ସିକ୍କିମରେ ଭୟଙ୍କର ଭୂସ୍ଖଳନ, ନଷ୍ଟ ହୋଇଗଲା....

ନୂଆଦିଲ୍ଲୀ : କେରଳରେ ହୋଇଥିବା ଛାତିଥରା ଭୂସ୍ଖଳନ ମନରୁ ଲିଭିନଥିଲେ ଏବେ ଦେଶରେ ଆଉ ଗୋଟେ ଭୟଙ୍କର ଭୂସ୍ଖଳନ ହୋଇଛି । ଆଜି ସକାଳେ ସିକ୍କିମରେ ହୋଇଛି ଭୂସ୍ଖଳନ । କିନ୍ତୁ ସବୁଠୁ ଭଲ ଖବର ହେଉଛି ଏହି ଭୂସ୍ଖଳରେ କେହି ମୃତାହାତ ହୋଇନାହାଁନ୍ତି । କିନ୍ତୁ ଭାରି ଭୂସ୍ଖଳନ ଯୋଗୁଁ ନ୍ୟାସନାଲ ହାଇଡ୍ରୋଇଲେକ୍ଟ୍ରିକ୍ ପାୱର କର୍ପୋରେସନ ତିସ୍ତା ଷ୍ଟେଜ ୫ ବନ୍ଧର ପାୱର ଷ୍ଟେସନ ନଷ୍ଟ ହୋଇଯାଇଛି ।

ଗତ କିଛି ସପ୍ତାହ ଧରି ଲଗାତର ହେଉଥିବା ଭୂସ୍ଖଳନ ଯୋଗୁଁ ୫୦ ମେଗାୱାଟର ପାୱର ଷ୍ଟେସନରେ ଭୂସ୍ଖଳନ ଆଶଙ୍କା ଥିଲା । ତେବେ ମଙ୍ଗଳବାର ପାୱର ଷ୍ଟେସନକୁ ଲାଗିଥିବା ପାହାଡର ଏକ ବଡ ଭାଗ ଧସିଯାଇଥିଲା । ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନାହାଁନ୍ତି । ଚଳିତ ବର୍ଷ ଜୁନ ମାସରେ ସିକ୍କିମରେ ହୋଇଥିବା ବର୍ଷା ଯୋଗୁଁ ଅନେକ କ୍ଷୟକ୍ଷତି ହୋଇଥିଲା । ଭାରୀ ବର୍ଷା ଯୋଗୁଁ ତିସ୍ତା ନଦୀରେ ବଢି ଆସିଥିଲା ।

Sikkim Landslide

ଏଥିରେ ଉତ୍ତର ପଶ୍ଚିମର ଅନେକ ଅଞ୍ଚଳ ଜଳମଗ୍ନ ହୋଇଯାଇଥିଲା । ଏହି ସମୟରେ ଉତ୍ତର ସିକ୍କିମରେ ଭାରୀ ଭୂସ୍ଖଳନ ହୋଇଥିଲା । ଭୂସ୍ଖଳନରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିଲା । ସେହିପରି ୨୦୨୩ ଅକ୍ଟୋବରରେ ଉତ୍ତର ସିକ୍କିମରେ ୫୨୪୫ ମିଟର ଉଚ୍ଚରେ ଥିବା ଦକ୍ଷିଣ ଲୋହନକ ହ୍ରଦରେ ବିସ୍ଫୋରଣ ହୋଇଥିଲା । ଏହାର ଅଂଶ ତଳେ ଥିବା ତିସ୍ତା ବନ୍ଧରେ ଧକ୍କା ହେବାରୁ ବନ୍ଧ ଫାଟିଯାଇଥିଲା । ତେଣୁ ଏଠାରେ ଭୟଙ୍କର ଭୂସ୍ଖଳନ ହୋଇଥିଲା । ଏଥିରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+