ପୈତ୍ରିକ ଗ୍ରାମରେ ପହଞ୍ଚିଲା ତେଜସ୍ ପାଇଲଟଙ୍କ ମୃତଦେହ
ତେଜସ୍ ପାଇଲଟ୍ ୱିଙ୍ଗ କମାଣ୍ଡର ନମଂଶ ସାୟଲଙ୍କ ଅନ୍ତିମ ସଂସ୍କାର ପ୍ରସ୍ତୁତି । ଗତକାଲି ସ୍ୱତନ୍ତ୍ର ବାୟୁସେନା ବିମାନରେ ୱିଙ୍ଗ୍ କମାଣ୍ଡର ନମଂଶ ସାୟଲଙ୍କ ପାର୍ଥିବ ଶରୀରକୁ ଦୁବାଇରୁ ସୁଲୁର ଏୟାର ଫୋର୍ସ ଷ୍ଟେସନକୁ ଅଣାଯାଇଥିଲା । ଆଜି ସାମରିକ ସମ୍ମାନ ସହ ବାୟୁସେନାର ଅନ୍ୟ ଏକ ବିମାନରେ ପାର୍ଥିବ ଶରୀର ହିମାଚଳ ପ୍ରଦେଶ କାଙ୍ଗ୍ରା ଜିଲ୍ଲାର ଗାଗ୍ଗଲ ବିମାନବନ୍ଦରରେ ପହଞ୍ଚିଛି । ସେଠାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ତାଙ୍କ ପୈତ୍ରିକ ଗ୍ରାମ ପଟିୟାଲକର ଗ୍ରାମକୁ ଏକ ଶୋଭାଯାତ୍ରାରେ ମରଶରୀରକୁ ନିଆଯାଇଛି ।

ଆଜି ଅପରାହ୍ନରେ ଗ୍ରାମର ଶ୍ମଶାନ ଘାଟରେ ସମ୍ପୂର୍ଣ୍ଣ ସାମରିକ ସମ୍ମାନ ସହ ଶେଷକୃତ୍ୟ ସମ୍ପନ୍ନ ହେବାର କାର୍ଯ୍ୟକ୍ରମ ରହିଛି । ଏଥିରେ ସ୍ଥାନୀୟ ବିଧାୟକ, ପୂର୍ବତନ ସେନା ଅଧିକାରୀ ଓ ଗ୍ରାମବାସୀ ଏକତ୍ରିତ ହୋଇଛନ୍ତି । ଶୁକ୍ରବାର ଦୁବାଇରେ ଚାଲିଥିବା ଏୟାର ଶୋ'ରେ ଅତିକମ୍ ଉଚ୍ଚତାରେ ତେଜସ୍ ଜେଟରେ ଉଡ଼ାଣ କୌଶଳ ଦେଖାଉଥିଲେ ୱିଙ୍ଗ୍ କମାଣ୍ଡର୍ ନମଂଶ । କିନ୍ତୁ କୌଣସି କାରଣବସତଃ ଯାନ୍ତ୍ରିକ ତ୍ରୁଟି ଯୋଗୁ କ୍ରାସ ଲ୍ୟାଣ୍ଡ୍ କରି ନିଆଁପିଣ୍ଡୁଳା ପାଲଟିଥିଲା ଜେଟ୍ । ଫଳରେ ଦୁର୍ଘଟଣାରେ ସହିଦ ହୋଇଥିଲେ ୱିଙ୍ଗ୍ କମାଣ୍ଡର ନମଂଶ ।
-
Adani Green Energy ର ବଡ଼ ସଫଳତା: FY26ରେ 5GW କ୍ଷମତା ସହ ବିଶ୍ୱରେ ନୂଆ ରେକର୍ଡ -
VerSe Innovation ର ନୂତନ ପଦକ୍ଷେପ: ପି.ଆର୍. ରମେଶ ସ୍ୱତନ୍ତ୍ର ନିର୍ଦ୍ଦେଶକ ଓ ଅଡିଟ କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତ -
IPL 2026 : ଗୌହାଟୀରେ ଚେନ୍ନାଇ ବନାମ ରାଜସ୍ଥାନ, ଫୋକସରେ ବୈଭବ-ସଞ୍ଜୁ-ଜାଡେଜା, ଖେଳିବେନି ଧୋନୀ -
ସଂଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଜରୁରୀ ବୈଠକ, ସବୁ ଜିଲ୍ଲାପାଳଙ୍କ ସହ କରିବେ ଆଲୋଚନା -
ଜେଏଏଲ୍ ଅଧିଗ୍ରହଣ ପ୍ରକ୍ରିୟାକୁ ନେଇ ବେଦାନ୍ତର ଆପତ୍ତି, ଅଦାନି ପ୍ରସ୍ତାବକୁ ଆଇନସମ୍ମତ ବୋଲି ମାନ୍ୟତା ଦେଲେ କୋର୍ଟ ଓ CoC -
APSEZ ର ବଡ଼ ପଦକ୍ଷେପ: ଭାରତର ପ୍ରଥମ Port of Refuge ଆରମ୍ଭ -
Adani Green Energy ର ବଡ଼ ସଫଳତା: FY26ରେ 5GW କ୍ଷମତା ସହ ବିଶ୍ୱରେ ନୂଆ ରେକର୍ଡ -
ଭୁବନେଶ୍ୱରରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ





Click it and Unblock the Notifications