ଆନ୍ଧ୍ରରେ ଟିଡିପି କରିବ ସରକାର ଗଠନ
ବିଶାଖାପାଟଣା : ଲୋକ ସଭା ନିର୍ବାଚନର ଭୋଟ ଗଣତି ଜାରି ରହିଥିବା ବେଳେ ଭାଜପା ମ୍ୟାଜିକ୍ ନମ୍ବରଠାରୁ ବହୁ ଦୂରରେ ରହିଛି । ଏପରି ସ୍ଥିତିରେ ଦଳ ଏକାକୀ ସରକାର ଗଢିବାକୁ ସକ୍ଷମ ନ ହୋଇପାରେ ବୋଲି କୁହାଯାଇଛି । ଏପଟେ ଟିଡିପି ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚରେ ବିପୁଳ ବିଜୟ ହାସଲ କରିଛି । ଚନ୍ଦ୍ରବାବୁ ନାଇଡୁଙ୍କ ହେଉଛି ଟିଡ଼ି ପାର୍ଟି ।
ଆନ୍ଧ୍ରପ୍ରଦେଶର ମୋଟ ୧୭୫ ଆସନ ମଧ୍ୟରୁ ଏକାକୀ ଟିଡିପି ୧୩୩ରେ ବିଜୟ ହାସଲ କରିଥିବାବେଳେ ୩ରେ ଆଗୁଆ ରହିଛି । ଏହାର ସହଯୋଗୀ ଦଳ ବିଜେପିକୁ ୮ଟା ଆସନ ଓ ଜନସେନା ପାର୍ଟିକୁ ୧୦ ଆସନରେ ବିଜୟ ମିଳିଛି । ଏହି ବିଜୟ ପରେ ଆସନ୍ତା ଜୁନ୍ ୯ତାରିଖରେ ନାଇଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଦଳ ଘୋଷଣା କରିଛି ।

ଏହି ବିଜୟ ପରେ ଟିଡିପିର ଦଳୀୟ ମୁଖ୍ୟାଳୟରେ ଉତ୍ସବ ଆରମ୍ଭ ହୋଇଯାଇଛି । ଶାସକ ୱାଇଏସଆର କଂଗ୍ରେସ ମାତ୍ର ୧୦ଟି ଆସନରେ ବିଜୟୀ ହୋଇଛି କିମ୍ବା ଆଗୁଆ ରହିଛି । ମେ' ୧୩ ତାରିଖରେ ରାଜ୍ୟରେ ଲୋକସଭା ନିର୍ବାଚନ ସହ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।
ଆଉ ଥରେ ନିର୍ବାଚନ ଲଢ଼ିବା ପାଇଁ ୱାଇଏସଆରସିପି ସମସ୍ତ ୧୭୫ ଟି ଆସନରେ ଏକାକୀ ଲଢ଼ିଥିବା ବେଳେ ଟିଡିପି ୧୪୪ ଟି ଆସନରେ ପ୍ରାର୍ଥୀ ଦେଇଥିଲା । ପୱନ କଲ୍ୟାଣଙ୍କ ନେତୃତ୍ୱାଧୀନ ଜନସେନା ପାର୍ଟି (ଜେଏସ୍ପି) ୨୧ଟି ଆସନରେ ଏବଂ ବିଜେପି ୧୦ଟି ଆସନରେ ଲଢ଼ିଥିଲା ।












Click it and Unblock the Notifications