ସ୍ୱାଧୀନତା ସଂଗ୍ରାମୀ ଓ ଭାରତ ରତ୍ନ ଜୟପ୍ରକାଶ ନାରାୟଣଙ୍କ ଜନ୍ମ ଜୟନ୍ତୀ ଅବସରରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ସମ୍ପୂର୍ଣ୍ଣ କ୍ରାନ୍ତିର ଜନକ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କୁ ତାଙ୍କ ଜନ୍ମ ଜୟନ୍ତୀରେ ଶତ ଶତ ପ୍ରଣାମ । ଭାରତର ଗଣତନ୍ତ୍ରକୁ ମଜଭୁତ କରିବା ଦିଗରେ ତାଙ୍କ ନିଃସ୍ୱାର୍ଥପର ସେବା ଭାବ ଦେଶବାସୀଙ୍କୁ ପ୍ରେରଣା ଦେଇଚାଲିବ ।'

୧୧ ଅକ୍ଟୋବର ୧୯୦୨ ରେ ଜନ୍ମ ହୋଇଥିବା ଲୋକ ନାୟକ ଜୟପ୍ରକାଶ ନାରାୟଣ ୧୯୭୦ ଦଶକର ମଧ୍ୟଭାଗରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ବିରୁଦ୍ଧରେ ଏକ ଆନ୍ଦୋଳନର ନେତୃତ୍ୱ ନେଇ ସେ ବେଶ ଚର୍ଚ୍ଚିତ ହୋଇଥିଲେ । ତାଙ୍କର ରାଷ୍ଟ୍ରବାଦୀ ସାଥୀ ତଥା ହିନ୍ଦୀ ଭାଷାର ଲେଖକ ରାମବୃକ୍ଷ ବେଣୀପୁରୀ ହେଉଛନ୍ତି ଜୟପ୍ରକାଶଙ୍କ ଜୀବନୀ "ଜୟପ୍ରକାଶ"ର ରଚୟୀତା ।

ତାଙ୍କର ରାଷ୍ଟ୍ରବାଦୀ ସାଥୀ ତଥା ହିନ୍ଦୀ ଭାଷାର ଲେଖକ ରାମବୃକ୍ଷ ବେଣୀପୁରୀ ହେଉଛନ୍ତି ଜୟପ୍ରକାଶଙ୍କ ଜୀବନୀ "ଜୟପ୍ରକାଶ"ର ରଚୟୀତା । ୧୯୯୯ ମସିହାରେ ସମାଜ ସେବା କ୍ଷେତ୍ରରେ ଜୟପ୍ରକାଶଙ୍କ ଉଲ୍ଲେଖନୀୟ ଅବଦାନ ଯୋଗୁଁ ତାଙ୍କୁ ମରଣୋତ୍ତର ଭାବେ ଭାରତର ସର୍ବୋଚ୍ଚ ବେସାମରିକ ଉପାଧୀ ଭାରତ ରତ୍ନଦ୍ୱାରା ସମ୍ମାନିତ କରାଯାଇଥିଲା । ପାଟଣାର ବିମାନ ବନ୍ଦର, ନୂଆ ଦିଲ୍ଲୀର ବାହୁଦୁର ଶାହା ଜାଫର ମାର୍ଗରେ ଅବସ୍ଥିତ ଏକ ପାର୍କ ଏବଂ ଦିଲ୍ଲୀର ସର୍ବ ବୃହତ ଚିକିତ୍ସାଳୟ ମଧ୍ୟ ଜୟପ୍ରକାଶଙ୍କ ନାମରେ ନାମିତ । ଅଗଷ୍ଟ ୧, ୨୦୧୫ରେ ଛାପ୍ରା-ଦିଲୀ-ଛାପ୍ରା ସାପ୍ତାହିକ ଦୃଗାମୀ ରେଳ ମଧ୍ୟ ଜୟପ୍ରକାଶଙ୍କ ସମ୍ମାନାର୍ଥେ "ଲୋକନାୟକ ଏକ୍ସପ୍ରେସ" ନାମରେ ନାମିତ ହୋଇଛି ।

Jayaprakash

ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀ ଯେପରି କ୍ଷମତାର ସମସ୍ତ ସୋପାନକୁ ପାଦରେ ଆଡେଇ ଦେଇ ରାଷ୍ଟ୍ର ନିର୍ମାଣକୁ ଜୀବନର ବ୍ରତ କରିଥିଲେ, ଠିକ୍ ସେହିପରି ଗାନ୍ଧୀ ଶିଷ୍ୟ ଲୋକନାୟକ ଜୟପ୍ରକାଶ ନାରାୟଣ ପ୍ରଧାନମନ୍ତ୍ରୀ, ଉପ ପ୍ରଧାନମନ୍ତ୍ରୀ ଭଳି ଲୋଭନୀୟ ପଦବୀ ସବୁକୁ ପାଦରେ ଆଡେଇ ଦେଇ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ସେବାରେ ଆଜୀବନ କାର୍ଯ୍ୟ କରିଥିଲେ। ଭାରତ ଛାଡ ଆନ୍ଦୋଳନର ମହାନାୟକ ଜୟପ୍ରକାଶ ଗାନ୍ଧୀଜୀଙ୍କ ପରେ ଭାରତୀୟ ଜନସାଧାରଣଙ୍କ ବିବେକର ପ୍ରତୀକ ସାଜିଥିଲେ। ଭ୍ରଷ୍ଟାଚାର ମୁକ୍ତ ଭାରତ ଓ ଏକଛତ୍ରବାଦ ମୁକ୍ତ ଭାରତର ସଜାଗ ପ୍ରହରୀ ଭାବରେ ସେ ସମ୍ପୂର୍ଣ୍ଣ କ୍ରାନ୍ତି ଆନ୍ଦୋଳନର ନେତୃତ୍ଵ ନେଇ ଇନ୍ଦିରା ଗାନ୍ଧୀଙ୍କ ଏକଛତ୍ରବାଦ କବଳରୁ ଭାରତକୁ ଉଦ୍ଧାର କରିଥିଲେ। ସମାଜବାଦୀ ଆନ୍ଦୋଳନ ଓ ସର୍ବୋଦୟ ଆନ୍ଦୋଳନ ସହ ସାମିଲ ହୋଇ ଆଜୀବନ କାର୍ଯ୍ୟ କରି ସେ ଭାରତରେ ନୂଆ ଇତିହାସ ନିର୍ମାଣ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+