପା ମଧ୍ୟ ଜଣେ ଅବସରପ୍ରାପ୍ତ ସେନା ଅଧିକାରୀ ।
ଜଗନ୍ ନାଥ ସାୟାଲ୍ଙ୍କ ଅନୁଯାୟୀ, ସେ ତାଙ୍କ ପୁଅ ସହିତ ଗୋଟିଏ ଦିନ ପୂର୍ବରୁ କଥା ହୋଇଥିଲେ। ନମନ ତାଙ୍କୁ ଟିଭି କିମ୍ବା ୟୁଟ୍ୟୁବ୍ରେ ତାଙ୍କ ପ୍ରଦର୍ଶନ ଦେଖିବାକୁ କହିଥିଲେ। ସନ୍ଧ୍ୟା ପ୍ରାୟ ୪ଟା ସମୟରେ ଭିଡିଓ ଖୋଜୁଥିବା ସମୟରେ ସେ ଦୁର୍ଘଟଣା ରିପୋର୍ଟ ପାଇଲେ । କିଛି ସମୟ ପରେ, ୬ ଜଣ ବାୟୁସେନା ଅଧିକାରୀ ଘରେ ପହଞ୍ଚିଲେ, ଯାହା ତାଙ୍କୁ ନିଶ୍ଚିତ କରିଥିଲେ ଯେ କିଛି ଗମ୍ଭୀର ଘଟଣା ଘଟିଛି । ନମନଙ୍କ ପରିବାର ବର୍ତ୍ତମାନ କୋଏମ୍ବାଟୁରରେ ଅଛନ୍ତି ।

ତାଙ୍କ ସ୍ତ୍ରୀ କୋଲକାତାରେ ତାଲିମ ନେଉଛନ୍ତି । ନମନଙ୍କ ପତ୍ନୀ ଜଣେ ଏୟାରଫୋର୍ସ ଅଧିକାରୀ । ନମନଙ୍କ ବାପାମାଆ ଗତ ଦୁଇ ସପ୍ତାହ ହେବ ସେମାନଙ୍କର ୭ ବର୍ଷର ନାତୁଣୀ ଆର୍ଯ୍ୟାଙ୍କ ଯତ୍ନ ନେଉଛନ୍ତି । ପତ୍ନୀ, ପରିବାର ଓ ୭ ବର୍ଷର କୁନି ଝିଅକୁ ଛାଡି ସବୁ ଦିନ ପାଇଁ ଅଫେରା ରାଇଜକୁ ଚାଲିଯାଇଛନ୍ତି ନମନ ।
ଏନଡିଏ ପାସ୍ କରିବା ପରେ ନମନ ୨୦୦୯ରେ ଭାରତୀୟ ବାୟୁସେନାରେ ସାମିଲ ହୋଇଥିଲେ । ନମନ ଜଣେ ଅତ୍ୟନ୍ତ ପ୍ରତିଭାବାନ ଛାତ୍ର ଥିଲେ । ସବୁବେଳେ ବଡ଼ ସ୍ୱପ୍ନ ହାସଲ କରିବା ତାଙ୍କର ଆଗ୍ରହ ଥିଲା। ନମନଙ୍କୁ ପରିବାରକୁ ଭାଙ୍ଗି ପକାଇଛି। ତାଙ୍କ ମାଆ, ବୀଣା ସାୟାଲ୍ ଗଭୀର ମର୍ମାହତ ହୋଇଛନ୍ତି । ଅଧିକାରୀମାନେ ପରିବାରକୁ ସୂଚନା ଦେଇଛନ୍ତି ଯେ ମୃତଦେହକୁ ଭାରତ ଫେରାଇ ଆଣିବା ପ୍ରକ୍ରିୟାରେ ପ୍ରାୟ ଦୁଇ ଦିନ ସମୟ ଲାଗିପାରେ ।
ତେଜସ୍ ଦୁର୍ଘଟଣାର କାରଣ ଜାଣିବା ଲାଗି କୋର୍ଟ ଅଫ୍ ଇନ୍କ୍ୱାରୀ ବସିଛି । ଭାରତୀୟ ବାୟୁସେନାର ତେଜସ୍ ଫାଇଟର ଜେଟ୍ ଦୁର୍ଘଟଣା ହେବାରେ ଏହା ଦ୍ୱିତୀୟ ଘଟଣା । ୨୦୨୪ରେ ରାଜସ୍ଥାନର ପୋଖରାନରେ ଯୁଦ୍ଧାଭ୍ୟାସ ବେଳେ ଇଞ୍ଜିନ୍ ଫେଲ୍ ହେବା କାରଣରୁ ତେଜସ୍ କ୍ରାଶ୍ ହୋଇଥିଲା । ଦୁବାଇ ଏୟାର ଶୋ'ରେ ଅନ୍ତର୍ଜାତୀୟ ବିମାନଗୁଡ଼ିକର ପ୍ରଦର୍ଶନୀ ହୋଇଥାଏ । ଏଠାରେ ଦୁନିଆର ବଡ଼ ଏରୋସ୍ପେସ୍ କମ୍ପାନୀ, ଏୟାରଲାଇନ୍ସ, ଏୟାରଫୋର୍ସେସ୍, ଟେକ୍ନୋଲୋଜି କମ୍ପାନୀଗୁଡ଼ିକ ନିଜ ନିଜ ବିମାନ, ହେଲିକପ୍ଟର, ଯୁଦ୍ଧାସ୍ତ୍ର ବ୍ୟବସ୍ଥା ଏବଂ ଏରୋସ୍ପେସ୍ ଟେକ୍ନୋଲୋଜି ଦେଖାଇଥାନ୍ତି । ୫ ଦିନ ଧରି ଚାଲିଥିବା ଏହି ଏୟାର ଶୋ'ର ଶୁକ୍ରବାର ଶେଷ ଦିନ ଥିଲା ।












Click it and Unblock the Notifications