ଇଏ ହେଉଛନ୍ତି ଦେଶର ସବୁଠାରୁ ଧନୀ ପ୍ରାର୍ଥୀ
ନୂଆଦିଲ୍ଲୀ: ତେଲୁଗୁ ଦେଶମ ପାର୍ଟିର ଡାକ୍ତର ଚନ୍ଦ୍ର ଶେଖର ପେମାସାନୀ ଗୁଣ୍ଟୁର ଲୋକ ସଭା ଆସନରୁ ଆଜି ପର୍ଯ୍ୟନ୍ତ ଦାଖଲ କରାଯାଇଥିବା ପ୍ରାର୍ଥୀଙ୍କ ମଧ୍ୟରେ ସବୁଠାରୁ ଧନୀ ପ୍ରାର୍ଥୀ ବୋଲଇ କୁହାଯାଉଛି । ଚନ୍ଦ୍ର ଶେଖର ତାଙ୍କ ନିର୍ବାଚନ ଆଫିଡେଭିଟରେ ୫,୭୮୫କୋଟି ଟଙ୍କା ମୂଲ୍ୟର ଚଳନ ତଥା ଅସ୍ଥାବର ସମ୍ପତ୍ତି ଘୋଷଣା କରି ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।
ସେ ତାଙ୍କ ନିର୍ବାଚନ ଦୌଡ଼ରେ ସବୁଠାରୁ ଧନୀ ପ୍ରାର୍ଥୀ ଭାବରେ ପରିଣତ ହୋଇଛନ୍ତି । ପି. ଚନ୍ଦ୍ରଶେଖରଙ୍କ ଆଫିଡେଭିଟ ଅନୁସାରେ ତାଙ୍କ ବ୍ୟକ୍ତିଗତ ସମ୍ପରି ପରିମାଣ ୨,୪୪୮.୭୨ କୋଟି ଟଙ୍କା । ସେହିପରି ତାଙ୍କ ପତ୍ନୀଙ୍କର ସମ୍ପରି ପରିମାଣ ପାଖାପାଖ ୨୩୪୩.୭୮ କୋଟି ଟଙ୍କା ହୋଇଥିବା ବେଳେ ପିଲାମାନଙ୍କର ସମ୍ପରି ୧ ହଜାର କୋଟି ଟଙ୍କାରୁ ବି ଅଧିକ ।

ସେହିପରି ପରିବାର ଉପରେ ଲାଇନ ଅଫ କ୍ରେଡିଟ ରୂପେ ଆମେରିକାର ଜେ.ପି.ମର୍ଗନ ଚେସ୍ ବ୍ୟାଙ୍କର ୧,୧୩୮ କୋଟି ଟଙ୍କା ଋଣ ରହିଛି । ଆନ୍ଧ୍ରପ୍ରଦେଶ ବୁର୍ଗିପାଲେମ ଗାଁରୁ ଜନ୍ମହପକିନ୍ସ ବିଶ୍ୱବିଦ୍ୟାଳୟ, ସିନାଇ ହସ୍ପିଟାଲରେ ଚିକିତ୍ସକ ଶିକ୍ଷକ ତଥା ୟୁଭିଆରଡି(ଅନଲାଇନ ଶିକ୍ଷଣ ଓ ଅଧ୍ୟୟନ ସଂଶାଧନ ମଞ୍ଚ)ର ସ୍ଥାପନା ପର୍ଯ୍ୟନ୍ତ ଚନ୍ଦ୍ରଶେଖରଙ୍କ ଯାତ୍ରା ଲୋକଙ୍କ ନିମନ୍ତେ ବେଶ୍ ପ୍ରେରଣାଦାୟୀ ।












Click it and Unblock the Notifications