ପାର୍ଲାମେଣ୍ଟକୁ ସାଇକେଲରେ ଆସିଲେ ଟିଡିପି ସାଂସଦ
ଆଜିଠୁ ଆରମ୍ଭ ହୋଇଛି ସଂସଦର ଶୀତ ଅଧିବେଶନ । ଡିସେମ୍ବର ୨୦ ଯାଏ ଅଧିବେଶନ ଚାଲିବ । ଏହି ଅଧିବେଶନରେ ମୋଟ ୧୯ଟି କାର୍ଯ୍ୟଦିବସ ରହିଛି । ଅଧିବେଶନର ପ୍ରଥମ ଦିନରେ ଏକ ରୋଚକ ଘଟଣା ଦେଖିବାକୁ ମିଳିଛି । ସଂସଦକୁ ସାଇକେଲରେ ଆସିଛନ୍ତି ଟିଡିପି ସାଂସଦ ଅପ୍ପଲା ନାୟୁଡୁ । ଏହି ଦୃଶ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ।ପାର୍ଲାମେଣ୍ଟର ଶୀତକାଳୀନ ଅଧିବେଶନ ସୋମବାର ଆରମ୍ଭ ହୋଇଯାଇଛି। ଅଧିବେଶନରେ ଯୋଗଦେବାକୁ ଟିଡିପି ଏମ୍ପି ଆପାଲା ନାଇଡୁ ସାଇକେଲରେ ଆସି ପାର୍ଲାମେଣ୍ଟରେ ପହଞ୍ଚିଥିଲେ।
ଏହି ଅବସରରେ ଏମ୍ପି ଆପାଲା ପାରମ୍ପରିକ ପୋଷାକ ମଧ୍ୟ ପରିଧାନ କରିଥିବାର ନଜର ଆସିଛନ୍ତି। ବର୍ତ୍ତମାନ ଏମ୍ପି ଆପାଲା ପାର୍ଲାମେଣ୍ଟକୁ ସାଇକେଲରେ ଆସିବା ଦିଲ୍ଲୀରେ ଦେଖାଦେଇଥିବା ବାୟୁ ପ୍ରଦୂଷଣ ଉପରେ ଏକ ବାର୍ତ୍ତା ବୋଲି ମଧ୍ୟ ଚର୍ଚ୍ଚା ହେଉଛି।

ଅଧିବେଶନ ଆରମ୍ଭରୁ ବିରୋଧୀ ଆଦାନୀ ଗ୍ରୁପ ବିରୋଧରେ ଆମେରିକା ଆଣିଥିବା ଲାଞ୍ଚ ଅଭିଯୋଗ ସମେତ ମଣିପୁର ହିଂସା ପ୍ରସଙ୍ଗ ଏବଂ ଓ୍ବାକଫ୍ ସଂଶୋଧନ ବିଲ ଉପରେ ତୁରନ୍ତ ଆଲୋଚନା ପାଇଁ ଦାବି କରି ଉଭୟ ଗୃହରେ ହୋ-ହଲ୍ଲା କରିଥିଲେ। ଏନେଇ ଉଭୟ ଗୃହକୁ ବାଚସ୍ପତି ସ୍ଥଗିତ କରିଛନ୍ତି। ଆସନ୍ତାକାଲି ଅର୍ଥାତ୍ ମଙ୍ଗଳବାର ସମ୍ବିଧାନ ଦିବସ ଅବସରରେ ଗୃହକାର୍ଯ୍ୟ ବନ୍ଦ ରହିବ। ଏଭଳି ପରିସ୍ଥିତିରେ ବୁଧବାର ପୁଣି ଗୃହ ପ୍ରକ୍ରିୟା ଆରମ୍ଭ ହେବ।












Click it and Unblock the Notifications