ପୁଣି କାଶ୍ମୀରୀରେ ଆକ୍ରମଣ, ଆତଙ୍କୀ ଗୁଳିରେ ପ୍ରବାସୀ ଶ୍ରମିକ ଆହତ
ଜମ୍ମୁ-କାଶ୍ମୀରରେ ପୁଣି ଥରେ ଅଣ-କାଶ୍ମୀରୀ ଲୋକଙ୍କ ଉପରେ ଆକ୍ରମଣ ହୋଇଛି । ବଟାଗୁଣ୍ଡ ତ୍ରାଲରେ ହୋଇଥିବା ଏକ ଗୁଳିକାଣ୍ଡରେ ଜଣେ ଅଣ ଶ୍ରମିକ ଆହତ ହୋଇଥିବା ସୂଚନା ରହିଛି । ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କହି ରଖୁଛୁ, କାଶ୍ମୀର ଭିତରେ ଏକ ସପ୍ତାହ ମଧ୍ୟରେ ଏହା ହେଉଛି ତୃତୀୟ ଆକ୍ରମଣ । କିଛି ଦିନ ତଳେ ଜମ୍ମୁ-କାଶ୍ମୀରର ଶୋପିଆ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା ।
ଏବେ ଲଗାତାର ଭାବେ ଟାର୍ଗେଟ କିଲିଂ ଘଟଣା ସାମ୍ନାକୁ ଆସୁଛି । ଗତ ବର୍ଷ ମଧ୍ୟ ଆତଙ୍କବାଦୀମାନେ ଜମ୍ମୁ-କାଶ୍ମୀରର ଅଲଗା ଅଲଗା ଅଞ୍ଚଳରେ ଅଣ-କାଶ୍ମୀରୀଙ୍କୁ ବାଛି ବାଛି ହତ୍ୟା କରିଥିଲେ । ଅନନ୍ତନାଗ, ପୁଲୱାମା ଏବଂ ପୁଞ୍ଚରେ ଟାର୍ଗେଟ କିଲିଂର ଅନେକ ଘଟଣା ସାମ୍ନାକୁ ଆସିଥିଲା ଗତ କିଛି ଦିନ ହେଲା କଶ୍ମୀରରେ ପ୍ରବାସୀ ଶ୍ରମିକଙ୍କୁ ଟାର୍ଗେଟ୍ କରାଯାଉଛି। ସପ୍ତାହେ ଭିତରେ ଏହା ତୃତୀୟ ଘଟଣା। ଆତଙ୍କବାଦୀଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ବାହାର ରାଜ୍ୟର ପ୍ରବାସୀ ଶ୍ରମିକ।

ରବିବାର ଗାନ୍ଦରବାଲ ଜିଲ୍ଲାରେ ଏକ ନିର୍ମାଣସ୍ଥଳରେ ଆତଙ୍କବାଦୀମାନେ ୬ ଜଣ ପ୍ରବାସୀ ଶ୍ରମିକ ଏବଂ ଜଣେ ସ୍ଥାନୀୟ ଡାକ୍ତରଙ୍କୁ ହତ୍ୟା କରିଥିଲେ। ଏହା ପୂର୍ବରୁ ୧୮ ଅକ୍ଟୋବରରେ ସୋଫିଆନ୍ ଜିଲ୍ଲାରେ ଆତଙ୍କବାଦୀମାନେ ବିହାର ଜଣେ ଶ୍ରମିକଙ୍କୁ ଗୁଳି କରି ହତ୍ୟା କରିଥିଲେ।












Click it and Unblock the Notifications