ଟିଡିପି ନେତାଙ୍କୁ ହତ୍ୟ କରିଲେ ୱାଇଏସ୍‌ଆର କଂଗ୍ରେସ କର୍ମୀ!

ନୂଆଦିଲ୍ଲୀ : ଟିଡିପି ସୁପ୍ରିମୋ ଏନ ଚନ୍ଦ୍ରବାବୁ ନାଇଡୁ ଆସନ୍ତାକାଲି ଅର୍ଥାତ ବୁଧବାର ଆନ୍ଧ୍ରପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଆଉ ଏଭଳି ମାହୋଲ ମଧ୍ୟରେ ଆସିଛି ଏକ ବଡ଼ ଖବର । ଟିଡିପି ନେତା ଗୌରୀନାଥ ଚୌଧୁରୀଙ୍କ ହତ୍ୟା ମାମଲା ଏବେ ସାମ୍ନାକୁ ଆସିଛି । କୁହାଯାଉଛି ୟାଇଏସଆର କଂଗ୍ରେସ କର୍ମୀ ମାନେ ଟିଡ଼ିପି ନେତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ସୁଚନାନୁସାରେ ଆନ୍ଧ୍ରପ୍ରଦେଶର କୁର୍ନୁଲ ଜିଲ୍ଲାରେ ବିରୋଧୀ ୱାଇଏସ୍‌ଆର୍ କଂଗ୍ରେସ ପାର୍ଟିର କର୍ମକର୍ତ୍ତାମାନେ ଆକ୍ରମଣ କରିବା ପରେ ତେଲୁଗୁ ଦେଶମ ପାର୍ଟି (ଟିଡିପି) ନେତା ଗୌରୀନାଥ ଚୌଧୁରୀଙ୍କର ମୃତ୍ୟୁ ଘଟିଛି । ଆକ୍ରମଣକାରୀମାନେ ମୃତକଙ୍କୁ ଛୁରୀ ଓ କୁରାଢ଼ୀରେ ଆକ୍ରମଣ କରିଥିଲେ । ଏହି ଘଟଣା ବୋମ୍ମିରେଦ୍ଦିପାଲ୍ ଗ୍ରାମରେ ଘଟିଛି । ଚୌଧୁରୀ ହେଉଛନ୍ତି ଜଣେ ପ୍ରମୁଖ ଟିଡିପି ନେତା ।

TDP leader hacked to death in Andhra Pradesh

ଏହି ହତ୍ୟାକାଣ୍ଡ ସ୍ଥାନୀୟ ଅଞ୍ଚଳରେ ଏବେ ଭୟର ବାତାବରଣ ସୃଷ୍ଟି କରିଛି । ହତ୍ୟାକାଣ୍ଡ ପରେ ଏହି ଅଞ୍ଚଳରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ପୁଲିସ ଫୋର୍ସ ମୁତୟନ କରାଇଛି । କୁର୍ନୁଲ ପୁଲିସ ଅଧୀକ୍ଷକ (ଏସପି) ଗାଁ ପରିଦର୍ଶନ କରି କଡ଼ା ସୁରକ୍ଷା ବ୍ୟବସ୍ଥା ନେଇ ବାସିନ୍ଦାଙ୍କୁ ଆଶ୍ୱାସନା ଦେଇଛନ୍ତି । ସେପଟେ ଟିଡିପି ନେତାଙ୍କୁ ଆକ୍ରମଣ ଓ ହତ୍ୟା ପରେ ଚନ୍ଦ୍ରବାବୁ ନାଇଡୁ ଓ ତାଙ୍କ ପୁଅ ନାରା ଲୋକେଶ ଏହାକୁ ନିନ୍ଦା କରିଛନ୍ତି । ଏହି ଘଟଣାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଏସ୍ ଜଗନ୍ନ ମୋହନ ରେଡ୍ଡୀଙ୍କ ହାତ ଥିବା ସେ ଅଭିଯୋଗ ଆଣିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+