IRCTC ୱେବସାଇଟ୍ରେ ବୈଷୟିକ ତ୍ରୁଟି; ବୁକ୍ ହେଇ ପାରୁନି ଟ୍ରେନ୍ ଟିକେଟ
IRCTC ୱେବସାଇଟ୍ରେ ସାମୟିକ ବୈଷୟିକ ତ୍ରୁଟି ଦେଖିବାକୁ ମିଳିଛି । ବୈଷୟିକ ତ୍ରୁଟି ଯୋଗୁଁ ଅନଲାଇନ-ଟିକେଟ ବୁକିଂ ବାଧାପ୍ରାପ୍ତ ହେଉଛି । ବୈଷୟିକ ଟିମ୍ ଏହାକୁ ସଜାଡୁଛନ୍ତି। ଶୀଘ୍ର ବୁକିଂ ଉପଲବ୍ଧ ହେବ । ଏନେଇ ଆଇଆର୍ସିଟିସି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ଅନଲାଇନରେ ଟିକେଟ୍ ବୁକିଂ ନ ହୋଇ ପାରିବାରୁ ଯାତ୍ରୀ ଅସନ୍ତୁଷ୍ଟ ଦେଖିବାକୁ ମିଳିଛି । ଫଳରେ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ହଜାର ହଜାର ଲୋକ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଇଆରସିଟିସିର ଆପ୍ ମଧ୍ୟ ଚାଲୁ ନାହିଁ । ଟେକ୍ନିକାଲ ତ୍ରୁଟି କାରଣରୁ ଏହା ହୋଇଛି । ତେବେ ଶୀଘ୍ର ଟିକେଟ ଅନଲାଇନରେ ବୁକିଂ ହେବ ବୋଲି ଆଇଆର୍ସିଟିସି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଆଇଆରସିଟିସି କହିଛି ଯେ କିଛି ବୈଷୟିକ ସମସ୍ୟା ହେତୁ ଇ-ଟିକେଟ୍ ବୁକିଂ ସାମୟିକ ଭାବେ ପ୍ରଭାବିତ ହୋଇଛି । ବୁକିଂ ସେବା ଶୀଘ୍ର ଆରମ୍ଭ ହେବ । ଅନେକ ଉପଭୋକ୍ତା ଏହା ମଧ୍ୟ ଦାବି କରିଛନ୍ତି ଯେ ତତ୍କାଳ କିମ୍ବା ଜେନେରାଲ କୌଣସି ପ୍ରକାରେ ଟିକେଟ୍ ବୁକ୍ କରି ହେଉ ନାହିଁ । ଅନେକ ବ୍ୟବହାରକାରୀ ଲଗଇନ୍ ନ ହେବା ନେଇ ଅଭିଯୋଗ କରିଛନ୍ତି । ଏହି ସମସ୍ୟା ଉଭୟ IRCTC ସାଇଟ୍ ଏବଂ ଆପରେ ଘଟୁଛି ।
ସୂଚନା ଯୋଗ୍ୟ, ଆଇଆରସିଟିସି ୱେବସାଇଟ୍ରେ ସାମୟିକ ବୈଷୟିକ ତ୍ରୁଟି ଦେଖାଦେଇଛି। ବୈଷୟିକ ତ୍ରୁଟି ଯୋଗୁଁ ଇ-ଟିକେଟ ବୁକିଂରେ ହେଉଛି ବାଧାପ୍ରାପ୍ତ । ସେପଟେ ଏନେଇ ଯାତ୍ରୀ ଅଭିଯୋଗ କରିଛନ୍ତି । ବୈଷୟିକ ଟିମ୍ ଏହାକୁ ସଜାଡୁଛନ୍ତି ।












Click it and Unblock the Notifications