ଶିକ୍ଷାମନ୍ତ୍ରୀଙ୍କ ବୟାନରେ କଡ୍ଡା ପ୍ରତିକ୍ରିୟା ରଖିଲେ ତେଜ ପ୍ରତାପ, କହିଲେ....
ପାଟନା:ବିହାରରେ ବିଭିନ୍ନ ସମ୍ପର୍କରେ ବିଭିନ୍ନ ବୟାନକୁ ନେଇ ରାଜ୍ୟରେ ରାଜନୈତିକ ମାହୋଲ ଉଷ୍ମ ହେବାରେଲାଗିଛି । କେହି କେହି ରାମ ମନ୍ଦିର ଉପରେ ବୟାନ ଦେଉଛନ୍ତି ତ କେହି ବିଜେପିକୁ ଟାର୍ଗେଟ କରି ନିଶାନା ବନାଉଛନ୍ତିି । ଆଉ ଏହି ସବୁ ଭିତରେ ସୋମବାର (୦୮ ଜାନୁଆରୀ) ରେ ବିହାର ଶିକ୍ଷା ମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ବୟାନରେ ତେଜ ପ୍ରତାପ ଯାଦବ ପ୍ରତିକ୍ରିୟା ଦେଇଛନ୍ତି ।
ଚନ୍ଦ୍ରଶେଖର ଦେଇଥିବା ବୟାନରେ ସେ କହିଥିଲେ ଯେ ମନ୍ଦିର ହେଉଛି ଦାସତ୍ୱର ପଥ, ଏହା ଉପରେ ତେଜ ପ୍ରତାପ ଯାଦବ କହିଛନ୍ତି ଯେ ମୁଁ ଏହା ବୁଝୁଛି ଯେ, ଏହିପରି ବୟାରୁ ନିବୃତ୍ତ ରହିବା ଉଚିତ୍ । ତେଜ ପ୍ରତାପ ଯାଦବ କହିଛନ୍ତି ଯେ ପ୍ରତ୍ୟେକ ଧର୍ମ ପ୍ରତି ସମ୍ମାନ ରହିବା ଉଚିତ୍ । ମାନବିକତାର ଧର୍ମ ହେଉଛି ସର୍ବଶ୍ରେଷ୍ଠ ଧର୍ମ ।

ଯେତେବେଳେ ତେଜ ପ୍ରତାପ ଯାଦବଙ୍କୁ ପଚରାଯାଇଥିଲା ଯେ ରାଷ୍ଟ୍ରିୟ ଜନତା ଦଳ ବିଧାୟକ ଅଜୟ ଯାଦବ କହିଛନ୍ତି ଯେ ଅଯୋଧ୍ୟାରେ ବିଜେପି ବୋମା ବିସ୍ଫୋରଣ କରିପାରେ । ଆଉ ଏହା ଉପରେ ତେଜ ପ୍ରତାପ୍ ପ୍ରତିକ୍ର୍ରିୟା ଦେଇ କହିଛନ୍ତି ଯେ ବିଜେପି ହେଉଛି ଆରଏସଏସ ନାଥୁରାମ ଗୋଡସେଙ୍କ ଦଳ । ସେ କିଛି ବି କରିପାରିବେ । ବିଜେପି କୁ ଟାର୍ଗେଟ କରି ତେଜ ପ୍ରତାପ ଯାଦବ କହିଛନ୍ତି ଯେ ଯେତେବେଳେ ଏହି ଲୋକମାନେ ମହାତ୍ମା ଗାନ୍ଧୀଙ୍କୁ ଛାଡି ନାହାଁନ୍ତି, ସେତେବେଳେ ଏହି ଲୋକମାନେ ଦେଶକୁ ଖଣ୍ଡନ କରିବା ପାଇଁ କିଛି ବି କରିପାରିବେ ।
ବିହାରର ଲୋକେ ହୁଅନ୍ତୁ କି ସାରା ଦେଶର ଜନାତା ହୁଅନ୍ତୁ ସମସ୍ତେ ବିଜେପି ଲୋକମାନଙ୍କୁ ଦେକୁଛନ୍ତି । ପରେ ଗଣମାଧ୍ୟ ପ୍ରତିନିଧିଙ୍କ ପ୍ରଶ୍ନ ଥିଲା ୨୦୨୪ ନିର୍ବାଚନରେ ରାମ ମନ୍ଦିର ପ୍ରସଙ୍ଗ ହେବ କି? ଏହାର ଜବାବରେ ତେଜ ପ୍ରତାପ କହିଛନ୍ତି ଯେ ସେମାନଙ୍କର (ବିଜେପି) ଅନ୍ୟ କୌଣସି ପ୍ରସଙ୍ଗ ନାହିଁ ।












Click it and Unblock the Notifications