ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କଲେ ତେଜ ପ୍ରତାପ, କହିଲେ ନେତା ନହୋଇ ରୋଷେୟା ହେବା ଉଚିତ୍
ପୂର୍ବତନ ଆର୍ଜେଡି ନେତା ତଥା ବର୍ତ୍ତମାନର ଜନଶକ୍ତି ଜନତା ଦଳ ମୁଖ୍ୟ ତେଜ ପ୍ରତାପ ଯାଦବ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରି କହିଛନ୍ତି ଯେ ରାହୁଲ ରାଜନେତା ବଦଳରେ ଜଣେ ରୋଷେୟା ହେବା ଉଚିତ। ରାହୁଲ ଗାନ୍ଧୀ ଗତକାଲି ବିହାରର ବେଗୁସରାୟ ଯାଇ ଅଞ୍ଚଳର ଧୀବରଙ୍କ ସହ କଥା ହୋଇଥିଲେ ଏବଂ ମାଛ ଧରିବାପାଇଁ ଏକ ପୋଖରୀରେ ପଶିଥିଲେ। ଏନେଇ ତେଜପ୍ରତାପ କହିଛନ୍ତି, ରାହୁଲ ଗାନ୍ଧୀଙ୍କ କାମ ହେଉଛି ମୋଟରସାଇକେଲ୍ ଚଳାଇବା ଏବଂ ପ୍ରଦୂଷଣ ବଢ଼ାଇବା। ସେ ତାଙ୍କର ସାରା ଜୀବନ ମାଛ ଧରିବାରେ କଟାଇଦେବେ। ଦେଶ ଅନ୍ଧାର ମଧ୍ୟକୁ ଠେଲି ହୋଇଯିବ।

ସେ ମିଠା ତିଆରି କରୁଛନ୍ତି, ମାଛ ଧରୁଛନ୍ତି। ସେ ଜଣେ ରୋଷେୟା ହେବା ଉଚିତ। ସେ ଜଣେ ରାଜନେତା କାହିଁକି ହୋଇଛନ୍ତି ବୋଲି ତେଜପ୍ରତାପ ପ୍ରଶ୍ନ କରିଛନ୍ତି। ପୂର୍ବରୁ ବିଜେପି ସାଂସଦ ରବି କିଷାନ ମଧ୍ୟ ରାହୁଲ ଗାନ୍ଧୀଙ୍କୁ ଉକ୍ତ ପ୍ରସଙ୍ଗରେ କଟାକ୍ଷ କରି କହିଥିଲେ ଯେ ସେ ଯେତିକି ମାଛ ଧରିବେ ତା'ଠାରୁ ଆହୁରି କମ୍ ଭୋଟ ପାଇବେ। ଉଲ୍ଲେଖଯୋଗ୍ୟ, ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭା ପାଇଁ ନଭେମ୍ବର ୬ ଏବଂ ନଭେମ୍ବର ୧୧ ତାରିଖରେ ୨ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ ଏବଂ ନଭେମ୍ବର ୧୪ ତାରିଖରେ ଭୋଟ୍ ଗଣତି ହେବ।












Click it and Unblock the Notifications