ଆଉ ବାପାଙ୍କ ଚିହ୍ନ ନୁହେଁ ଏବେ ଏହି ଚିହ୍ନରେ ନିର୍ବାଚନ ଲଢ଼ିବେ ତେଜ ପ୍ରତାପ ଯାଦବ

ରାଷ୍ଟ୍ରୀୟ ଜନତା ଦଳର ପୂର୍ବତନ ନେତା ଏବଂ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବ ଏକ ନୂତନ ଦଳ ଗଠନ କରିଛନ୍ତି ଏବଂ ବିହାର ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ମଇଦାନରେ ପ୍ରବେଶ କରିଛନ୍ତି । ତେଜ ପ୍ରତାପ ଯାଦବଙ୍କ ନୂତନ ଦଳର ନାମ 'ଜନଶକ୍ତି ଜନତା ଦଳ' ଏବଂ ଏହାର ନିର୍ବାଚନ ଚିହ୍ନ ହେଉଛି 'ବ୍ଲାକ ବୋର୍ଡ' ବା କଳାପଟା। ତେଜ ପ୍ରତାପ ଯାଦବ ତାଙ୍କ ଏକ୍ସ ହ୍ୟାଣ୍ଡେଲରୁ ଦଳର ପୋଷ୍ଟର ମଧ୍ୟ ସେୟାର କରିଛନ୍ତି। ତେଜ ପ୍ରତାପ ଯାଦବ ତାଙ୍କ ଅଫିସିଆଲ୍ ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି, "ଆମେ ବିହାରର ସାମଗ୍ରିକ ବିକାଶ ପାଇଁ ସମ୍ପୂର୍ଣ୍ଣ ସମର୍ପିତ ଏବଂ ପ୍ରସ୍ତୁତ। ଆମର ଲକ୍ଷ୍ୟ ହେଉଛି ବିହାରରେ ଏକ ସମ୍ପୂର୍ଣ୍ଣ ପରିବର୍ତ୍ତନ ଆଣିବା ଏବଂ ଏକ ନୂତନ ବ୍ୟବସ୍ଥା ସୃଷ୍ଟି କରିବା। ଆମେ ବିହାରର ସାମଗ୍ରିକ ବିକାଶ ପାଇଁ ଏକ ଲମ୍ବା ଲଢେଇ କରିବାକୁ ପ୍ରସ୍ତୁତ।"

Tej Pratap Yadav

ତେଜ ପ୍ରତାପ ଯାଦବ ତାଙ୍କ ଦ୍ୱାରା ଲଞ୍ଚ କରାଯାଇଥିବା ଦଳର ପୋଷ୍ଟରରେ ପାଞ୍ଚ ଜଣ ମହାପୁରୁଷ ଏବଂ ନେତାଙ୍କୁ ସାମିଲ କରିଛନ୍ତି। ପୋଷ୍ଟରରେ ମହାତ୍ମା ଗାନ୍ଧୀ, ବି.ଆର. ଆମ୍ବେଦକର, ରାମ ମନୋହର ଲୋହିଆ, ଜୟ ପ୍ରକାଶ ନାରାୟଣ ଏବଂ କର୍ପୁରୀ ଠାକୁରଙ୍କୁ ସ୍ଥାନ ଦିଆଯାଇଛି। ଏହା ମଧ୍ୟ ଉଲ୍ଲେଖନୀୟ ଯେ ତେଜ ପ୍ରତାପ ଏହି ପୋଷ୍ଟରରେ ତାଙ୍କ ପିତା ଲାଲୁ ପ୍ରସାଦ ଯାଦବଙ୍କୁ ସ୍ଥାନ ଦେଇନାହାଁନ୍ତି।

ଉଲ୍ଲେଖ ଥାଉ କି କିଛି ମାସ ତଳେରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ମୁଖ୍ୟ ଲାଲୁ ପ୍ରସାଦ ଯାଦବ ତାଙ୍କ ବଡ଼ ପୁଅ ତେଜ ପ୍ରତାପଙ୍କୁ ଦଳରୁ ବହିଷ୍କାର କରିଥିଲେ। ତେଜ ପ୍ରତାପ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ୍‌ରେ ଅନୁଷ୍କା ଯାଦବ ନାମ୍ନୀ ଜଣେ ଯୁବତୀଙ୍କ ସହିତ ଫଟୋ ପୋଷ୍ଟ କରି ତାଙ୍କ ସହ ୧୨ ଧରି ପ୍ରେମ ସଂପର୍କରେ ଥିବା କହିବା ପରେ ଏହା ଲାଲୁ ପରିବାରରେ କମ୍ପନ ସୃଷ୍ଟି କରିଥିଲା। ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତେଜ ପ୍ରତାପଙ୍କୁ ୬ ବର୍ଷ ପାଇଁ ଆର୍‌ଜେଡିରୁ ବହିଷ୍କାର କରାଯାଇଥିଲା। ଏଥିସହ ଲାଲୁ ନିଜ ବଡ଼ ପୁଅକୁ ପରିବାରରୁ ମଧ ବେଦଖଲ କରାଯାଇଥିବା ଘୋଷଣା କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+